ETV Bharat / sports

ଏୟାର ଆମ୍ବୁଲାନ୍ସରେ ହସିଙ୍କୁ ଚେନ୍ନାଇ ନେଲା CSK, ରାଞ୍ଚିରେ ପହଞ୍ଚିଲେ ଧୋନି - ମହେନ୍ଦ୍ର ସିଂହ ଧୋନି

ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14ତମ ସଂସ୍କରଣ ସ୍ଥଗିତ ହେବାପରେ, ଘରମୁହାଁ ହୋଇଛନ୍ତି ସମସ୍ତ ଖେଳାଳି । ଅଧିକ ପଢନ୍ତୁ...

CSK fly Hussey into Chennai in air ambulance, Dhoni to leave for home today
ଏୟାର ଆମ୍ବୁଲାନ୍ସରେ ହସିଙ୍କୁ ଚେନ୍ନାଇ ନେଲା ସିଏସକେ, ରାଞ୍ଚି ପହଞ୍ଚିଲେ ଧୋନି
author img

By

Published : May 6, 2021, 10:52 PM IST

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14ତମ ସଂସ୍କରଣ ସ୍ଥଗିତ ହେବାପରେ, ଘରମୁହାଁ ହୋଇଛନ୍ତି ସମସ୍ତ ଖେଳାଳି । ତେବେ ଦୁର୍ଭାଗ୍ୟବଶତଃ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କୋଚ୍‌ ମାଇକେଲ ହସି ଭାରତ ଛାଡିବା ପୂର୍ବରୁ କୋରୋନାରୁ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ଫଳରେ ସ୍ବଦେଶ ଫେରିନପାରି ଭାରତରେ ହିଁ ରହିଛନ୍ତି ହସି । ଏକ ଏୟାର ଆମ୍ବୁଲାନ୍ସ ଯୋଗେଁ ହସିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀରୁ ଚେନ୍ନାଇ ନେଇ ଚିକିତ୍ସା ସୁବିଧା ଯୋଗାଇଛି ।

ସିଏସକେର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଭୟ ହସି ଓ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜିଙ୍କୁ ଚେନ୍ନାଇ ନିଆଯାଇ ସୁରକ୍ଷିତ ଭାବେ ଚିକିତ୍ସା କରାଯାଉଛି । ଏଥିସହ ଅପରାହ୍ନରେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ରାଞ୍ଚି ଅଭିମୁଖେ ଉଡାଣ ଭରିବା ନେଇ ସୂଚନା ଦେଇଛନ୍ତି ।

ହସି ଓ ବାଲାଜିଙ୍କ ଠାରେ କୌଣସି ଲକ୍ଷଣ ନାହିଁ ଓ ଉଭୟ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ହସିଙ୍କୁ ଛାଡିବା ପୂର୍ବରୁ ନେଗେଟିଭ ରିପୋର୍ଟ ଆସିବା ଜରୁରୀ । ରିପୋର୍ଟ ନେଗେଟିଭ ଆସିବା ପରେ ଏକ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇ ସୁରକ୍ଷିତ ଭାବେ ପଠାଯିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।

ଏଥିସହ, ଧୋନି ପୂର୍ବରୁ ସମସ୍ତ ସଦସ୍ୟ ସୁରକ୍ଷିତ ଘରେ ପହଞ୍ଚିବା ପରେ ଦିଲ୍ଲୀର ଜୈବ ସୁରକ୍ଷା ବଳୟ ଛାଡିବେ ବୋଲି କହିଥିଲେ । ଅପରାହ୍ନରେ ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଓ ପରେ ହାଇଦ୍ରାବାଦ ଅଭିମୁଖେ ବ୍ୟବସ୍ଥା ହୋଇଥିବା ବିମାନରେ ଧୋନି ଯାତ୍ରା କରିବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.