ETV Bharat / sports

Spider-Man Gill: ମୈଦାନ ବାହାରେ ଗିଲଙ୍କ ଯାଦୁ, ଚଳଚ୍ଚିତ୍ର ସ୍ପାଇଡର୍ ମ୍ୟାନ୍‌ରେ ଶୁଭମନଙ୍କ ଭଏସ ଶୁଣିବେ ଫ୍ୟାନ୍ସ

ମୈଦାନ ବାହାରେ ଶୁଭମନ ଗିଲଙ୍କ ଯାଦୁ । ପ୍ରଥମ ଥର ପାଇଁ ଫିଲ୍ମରେ ଭଏସ ଦେଲେ ଶୁଭମନ ଗିଲ । ଚଳଚ୍ଚିତ୍ର ସ୍ପାଇଡର୍ ମ୍ୟାନ୍‌ରେ ପବିତ୍ର ପ୍ରଭାକରଙ୍କ ପାଇଁ ହିନ୍ଦି ଓ ପଞ୍ଜାବୀ ଭାଷାରେ କଣ୍ଠ ଦାନ କରିଛନ୍ତି ଗିଲ । ଅଧିକ ପଢ଼ନ୍ତୁ

ଚଳଚ୍ଚିତ୍ର ସ୍ପାଇଡର୍ ମ୍ୟାନ୍‌ରେ ଗିଲଙ୍କ ଭଏସ ଶୁଣିବେ ଫ୍ୟାନ୍ସ

author img

By

Published : May 8, 2023, 10:28 PM IST

ହାଇଦ୍ରାବାଦ: ଚଳଚ୍ଚିତ୍ର ସ୍ପାଇଡର୍ ମ୍ୟାନ୍ (Spider-Man: Across the Spider-Verse)ର ଟ୍ରେଲର ଯେବେଠାରୁ ଆସିଛି, ସେବେଠାରୁ ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଚାଲିଛି । ଏହାରି ମଧ୍ୟରେ ଦେଶୀ ସ୍ପାଇଡର୍ ମ୍ୟାନ୍ ଭାବେ ପବିତ୍ର ପ୍ରଭାକର ମଧ୍ୟ ବଡ ପରଦାରେ ପଦାର୍ପଣ କରିବାକୁ ଯାଉଛନ୍ତି । ତେବେ ଏହାଠାରୁ ମଧ୍ୟ ବଡ଼ ଖବର ହେଉଛି, ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ କିମ୍ବା ସଲମାନ ଖାନ ନୁହେଁ, ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କ ସ୍ବର ଶୁଣିବାକୁ ମିଳିବ । ହିନ୍ଦି ଏବଂ ପଞ୍ଜାବୀ ଉଭୟ ଭାଷାରେ ସ୍ପଇଡର୍ ମ୍ୟାନ୍‌କୁ ପାଇଁ ନିଜର ସ୍ବର ଦେଇଛନ୍ତି ଶୁଭମନ ଗିଲ । ଦେଶୀ ସ୍ପାଇଡର୍‌ ମ୍ୟାନ୍‌ ପବିତ୍ର ପ୍ରଭାକରଙ୍କ ପାଇଁ ଗିଲଙ୍କ କଣ୍ଠ ରେକର୍ଡ କରାଯାଇଛି ।

ତେବେ ପ୍ରଥମ ଥର ପାଇଁ ଜଣେ ଖେଳାଳି କୌଣସି ଚଳଚ୍ଚିତ୍ରରେ କଣ୍ଠ ଦାନ କରିବାକୁ ଯାଉଛନ୍ତି । ଏନେଇ ଶୁଭମନ ଗିଲ କହିଛନ୍ତି, "ମୁଁ ମଧ୍ୟ ସ୍ପାଇଡର୍‌ ମ୍ୟାନ୍‌କୁ ଦେଖି ବଡ଼ ହୋଇଛି । ସ୍ପାଇଡର୍‌ ମ୍ୟାନ୍‌ ଏପରି ଏକ ସୁପର ହିରୋ, ଯାହାକୁ ମୁଁ ମୋ ନିଜ ଭିତରେ ଅନୁଭବ କରିଥାଏ । ତେବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଏହି ସୁପର ହିରୋର ଆରମ୍ଭ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ହିନ୍ଦି ଓ ପଞ୍ଜାବୀ ଭାଷାରେ ଦେଶୀ ସ୍ପାଇଡର୍‌ ମ୍ୟାନ୍‌ ପବିତ୍ର ପ୍ରଭାକରଙ୍କ ପାଇଁ କଣ୍ଠଦାନ କରିବା ମୋ ପାଇଁ ଏକ ବଡ଼ ଅନୁଭବ । ଏବେ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିବା ମୋ ପାଇଁ ସମ୍ଭବ ହେଉନି । ମୁଁ ବ୍ୟାକୁଳତାର ସହ ଏହାକୁ ଅପେକ୍ଷା କରିଛି ।"

ସେପଟେ ଏନେଇ ସୋନି ପିକ୍‌ଚର୍ସ ଇଣ୍ଟର୍‌ନାସନାଲ ଇଣ୍ଡିଆର ମୁଖ୍ୟ ନିର୍ଦ୍ଦେଶକ କହିଛନ୍ତି, "ସ୍ପାଇଡର୍‌ ମ୍ୟାନ୍‌ର ଫ୍ୟାନ୍ସ ମାନଙ୍କ ପାଇଁ ୨ ଜୁନ ଏକ ବହୁତ ଖାସ ଦିନ ହେବାକୁ ଯାଉଛି । ଆମକୁ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ, ଆମର ଏହି ପ୍ରୋଜେକ୍ଟକୁ ଫ୍ୟାନ୍ସ ମାନଙ୍କର ବହୁତ ଭଲ ପାଇବା ମିଳିବ । ଶୁଭମନ ଗିଲଙ୍କ ସହ କାମ କରି ଆମେ ବହୁତ ଖୁସି । କାରଣ ସେ ଜଣେ ଯୁବ ଷ୍ଟାର କ୍ରିକେଟର ସହିତ ଜଣେ ଭଲ କଳାକାର ମଧ୍ୟ ।" ପ୍ରକାଶ ଥାଉ କି Spider-Man: Across the Spider-Verse ଚଳଚ୍ଚିତ୍ର ଆସନ୍ତା ଜୁନ ୨ରେ ରିଲିଜ ହେବ । ହିନ୍ଦି ଓ ପଞ୍ଜାବୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡ଼, ଗୁଜରାଟୀ, ବଙ୍ଗାଳୀ ଓ ମରାଠୀ ଭାଷାରେ ରିଲିଜ ହେବ ଏହି ଚଳଚ୍ଚିତ୍ର । ତେବେ ଏହା ମଧ୍ୟରୁ କେବଳ ହିନ୍ଦି ଓ ପଞ୍ଜାବୀ ଭାଷାରେ ସ୍ପାଇଡର୍‌ ମ୍ୟାନ୍‌ ପବିତ୍ର ପ୍ରଭାକରଙ୍କ ପାଇଁ କଣ୍ଠ ଦେଇଛନ୍ତି ଶୁଭମନ ଗିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.