ETV Bharat / sports

ଆୟର୍ଲାଣ୍ଡରୁ ଫେରି ଘରେ ପହଞ୍ଚିଲେ ରିଙ୍କୁ, ବାପା-ମାଆଙ୍କୁ ପିନ୍ଧାଇଲେ ଟିମ୍‌ ଇଣ୍ଡିଆ ଜର୍ସି - ବାପା ଓ ମାଆଙ୍କୁ ଟିମ ଇଣ୍ଡିଆର ଜର୍ସି ପିନ୍ଧାଇଲେ ରିଙ୍କୁ

ବାପା ଓ ମାଆଙ୍କୁ ଟିମ ଇଣ୍ଡିଆର ଜର୍ସି ପିନ୍ଧାଇଲେ ରିଙ୍କୁ ସିଂହ । ସୋସିଆଲ ମିଡିଆରେ ସେୟାର କଲେ ଫଟୋ। ଅଧିକ ପଢନ୍ତୁ

rinku presented team india jersey to his parents

author img

By ETV Bharat Odisha Team

Published : Aug 27, 2023, 3:08 PM IST

ଲକ୍ଷ୍ନୌ: ଆୟର୍ଲାଣ୍ଡ ଗସ୍ତ ଶେଷ କରି ସିଧା ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟର ରିଙ୍କୁ ସିଂହ। ଘରେ ପହଞ୍ଚିବା ପରେ ବାପା ଓ ମାଙ୍କୁ ଭାରତୀୟ ଦଳର ଜର୍ସି ପିନ୍ଧାଇଛନ୍ତି ରିଙ୍କୁ । ଏହି ଫଟୋକୁ ସେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଅପଲୋଡ୍‌ କରିଛନ୍ତି । ପ୍ରଥମ ଥର ଭାରତୀୟ ଟିମ୍‌ରେ ସାମିଲ ହୋଇ ମ୍ୟାଚ୍‌ ଖେଳିବା ପରେ ବେଶ ଖୁସି ଅଛନ୍ତି ରିଙ୍କୁ ସିଂହ । ଆୟାର୍ଲାଣ୍ଡ୍‌ ବିପକ୍ଷ ସିରିଜ ଭାରତ 2-0ରେ ବିଜୟୀ ହୋଇଥିବା ବେଳେ ରିଙ୍କୁ ସିଂହ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ ବିବେଚିତ ହୋଇଥିଲେ । ମ୍ୟାଚ ସରିବା ପରେ ସିଧା ଆୟରଲାଣ୍ଡରୁ ଆଲିଗଡକୁ ଫେରି ବାପା ଓ ମାଆଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ରିଙ୍କୁ ।

ଏହା ମଧ୍ୟ ପଢନ୍ତୁ-India vs Ireland 3rd T20: ବର୍ଷାରେ ଧୋଇଗଲା ତୃତୀୟ ମ୍ୟାଚ୍‌, ୨-୦ରେ ସିରିଜ୍‌ ଜିତିଲା ଭାରତ

ଉତ୍ତରପ୍ରଦେଶ ଆଲିଗଡର ବାସିନ୍ଦା ରିଙ୍କୁ ସିଂ ଆଇପିଏଲରେ ସଫଳତା ପାଇବା ପରେ ଆୟାର୍ଲାଣ୍ଡ୍‌ ସିରିଜ ପାଇଁ ମନୋନିତ ହୋଇଥିଲେ । ଏହାପରେ ସେ ଭାରତୀୟ ଟିମ୍‌ ସହ ଆୟାର୍ଲାଣ୍ଡ୍‌ ଗସ୍ତ କରିଥିଲେ । ସେଠାରେ ମ୍ୟାଚ୍‌ ସରିବା ପରେ ଆଲିଗଡ଼ ଫେରି ପରିବାର ଲୋକଙ୍କ ସହ ଖୁସି ମନାଇଛନ୍ତି ରିଙ୍କୁ ସିଂ । ବାପା ଓ ମାଆଙ୍କୁ ଭାରତୀୟ ଦଳର ଜର୍ସି ପିନ୍ଧାଇବା ସହ ଫଟୋ ଉଠାଇଛନ୍ତି ରିଙ୍କୁ । ବର୍ତ୍ତମାନ ଆଲିଗଡ଼ରେ 2 ଦିନ ରହିବେ ରିଙ୍କୁ । ଏହାପରେ ପୁଣି ଅଭ୍ୟାସ ପାଇଁ ଫେରିଯିବେ । ସେ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚରେ 21 ବଲ୍‌ରେ 38 ରନ କରିଥିଲେ। ଯେଉଁଥିରେ 3ଟି ଛକା ଓ 4ଟି ଚୌକା ସାମିଲ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ମଉଳିଲା ଧାୱନଙ୍କ କମ୍‌ବ୍ୟାକ୍‌ ଆଶା; ଏସିଆନ୍‌ ଗେମ୍ସରେ ନେତୃତ୍ବ ନେବେ ଗାଏକ୍‌ୱାଡ, ରିଙ୍କୁଙ୍କୁ ଡକରା

ଆସନ୍ତା ସେପ୍ଟେମ୍ବର ମାସରେ ଏସିଆନ୍ ଗେମ୍ସ ଖେଳାଯିବାକୁ ଅଛି । ଭାରତ ପ୍ରଥମ ଥର ପାଇଁ ନିଜର କ୍ରିକେଟ୍ ଟିମ୍ ଏହି ପ୍ରତିଯୋଗିତାକୁ ପଠାଇବ । ତେବେ ଏସିଆନ୍‌ ଗେମ୍ସରେ ଭାରତ ଅନୁଭବୀ ବ୍ୟାଟର ଶିଖର ଧାୱନଙ୍କ ନେତୃତ୍ବରେ ପ୍ରତିଯୋଗିତାକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଋତୁରାଜଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି ଚନକର୍ତ୍ତା । ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳରେ ଘୋଷଣା ହୋଇଥିବା ସ୍କ୍ବାଡ୍‌ରେ ରିଙ୍କୁ ସିଂହଙ୍କ ନାମ ମଧ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.