ETV Bharat / sports

' ବିଶ୍ବକପରେ ଛକା ମାରିବା ପାଇଁ ମୁଁ ଭୋକିଲା ଅଛି ' - world cup

ଧୂଆଁଦାର ବ୍ୟାଟିଂ କରି ଚର୍ଚ୍ଚାରେ ଥିବା ଇଣ୍ଡିଜ୍‌ର ବ୍ୟାଟ୍ସମ୍ୟାନ୍‌ ଆନ୍ଦ୍ର ରସେଲ ଏବେ ବିଶ୍ବକପ୍‌ରେ ଶତକ ମାରିବା ଲକ୍ଷ୍ୟରେ ରହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 28, 2019, 1:29 PM IST

Updated : Apr 28, 2019, 9:05 PM IST

ହାଇଦ୍ରାବାଦ: ଆଇପିଏଲ୍‌ରେ ଛକା ଉପରେ ଛକା ବର୍ଷାଉ ଥିବା ଇଣ୍ଡିଜ୍‌ର ଧୂଆଁଦାର ବ୍ୟାଟ୍ସମ୍ୟାନ୍‌ ଆନ୍ଦ୍ର ରସେଲ ଏବେ ବିଶ୍ବକପ୍‌ ପ୍ରତୀକ୍ଷାରେ । କାରଣ ସେ ଏବେ ଠାରୁ ବିଶ୍ବକପ୍‌ରେ ଛକା ବର୍ଷା କରିବାର ସ୍ବପ୍ନ ଦେଖିଲେଣି । ତେବେ ବିଶ୍ବକପ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ 31ମେ ଦିନ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ ।

ରସେଲ ଇଣ୍ଡିଜ୍‌ର 15 ଜଣିଆ ବିଶ୍ବକପ୍‌ ଦଳରେ ସାମିଲ ଅଛନ୍ତି । ତେବେ ବିଶ୍ବକପ୍‌କୁ ନେଇ ସେ କହିଛନ୍ତି ଯେ, ମୁଁ ଓ୍ବେଷ୍ଟଇଣ୍ଡିଜ୍‌ର ପ୍ଲେୟାର ଭାବେ ପ୍ରତିନିଧିତ୍ବ କରି ଛକା ମାରିବା ପାଇଁ ବହୁତ ବ୍ୟାକୁଳ ଅଛି ଓ ଶତକ ମଧ୍ୟ କରିବି । ମୁଁ ବିଶ୍ବକପ୍‌ରେ ଯାହା କରିବାକୁ ଚାହୁଁଛି, ବର୍ତ୍ତମାନ କେକେଆର୍‌ ପାଇଁ କରୁଛି ।

ଅର୍ଥାତ ଆଇପିଏଲ୍‌ର ପ୍ରାୟ ସମସ୍ତ ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ଛକାର ବର୍ଷା ଜାରି ରହିଛି । ଏହି ସିଜନ୍‌ରେ ବର୍ତ୍ତମାନ ସୁଦ୍ଧା 10ଟି ଇନିଂସ୍‌ରେ 42ଟିଛକା ମାରି ସାରିଛନ୍ତି । ଏଥିସହ 209.27ର ଷ୍ଟ୍ରାଇକ୍‌ ରେଟ୍‌ରେ 407ରନ୍‌ କରିଛନ୍ତି ।

ସୂଚନାମୁତାବକ, ଆହତ କାରଣରୁ ରସେଲ କିଛି ଦିନ ହେବ ମ୍ୟାଚ୍‌ରୁ ନିବୃତ୍ତ ଥିଲେ । ତାଙ୍କର ଶେଷ ଏକଦିବସୀୟ ମ୍ୟାଚ୍‌ 2018 ଜୁଲାଇରେ ଖେଳିଥିଲେ ।

Intro:Body:Conclusion:
Last Updated : Apr 28, 2019, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.