ETV Bharat / sports

'ସବୁ ସମୟରେ ବିରାଟଙ୍କ ସାଥ୍ ଦେବି' - doubt

'ସବୁ କଠିନ ସମୟରେ ମୁଁ ବିରାଟଙ୍କ ସାଥିରେ ରହିବି । ସେ ସନ୍ଦେହରେ ଥିବା ବେଳେ ତାଙ୍କୁ ସାହାଯ୍ୟ କରିବି' ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମର ଉପ-ଅଧିନାୟକ ରୋହିତ ଶର୍ମା ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 30, 2019, 5:44 PM IST

ମୁମ୍ବାଇ: ବିଶ୍ବକପକୁ ଆଉ ମାତ୍ର 30 ଦିନ । ସବୁ ଦଳର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । 15 ଜଣିଆ ଦଳ ମଧ୍ୟ ଘୋଷଣା ସରିଛି । ଏବେ ଅପେକ୍ଷା କେବଳ ମେ 30କୁ ।

କ୍ରିକେଟ ମହାକୁମ୍ଭର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ହେଉଛି ବିଶ୍ବକପ । ଭାରତୀୟ ଦଳ ମଧ୍ୟ ନିଜର 15 ଜଣିଆ ଖେଳାଳୀ ତାଲିକା ଘୋଷଣା କରିଛି । ଦଳରେ ଅଭିଜ୍ଞ ଧୋନୀ, ବିରାଟ, ରୋହିତ, କାର୍ତ୍ତିକଙ୍କ ସହିତ ପାଣ୍ଡ୍ୟା ଓ ବିଜୟ ଶଙ୍କରଙ୍କୁ ମଧ୍ୟ ସ୍ଥାନ ମିଳିଛି । ବିଶ୍ବକପରେ ପ୍ରଥମକରି ଭାରତୀୟ ଦଳର ନେତୃତ୍ବ ନେବେ ବିରାଟ । ରୋହିତଙ୍କୁ ଉପ-ଅଧିନାୟକ ଦାୟିତ୍ବ ମିଳିଛି ।

ଦଳର ଉପ-ଅଧିନାୟକ ଦାୟିତ୍ବ ମଧ୍ୟ ଗୁରୁତ୍ବପୂର୍ଣ୍ଣ । 'ସବୁ କଠିନ ସମୟରେ ମୁଁ ବିରାଟଙ୍କ ସାଥିରେ ରହିବି । ସେ ସନ୍ଦେହରେ ଥିବା ବେଳେ ତାଙ୍କୁ ସାହାଯ୍ୟ କରିବି' । ଯାହା ଆମେ ଆଗରୁ କରିଆସୁଛୁ ବୋଲି ରୋହିତ କହିଛନ୍ତି ।

ଯେତେବେଳେ ଧୋନୀ ଅଧିନାୟକ ଥିଲେ, ସଚିନ ପାଜି,ସେହ୍ବାଗ ଓ ଅନ୍ୟ ସିନିୟର ଖେଳାଳୀ ତାଙ୍କୁ ପରାମର୍ଶ ଦେଉଥିଲେ । ଏବେ ଆମର ଦାୟିତ୍ବ ହେବ ଆମେ ବିରାଟଙ୍କୁ ଆବଶ୍ୟକ ସ୍ଥଳେ ସହଯୋଗ କରିବୁ । ବିରାଟ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ, ରଣନୀତି ବନେଇବା ସମୟରେ ଧୋନୀ ଓ ରୋହିତଙ୍କ ମତାମତ ଜରୁରୀ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.