ETV Bharat / sports

ବିଶ୍ବକପ ଦଳରୁ ପନ୍ତ ବାଦ, ନାଖୁସ୍ ଗାଭାସ୍କର - worldcup

‘‘ମୁଁ ଆଶ୍ଚର୍ଯ୍ୟ ହେଉଛି ବ୍ୟାଟିଂ ଓ ୱିକେଟ କିପିଂରେ ଏତେ ଭଲ ପ୍ରଦର୍ଶନ ପରେ ମଧ୍ୟ ଯୁବ ୱିକେଟ କିପର ପନ୍ତଙ୍କୁ କାହିଁକି ବିଶ୍ବକପ ଟିମରେ ସ୍ଥାନ ଦିଆଯାଇ ନାହିଁ।’’

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Apr 16, 2019, 12:02 AM IST

ନୂଆଦିଲ୍ଲୀ: ବିଶ୍ବକପ୍ ପାଇଁ ସୋମବାର 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି ଚୟନକର୍ତ୍ତା। ତେବେ ଦଳରେ ପନ୍ତଙ୍କ ଚୟନ ନହେବା ଭାରତୀୟ ଟିମର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଭାସ୍କର କହିଛନ୍ତି ଯେ ‘‘ମୁଁ ଆଶ୍ଚର୍ଯ୍ୟ ହେଉଛି ବ୍ୟାଟିଂ ଓ ୱିକେଟ କିପିଂରେ ଏତେ ଭଲ ପ୍ରଦର୍ଶନ ପରେ ମଧ୍ୟ ଯୁବ ୱିକେଟ କିପର ପନ୍ତଙ୍କୁ କାହିଁକି ବିଶ୍ବକପ ଟିମରେ ସ୍ଥାନ ଦିଆଯାଇ ନାହିଁ।’’

ଦ୍ୱିତୀୟ ୱିକେଟ କିପର ସ୍ଥାନ ପାଇଁ 33 ବର୍ଷୀୟ ଦିନେଶ କାର୍ତ୍ତୀକ ଟିମରେ ନିଜ ସ୍ଥାନ ପକ୍କା କରିଛନ୍ତି। ଗାଭାସ୍କର ପନ୍ତଙ୍କ ବାଦ ପଡିବା ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । କିନ୍ତୁ ଜଣେ ଭଲ ୱିକେଟ କିପର ଭାବେ ଟିମରେ କାର୍ତ୍ତୀକଙ୍କ ଉପସ୍ଥିତିକୁ ସମର୍ଥନ କରିଛନ୍ତି ସେ ।

‘‘ପନ୍ତ ଫର୍ମରେ ଥିବା ସତ୍ତ୍ୱେ ତାଙ୍କୁ ବାଦ ଦେବା ମତେ ଟିକିଏ ଆଶ୍ଚର୍ଯ୍ୟ ଲାଗିଲା। ସେ ଖୁବ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି, କେବଳ ଆଇପିଏଲରେ ନୁହେଁ ତା ପୂର୍ବରୁ ମଧ୍ୟ ପନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ଏହାଛଡା ସେ ୱିକେଟ କିପିଂ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବାମ ହାତି ବ୍ୟାଟ୍ସମ୍ୟାନ ଭାବେ ସେ ଟପ 6 ବ୍ୟାଟ୍ସମ୍ୟାନ ତାଲିକା ଜଣେ ଭଲ ବିକଳ୍ପ ହୋଇ ପାରିଥା’ନ୍ତେ। କାରଣ ଜଣେ ବାମ ହାତି ବ୍ୟାଟ୍ସମ୍ୟାନ ପାଇଁ ବୋଲର ନିଜର ଲାଇନ ଲେନ୍ଥରେ ପରିବର୍ତ୍ତନ କରିବା ସହ ଅଧିନାୟକକୁ ତାର ଫିଲ୍ଡିଂରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥାଏ ।’’

ତେବେ ବିଶ୍ୱକପ ସମୟରେ ଧୋନି ଯଦି ଆହତ କିମ୍ବା ତାଙ୍କ ଦେହ ଖରାପ ହୁଏ ତେବେ କାର୍ତ୍ତୀକ ୱିକେଟ କିପିଂ ପାଇଁ ଭଲ ବିକଳ୍ପ। କେବଳ ତାଙ୍କ ୱିକେଟ କିପିଂ ଅଭିଜ୍ଞତା ଓ ସ୍କିଲ ପାଇଁ ତାଙ୍କୁ ଟିମରେ ସ୍ଥାନ ଦିଆ ଯାଇଛି। ସେପଟେ ବିଜୟ ସଙ୍କର ମଧ୍ୟ ଟିମ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଗାଭାସ୍କର ଆଶା ପୋଷଣ କରିଛନ୍ତି। ଶଙ୍କର ଜଣେ ଭଲ ବ୍ଯାଟ୍ସମ୍ୟାନ, ବୋଲର, ଜଣେ ଭଲ ଫିଲ୍ଡର ମଧ୍ୟ ବୋଲି କହିଛନ୍ତି ଗାଭାସ୍କର।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.