ETV Bharat / sports

World cup 2023: ଭାରତ ବିପକ୍ଷରେ ମ୍ୟାଚ ପୂର୍ବରୁ ଏମିତି କହିଲେ ପାକିସ୍ତାନ ଅଧିନାୟକ - ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ

ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ । ଆଫ୍ରିଦଙ୍କ ଉପରେ ଦଳର ଭରସା ରହିଥିବା କହିଲେ ବାବର । ଅଧିକ ପଢନ୍ତୁ

Cricket World Cup
Cricket World Cup
author img

By ETV Bharat Odisha Team

Published : Oct 14, 2023, 10:08 AM IST

ଅହମ୍ମଦାବାଦା: ଆଉ ମାତ୍ର କିଛି ସମୟର ଅପେକ୍ଷା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଭାରତ-ପାକିସ୍ତାନ ମ୍ୟାଚ । ଭାରତୀୟ ବ୍ୟାଟର୍ସଙ୍କ ଛକା ଚୌକାରେ କମ୍ପିବ ଷ୍ଟାଡିୟମ । ପୂର୍ବରୁ ଏହି ପାରମ୍ପରିକ ପ୍ରତିଦ୍ବନ୍ଦୀ ଦଳ ମଧ୍ୟରେ ବିଶ୍ବକପରେ ମୋଟ 7ଟି ମ୍ୟାଚ ଖେଳାଯାଇଛି । ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଆଜି ବିଶ୍ବକପରେ ଅଷ୍ଟମ ଥର ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ପାକିସ୍ତାନ ପୂର୍ବ ଦୁଇ ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚରେ ମଧ୍ୟ ବିଜୟୀ ହେବାକୁ ଲକ୍ଷ୍ୟ ରହିଛି । ମ୍ୟାଚ ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି ଯେ, ଦୁଇ ଟିମ ମଧ୍ୟରେ ଅନେକ ଥର ମ୍ୟାଚ ହୋଇଛି । ଅଧିକାଂଶ ମ୍ୟାଚରେ ହାଇ ସ୍କୋରିଂ ହୋଇଛି । ମୁଁ କେବଳ ମୋ ବୋଲରମାନଙ୍କୁ କହିବାକୁ ଚାହୁଁଛି ଭଲରେ ଖେଳ ପ୍ରଦର୍ଶନ କର । ଚାପରେ ରହିଲେ ମଧ୍ୟ ମୁହଁରେ ହସ ରଖି ଖେଳ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଆଜି ଭାରତ-ପାକିସ୍ତାନ ମହାଲଢେଇ, ରେକର୍ଡ ବଜାୟ ଲକ୍ଷ୍ୟରେ ମେନ ଇନ ବ୍ଲୁ

ସେ ଆହୁରିମଧ୍ୟ କହିଛନ୍ତି ଯେ, ମ୍ୟାଚ ଅପେକ୍ଷା ଟିକେଟକୁ ନେଇ ଅଧିକ ଚାପ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଅନେକ ଥର ମୁକାବିଲା ହୋଇଛି । ଏହି ମ୍ୟାଚ ଆମ ପାଇଁ ଏକ ଚାପ ନୁହେଁ । ହାଇଦ୍ରାବାଦରେ ଆମକୁ ସଫଳତା ସହ ସମର୍ଥନ ମଧ୍ୟ ମିଳିଥିଲା । ଆଶା କରୁଛି ତାହା ଅହମ୍ମଦାବାଦରେ ମଧ୍ୟ ସମାନ ମିଳିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଆମର ପ୍ରଦର୍ଶନ କ'ଣ ରହିବ ତାହା ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ ଦଳରେ ନାସିମଙ୍କ ଅନୁପସ୍ଥିତି ଅନୁଭବ କରିବୁ, କିନ୍ତୁ ଆଫ୍ରିଦଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ସେ ଭଲ ପ୍ରଦର୍ଶନ କରିବେ । ତାଙ୍କର ରଣନୀତି ସବୁଠାରୁ ସରଳ, ଆତ୍ମବିଶ୍ବାସର ସହ ସେ ଖେଳନ୍ତି । 10 ଓଭର ବୋଲିଂ ପାଇଁ ସେ ନିଜକୁ ପ୍ରସ୍ତୁତ ରଖନ୍ତି । ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ଯେତିକି ଦରକାର ଆମେ ସେତିକି ଚିନ୍ତା କରିବୁ, ତା' ଠାରୁ ଅଧିକ ଚାପରେ ରହିବୁ ନାହୁଁ ।

ଆଜି ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅହମ୍ମଦାବାଦରେ ଝିପିଝିପ ବର୍ଷା ଲାଗି ରହିବ । ପାଗ କୋହଲା ରହିବ । ଯଦି ବର୍ଷା ହୁଏ ସର୍ବ ବୃହତ୍ ଷ୍ଟାଡିୟମ୍‌ରେ ବର୍ଷା ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ରହିଛି । ବର୍ତ୍ତମାନ ଅହମ୍ମଦାବାଦରେ ପାଣିପାଗ କ'ଣ ରହିଛି ସେନେଇ ସୂଚନା ମିଳିପାରି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.