ETV Bharat / sports

World Cup 2023: 15ରେ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ, ବରାବର ରହିବୁ କହିଲେ ରାଚିନ

author img

By ETV Bharat Odisha Team

Published : Nov 13, 2023, 9:31 AM IST

ଆସନ୍ତା 15 ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ 2023ରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ମ୍ୟାଚକୁ କଣ କହିଲେ କିୱି ଦଳର ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଜାଣିବାକୁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ।

World Cup 2023
Rachin Ravindra

ହାଇଦ୍ରାବାଦ: କେନ ୱିଲିୟମସନଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚଳିତ ବିଶ୍ବକପ 2023ର ପ୍ରଥମ ବିଶ୍ବକପ ମ୍ୟାଚ୍‌ ଖେଳାଯିବ । ଆସନ୍ତା 15 ତାରିଖରେ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଏହି ମୁକାବିଲା ଅନୁଷ୍ଠିତ ହେବ । ନ୍ୟୁଜିଲାଣ୍ଡ ଦଳର ଯୁବ ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଯିଏକି ଫୁଲ ଫର୍ମରେ ରହିଛନ୍ତି ସେ ତାଙ୍କ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି । ଭାରତୀୟ ବଂଶଦ୍ଭୋବ ନ୍ୟୁଜିଲାଣ୍ଡ କ୍ରିକେଟର ରାଚିନ ରବିନ୍ଦ୍ର ଭାରତ ବିପକ୍ଷରେ ସେମି ଫାଇନାଲରେ ଆମେ ବରାବର ରହିବୁ ବୋଲି କହିଛନ୍ତି ।

ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ । ୱାଙ୍ଖେଡେରେ ଭାରତ ବିପକ୍ଷରେ ସେମି ଫାଇନାଲରେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛନ୍ତି ରାଚିନ ରବିନ୍ଦ୍ର । ସେ ବିଶ୍ବାସ ରଖିଛନ୍ତି କି ତାଙ୍କ ଦଳ ଭଲ ଖେଳ ପ୍ରଦର୍ଶନ କରିବ । ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ନେଇ 23 ବର୍ଷୀୟ ରାଚିନ କହିଛନ୍ତି,"ଭାରତୀୟ ପ୍ରଶଂସକ ଖଚାଖଚ ଦର୍ଶକଙ୍କ ଗହଣରେ ଖେଳିବା ସ୍ବପ୍ନ । ଆମେ ଏହି ମ୍ୟାଚ୍‌ରେ ବରାବର ସ୍ଥିତିରେ ରହିବୁ । ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବୁ । ଆମେ ଜାଣିଛୁ ସବୁ ମ୍ୟାଚ୍‌ ଜିତି ପାରିବୁ ନାହିଁ । କେବେ କେବେ ପରାସ୍ତ ହେବାକୁ ପଡିଥାଏ କେବେ ବିଜୟ ମିଳିଥାଏ ।"

ବ୍ଲାକକ୍ୟାପ୍ସ ନ୍ୟୁଜିଲାଣ୍ଡ୍‌ ନଭେମ୍ବର 4 ତାରିଖରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଜବରଦସ୍ତ କମବ୍ୟାକ୍‌ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । 2015ରେ ଅଷ୍ଟ୍ରେଲିଆ ଓ 2019ରେ ଇଂଲଣ୍ଡଠୁ ହାରିବା ପରେ ବିଶ୍ବକପ୍‌ ହାତେଇବା ସ୍ୱପ୍ନ ଅଧାରେ ରହିଥିଲା । ଏଥର ଦଳ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...world cup 2023: ବିଶ୍ବକପ ପଦାର୍ପଣରେ ରାଚିନ ରବିନ୍ଦ୍ରଙ୍କ ବିସ୍ଫୋରକ ପ୍ରଦର୍ଶନ, ଜାଣନ୍ତୁ କେମିତି ଥିଲା କ୍ରିକେଟ ଯାତ୍ରା

ରାଚିନ ରବିନ୍ଦ୍ର ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ କ୍ରିକେଟର । ଚଳିତ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ପିଚ୍‌କୁ ଓହ୍ଲାଇଥିଲେ ରାଚିନ । ଡିଫେଣ୍ଡିଂ ଚମ୍ପିଆନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ ରବିନ୍ଦ୍ର ଅପରାଜିତ ଶତକ ହାସଲ କରିଥିଲେ । 96ବଲରୁ 123 ରନ କରିଥିଲେ ରାଚିନ । ସେଥିରେ 11ଚୌକା ଓ 5 ଛକା ଥିଲା । ଚଳିତ ବିଶ୍ବକପରେ ରାଚିନ ରବିନ୍ଦ୍ର 3ଟି ଶତକ ହାସଲ କରିସାରିଛନ୍ତି । ଲିଗ୍‌ ପର୍ଯ୍ୟାୟରେ ମୋଟ 9ଟି ମ୍ୟାଚ୍‌ ଖେଳି ସେ 565 ରନ୍‌ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.