ETV Bharat / sports

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ସେମି ଓ ଫାଇନାଲ୍‌ରେ ଲଗାତାର ଅର୍ଦ୍ଧଶତକ, କୋହଲି ପ୍ରଥମ ଭାରତୀୟ

author img

By ETV Bharat Odisha Team

Published : Nov 19, 2023, 7:44 PM IST

ବିଶ୍ବକପ୍‌ ୨୦୨୩ ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତ ପାଇଁ ହିରୋ ସାଜିଛନ୍ତି ବିରାଟ କୋହଲି । କୌଣସି ବିଶ୍ବକପ୍‌ ସଂସ୍କରଣରେ ଉଭୟ ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଦଳ ପାଇଁ ୫୦ କିମ୍ବା ଏହା ଠାରୁ ଅଧିକା ରନ୍‌ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି କୋହଲି । ଅଧିକ ପଢ଼ନ୍ତୁ

ପ୍ରଥମ ଭାରତୀୟ ଭାବେ ସେମି ଓ ଫାଇନାଲ୍‌ରେ ଲଗାତାର ଅର୍ଦ୍ଧଶତକ

ଅହମ୍ମଦାବାଦ: ଆଇସିସି ବିଶ୍ବକପ୍‌ ୨୦୨୩ ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି । ବିଶ୍ବ ଚମ୍ପିଆନ୍‌ ହେବାପାଇଁ ଲଢ଼ୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ତେବେ ଏହି ବିଶ୍ବକପ୍‌ ୨୦୨୩ରେ ଶେଷଥର ପାଇଁ ବ୍ୟାଟିଂ କରିସାରିଛନ୍ତି ଭାରତର ଷ୍ଟାର ବ୍ୟାଟର ବିରାଟ କହୋଲି । ଚଳିତ ବିଶ୍ବକପ୍‌ରେ ସେ ଅନେକ ଐତିହାସିକ ରେକର୍ଡ ମଧ୍ୟ କରିଛନ୍ତି । ତେବେ ଆଜି ବିଶ୍ବକପ୍‌ ଅଭିଯାନ ଶେଷ କରିବା ପୂର୍ବରୁ ସେ ଆହୁରି ଏକ ରେକର୍ଡ ନିଜ ନାମରେ କରିଛନ୍ତି ।

ବିଶ୍ବକପ୍‌ ୨୦୨୩ର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ବିରାଟ କୋହଲି ସେମିଫାଇନାଲ୍‌ରେ ଦମଦାର ଶତକୀୟ ପାଳି ଖେଳି ମହାନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ । ଦିନିକିଆ କ୍ରିକେଟ୍‌ରେ ସଚିନ ୪୯ ଶତକ ହାସଲ କରିଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ୫୦ତମ ଦିନିକିଆ ଶତକ ହାସଲ କରି ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ବ୍ୟାଟର ହୋଇଥିଲେ ବିରାଟ । ଆଜି ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ ସେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ୫୪ ରନର ପାଳି ଖେଳି ସେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ସେ କୌଣସି ବିଶ୍ବକପ୍‌ ସଂସ୍କରଣର ଉଭୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍‌ରେ ୫୦ ପ୍ଲସ ସ୍କୋର କରିଥିବା ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ମ୍ୟାଚ୍‌ ଆରମ୍ଭରୁ ରୋହିତ୍‌ ଶର୍ମାଙ୍କ ଦମଦାର ରେକର୍ଡ, ଅଧିନାୟକ ଭାବେ ସବୁଠୁ ଆଗରେ

ଏଭଳି କୀର୍ତ୍ତିମାନ ରଚିବାରେ କୋହଲି ବିଶ୍ବର ସପ୍ତମ ବ୍ୟାଟର ହୋଇଛନ୍ତି । ଏହା ପୂର୍ବରୁ ୧୯୭୯ରେ ଇଂଲଣ୍ଡର ମାଇକେଲ ବ୍ରେଲି, ୧୯୮୭ରେ ଅଷ୍ଟ୍ରେଲିଆର ଡେଭିଡ୍‌ ବୁନ, ୧୯୯୨ରେ ପାକିସ୍ତାନର ଜାଭେଦ ମିଆଁନ୍ଦାଦ, ୧୯୯୬ରେ ଶ୍ରୀଲଙ୍କାର ଅରବିନ୍ଦ ଡି'ସିଲ୍‌ଭା, ୨୦୧୫ରେ ନ୍ୟୁଜିଲାଣ୍ଡର ଗ୍ରାଣ୍ଟ ଏଲିଅଟ୍‌ ଏବଂ ୨୦୧୫ରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଉଭୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍‌ରେ ୫୦ରୁ ଅଧିକ ସ୍କୋର କରିଥିଲେ । ଏଭଳି ବଡ଼ ମ୍ୟାଚ୍‌ରେ କ୍ରମାଗତ ଦୁଇ ଅର୍ଦ୍ଧଶତକ ହାସଲ କରିବାରେ କୋହଲି ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର, ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌

ତେବେ ଆଜିର ମ୍ୟାଚ୍‌ ଉପରେ ନଜର ପକାଇଲେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଆକ୍ରାମକ ଆରମ୍ଭ ସତ୍ତ୍ବେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲା କଙ୍ଗାରୁ ବୋଲିଂ ଆଟାକ୍‌ । ଫଳରେ ଭାରତୀୟ ବ୍ୟାଟର ବେଶ ସଙ୍ଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ରୋହିତ ୪୭ ରନ କରି ଆଉଟ୍‌ ହୋଇଥିଲେ । ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ କରିବାରେ ସକ୍ଷମ ହୋଇଥିଲା । ବିଜୟ ପାଇଁ ୨୪୧ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.