ETV Bharat / sports

World Cup 2023: କୋହଲି-ନବୀନ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ, ମ୍ୟାଚ୍‌ ପରେ ହାତ ମିଳାଇଲେ ଦୁଇ ଖେଳାଳି - kohli and naveen dispute

ଚଳିତ ବର୍ଷ ଆଇପିଏଲରେ ବିରାଟ କୋହଲି ଓ ଆଫଗାନିସ୍ତାନର ନବୀନ ଉଲ ହକଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ମାତ୍ର ବିଶ୍ବକପରେ ସେମାନଙ୍କ ବିବାଦର ଅନ୍ତ ଘଟିଛି । ଅଧିକ ପଢ଼ନ୍ତୁ

World Cup 2023
Cricket World Cup 2023
author img

By ETV Bharat Odisha Team

Published : Oct 12, 2023, 7:39 AM IST

କୋହଲି-ନବୀନ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଭାରତ ତାର ଦ୍ବିତୀୟ ମ୍ୟାଚ୍‌ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଫଳାଫଳ ଓ ରୋହିତଙ୍କ ଶତକକୁ ନେଇ ଯେତିକି ଚର୍ଚ୍ଚା ହୋଇନାହିଁ ବିରାଟ କୋହଲି ଓ ଆଫାଗାନିସ୍ତାନର ନୀବନ ଉଲ ହକଙ୍କ ମଧ୍ୟରେ ବିବାଦର ସମାଧାନ ହେବା ପରସ୍ପରକୁ ଆଲିଙ୍ଗନ କରିବା ବେଶୀ ଚର୍ଚ୍ଚା ହୋଇଛି । ଆଇପିଏଲରେ ବିବାଦ ହେଲା ମାତ୍ର ବିଶ୍ବକପରେ ମାନୋମାଳିନ୍ୟ ତୁଟିଗଲା । ଯାହାକୁ ଫ୍ୟାନ୍ସ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟି କରୁଥିବା ବେଳେ ଦର୍ଶକ କୋହଲି ନବୀନ ବୋଲି ଚିଲାଇଥିଲେ । କୋହଲି ବ୍ୟାଟିଂ କରୁଥିବାବେଳେ କିଛି ଦର୍ଶକ ପୁଣି ଆଫଗାନିସ୍ତାନ ପେସ୍‌ ବୋଲର ନବୀନ ଉଲ-ହକଙ୍କୁ ଚିଡାଇଥିଲେ । କିନ୍ତୁ କୋହଲି ଏପରି ନକରିବାକୁ ଇଙ୍ଗିତ କରିଥିଲେ । ଏହାପରେ ଦର୍ଶକ ଏଥିରୁ ନିବୃତ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ମୂହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋହଲିଙ୍କ ଏପରି କାର୍ଯ୍ୟକୁ ଦର୍ଶନ ବେଶ ପସନ୍ଦ କରିଥିଲେ ।

ଏହା ବି ପଢନ୍ତୁ....Cricket World Cup 2023: ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ, ହିଟ୍‌ମ୍ୟାନଙ୍କ ଏକାଧିକ ରେକର୍ଡ

ମ୍ୟାଚ୍‌ ପରେ ଆଫଗାନିସ୍ତାନ ପେସ ବୋଲର ନବୀନ ଉଲ-ହକ କୋହଲିଙ୍କ ସହ ହାତ ମିଳାଇବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ପରସ୍ପର ସହ କିଛି କଥା ହୋଇଥିଲେ । ଯାହାକୁ ବେଶ ପସନ୍ଦ କରିଛନ୍ତି । ଚଳିତ ବର୍ଷ ଆଇପିଏଲରେ ହୋଇଥିବା ବିବାଦ ବିଶ୍ବକପରେ ତୁଟିଛି । ଆଇପିଏଲରେ କୋହଲି ଓ ନବୀନଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିଲା । ଏହାପରେ ଦୁହେଁ ଚର୍ଚ୍ଚାରେ ଥିଲେ । ବିଶ୍ବକପରେ ଦୁଇଜଣଙ୍କ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ, ୮ ୱିକେଟ୍‌ରେ ଜିତିଲା ଭାରତ

ପ୍ରକାଶ ଥାଉ କି, ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ତାର ଦ୍ବିତୀୟ ମ୍ୟାଚ୍‌ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି 8 ୱିକେଟ୍‌ରେ 272ରନ କରିଥିଲା । 273 ରନ ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତ 8 ୱିକେଟରେ ମ୍ୟାଚ ଜିତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ମ୍ୟାଚ୍‌ ପରେ ବିରାଟ କୋହଲି ଓ ନବୀନ ଉଲ ହକ ହାତ ମିଳାଇବା ସହ ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ସମସ୍ତେ ପ୍ରଂଶସା କରିଥିଲେ । ଆସନ୍ତା ଅକ୍ଟୋବର 14 ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତ ତାରି ତୃତୀୟ ବିଶ୍ବକପ ମ୍ୟାଚ ଖେଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.