ETV Bharat / sports

World Cup 2023: ରନ ଚେସ୍‌କୁ ମନ ଦେଇ ବସିଛନ୍ତି କିଙ୍ଗ କୋହଲି, ଚର୍ଚ୍ଚାରେ ନ୍ୟୁଜିଲାଣ୍ଡ ବିପକ୍ଷ ପାଳି

author img

By ETV Bharat Odisha Team

Published : Oct 23, 2023, 12:37 PM IST

Updated : Oct 23, 2023, 1:14 PM IST

ବିଶ୍ବକପ 2023ରେ ଭାରତ ଏଯାବତ 5ଟି ମ୍ୟାଚ୍‌ ଖେଳିଛି ବିଜୟଧାରା ବଜାୟ ରଖିଛି । ସବୁ ମ୍ୟାଚ୍‌ରେ କିଙ୍ଗ କୋହଲି ବିରାଟଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି । ବିରାଟଙ୍କ ଏହି ପ୍ରଦର୍ଶନ ପରେ ସେ ରନ୍‌ ଚେସ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

World Cup 2023
Virat Kohli love affair with run chases

ହାଇଦ୍ରାବାଦ: ବିରାଟ କୋହଲି କ୍ରିଜରେ ଥିଲେ ଅସମ୍ଭବ ସମ୍ଭବ ହୋଇଯାଏ । ଦଳକୁ ସଙ୍କଟରୁ ଉଦ୍ଧାର କରି ବିଜୟ ଭେଟି ଦେବା ଏହି ପ୍ଲେୟାରକୁ ଭଲ ଭାବେ ଜଣା । କ୍ରିକେଟ ବିଶ୍ବକପ 2023ରେ ଭାରତ ଲାଗାତର ପଞ୍ଚମ ବିଜୟ ହାସଲ କରିଛି । ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିଛି ରୋହିତ ସେନା । ଏଥିରେ ବିଜୟୀ ପାଳି ଖେଳିଛନ୍ତି ଚେସ ମାଷ୍ଟର ବିରାଟ କୋହଲି । 104 ବଲରେ 95 ରନ କରି ଦଳକୁ ପଞ୍ଚମ ବିଜୟ ଦେବାରେ କୋହଲିଙ୍କର ଭୂମିକା ରହିଛି । ଏହି ମ୍ୟାଚ୍‌ ପରେ ସେ ରନ ଚେସ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗର ଫାଇଦା ଉଠାଇଲେ ସାମି, ପ୍ରଶଂସା କଲେ ରୋହିତ

ଖାଲି ନ୍ୟୁଜିଲାଣ୍ଡ ନୁହେଁ ବିଶ୍ବକପ 2023ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ମଧ୍ୟ ଦମଦାର ପାଳି ଖେଳିଥିଲେ ବିରାଟ । ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର 95 ରନର ପାଳି ଦଳକୁ ବିଜୟୀ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କର ଏହି ଭଳି ପ୍ରଦର୍ଶନ ପାଇଁ ତାଙ୍କ ରନ ଚେସ୍‌ ମାଷ୍ଟର କୁହାଯାଉଛି । ଦିନିକଆ ଫର୍ମାଟ ଓ ଟି 20ରେ ତାଙ୍କୁ ଚେସ୍‌ ମାଷ୍ଟର କୁହାଯାଉଛି । 1990 ଓ 2000ରେ ଭାରତ ଜଣେ ଖେଳାଳି ସଚିନ ତେନ୍ଦୁଲକରଙ୍କ ଉପରେ ଭରସା କରୁଥିଲା, ଏବେ ବିରାଟ କୋହଲିଙ୍କ ଉପରେ ଭରସା କରୁଛି । ବାଂଲାଦେଶ ବିପକ୍ଷରେ ବିରାଟଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ 95ରନ ପାଳି ବଳରେ ଦଳ ପଞ୍ଚମ ବିଜୟ ସହ ଏଯାବତ ଅପରାଜେୟ ରହିଛି । ତାଙ୍କର ଏହି ପରି ପ୍ରଦର୍ଶନ ପାଇଁ ସେ ରନ୍‌ ଚେସ ପ୍ରେମରେ ପଡିଥିବା କୁହାଯାଉଛି । ଟାର୍ଗେଟ୍‌ର ପିଛା କରିବା ବେଳେ ସେ ମୋଟ 23ଟି ଶତକ ହାସଲ କରିଥିବା ବେଳେ 23 ଅର୍ଦ୍ଧ ଶତକ ହାସଲ କରିଛନ୍ତି ।

2010 ମୀରପୁରରେ ବାଂଲାଦେଶ ବିପକ୍ଷରେ ବିରାଟ 91 ରନ୍‌ କରିଥିଲେ । 2019 ବର୍ମିଂହାମରେ ବାଂଲାଦେଶ ବିପକ୍ଷରେ 96 ରନ୍‌ କରି ଅପରାଜିତ ରହିଥିଲେ । ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ 95 ରନ କରିଥିଲେ । ଏହା ସିହତ ଭାରତ 274ର ଟାର୍ଗେଟ ହାସଲ କରିଥିଲା । ଦିନିକିଆ ବିଶ୍ବକପ ଇତିହାସରେ ଏହା ଚତୁର୍ଥ ସର୍ବାଧିକ ଲକ୍ଷ୍ୟ ଥିଲା । ବିରାଟ କୋହଲି 2011 ବିଶ୍ବକପ ବିଜୟୀ ଭାରତ ଦଳର ବି ସଦସ୍ୟ ଥିଲେ ।

ଏହା ବି ପଢନ୍ତୁ...Cricket World Cup 2023: ଭାଙ୍ଗିଲା ନ୍ୟୁଜିଲାଣ୍ଡର ବିଜୟଧାରା, ପୁଣି ମ୍ୟାଚ୍‌ ଜିତାଇଲେ କିଙ୍ଗ୍‌ କୋହଲି

ପ୍ରକାଶ ଥାଉ କି, ବିଶ୍ବକପ ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ବିଜୟ ଧାରା ଜାରି ରଖିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତ ତାର 5 ମ୍ୟାଚରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ 273 ରନ୍‌ କରିଥିଲା । 274 ରନ୍‌ ଟାର୍ଗେଟ୍‌ ନେଇ ପାଳି ଆରମ୍ଭ କରିଥିବା ଭାରତ 4 ୱିକେଟ୍‌ରେ ବିଜୟ ହାସଲ କରିବା ସହ 2019ର ପ୍ରତିଶୋଧ ନେଇଥିଲା । ବିରାଟ କୋହଲି ସର୍ବାଧିକ 95 ରନର ଇନିଂସ ଖେଳିଥିଲେ । 104 ବଲରେ 95 ରନ କରିଥିଲେ ଯେଉଁଥିଲେ 8ଟି ଚୌକା ଓ 2ଟି ଛକା ରହିଛି । ଘାତକ ବୋଲିଂ କରି ମହମ୍ମଦ ସାମି 54 ରନ୍‌ ଦେଇ 5ଟି ୱିକେଟ ହାସଲ କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

Last Updated : Oct 23, 2023, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.