ETV Bharat / sports

Cricket World Cup 2023: ଇଡେନ ଗାର୍ଡନରେ ଜୋରଦାର ହେବ କୋହଲିଙ୍କ ବର୍ଥ ଡେ' ସେଲିବ୍ରେସନ୍‌, ଜାଣନ୍ତୁ କଣ ରହିଛି ଆୟୋଜନ

author img

By ETV Bharat Odisha Team

Published : Nov 5, 2023, 7:05 AM IST

ରବିବାର ୩୫ତମ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ୍‌ ୨୦୨୩ ମ୍ୟାଚ୍‌ ଖେଳିବେ କିଙ୍ଗ୍‌ କୋହଲି । ବିରାଟଙ୍କ ଜନ୍ମଦିନକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ଇଡେନ୍‌ ଗାର୍ଡେନ କାର୍ଯ୍ୟାଳୟ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢ଼ନ୍ତୁ

ଇଡେନ ଗାର୍ଡନରେ ଜୋରଦାର ହେବ କୋହଲିଙ୍କ ବର୍ଥ ଡେ' ସେଲିବ୍ରେସନ୍‌

କୋଲକାତା: ୩୫ତମ ଜନ୍ମଦିନ ପାଳନ କରିବେ କ୍ରିକେଟ ଜଗତର ବାଦଶାହ ବିରାଟ କୋହଲି । କୋଲକାତାର ଇଡେନ ଗାର୍ଡନରେ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍‌ ଇଣ୍ଡିଆ । ଆଜି(ରବିବାର) ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ୩୫ତମ ଜନ୍ମଦିନ ଥିବାରୁ ଇଡେନ ଗାର୍ଡନରେ ହୋଇଛି ସ୍ବତନ୍ତ୍ର ଆୟୋଜନ । ଦଳର ସମସ୍ତ ସଦସ୍ୟ ତଥା ଏକାଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କିଙ୍ଗ୍‌ କୋହଲି ଜନ୍ମଦିନ ପାଳନ କରିବେ ବୋଲି ଜଣାପଡ଼ିଛି । ଏନେଇ ଇଡେନ ଗାର୍ଡେନ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।

କୋହଲିଙ୍କ ଜନ୍ମଦିନ ପାଇଁ ସ୍ବତନ୍ତ୍ର ଆୟୋଜନ: ବିରାଟ କୋହଲିଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ବଙ୍ଗଳା କ୍ରିକେଟ୍ ଆସୋସିଏସନ (CAB) ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, କୋହଲିଙ୍କ ପାଇଁ ଏକ ସ୍ବତନ୍ତ୍ର କେକ୍‌ ବ୍ୟବସ୍ଥା କରାଯାଇଛି, ଯାହା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ କଟାଯିବ । ମ୍ୟାଚ୍‌ ମଧ୍ୟରେ ବିରତି ସମୟରେ ଏହି କେକ୍ କାଟିବେ ବିରାଟ । ଏହା ସହିତ ବଙ୍ଗଳା କ୍ରିକେଟ୍‌ ଆସୋସିଏସନ୍‌ ବିରାଟ କୋହଲିଙ୍କୁ ଉପହାର ଦେବାପାଇଁ ଏକ ସ୍ବତନ୍ତ୍ର ବ୍ୟାଟ୍‌ ପ୍ରସ୍ତୁତ କରିଛି । ଏହା ସହିତ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ କୋହଲିଙ୍କର ୭୦ ହଜାର ମାସ୍କ ମଧ୍ୟ ବଣ୍ଟନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...Kohli's 35th Birthday: ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା, ସଫଳତା କାମନା କଲେ ସୁଦର୍ଶନ

ସେଲିବ୍ରେସନ୍‌ରେ ଉପସ୍ଥିତ ରହିବେ ବିଶିଷ୍ଟ ବ୍ୟକ୍ତି: ବିରାଟଙ୍କ ୩୫ତମ ଜନ୍ମଦିନ ଅବସରରେ ଇଡେନ ଗାର୍ଡେନରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ୍‌ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ଏହା ସହିତ ବିରାଟ କୋହଲିଙ୍କ ଜନ୍ମଦିନ ସେଲିବ୍ରେସନ୍‌ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ରହିପାରନ୍ତି । ଏହି ସମୟରେ CAB ସଭାପତି ସ୍ନେହାଶିଷ ଗାଙ୍ଗୁଲି ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ବ୍ୟାଟ କୋହଲିଙ୍କୁ ଉପହାର ଦେବେ ।

ଜନ୍ମଦିନରେ ୪୯ତମ ଶତକ ଦେଖିବାକୁ ପ୍ରଶଂସକଙ୍କ ଇଚ୍ଛା: ଦିନିକିଆ କ୍ରିକେଟରେ ବିରାଟ କୋହଲି ୪୮ ଶତକ ହାସଲ କରିଛନ୍ତି । ସେ ୪୯ତମ ଶତକ ହାସଲ କରିବା ମାତ୍ରେ ଦିନିକିଆ କ୍ରିକେଟରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦ୍ବାରା ସର୍ବାଧିକ ଶତକ ହାସଲକାରୀ ରେକର୍ଡର ସମକକ୍ଷ ହୋଇଯିବେ । କୋହଲି ଗତ ୨ଟି ମ୍ୟାଚ୍‌ରେ ଶତକରୁ ଅଳ୍ପକେ ବିଫଳ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ରନ୍‌ ଏବଂ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ ସ୍କୋର କରିବା ପରେ ସେ ଆଉଟ୍ ହୋଇଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଶତକ ହାସଲ କରି ତାଙ୍କ ପ୍ରଶଂସକଙ୍କୁ ଉପହାର ଦେବାକୁ ଚାହିଁବେ । ଯଦି ବିରାଟ ଇଡେନ୍ ଗାର୍ଡେନ୍ସରେ ନିଜର ୪୯ତମ ଶତକ ସ୍କୋର କରନ୍ତି, ତେବେ ସେ ମିଳିତ ଭାବେ ସଚିନଙ୍କ ସହ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.