ETV Bharat / sports

Cricket World Cup 2023: ଆଜି ଭାରତ-ପାକିସ୍ତାନ ମହାଲଢେଇ, ରେକର୍ଡ ବଜାୟ ଲକ୍ଷ୍ୟରେ ମେନ ଇନ ବ୍ଲୁ

author img

By ETV Bharat Odisha Team

Published : Oct 14, 2023, 7:26 AM IST

ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଜି ଭାରତ ପାକ୍ ଫାଇଟ । ମ୍ୟାଚ ଦେଖିବାକୁ ଉତ୍ସାହିତ ଦର୍ଶକ । ଅଧିକ ପଢନ୍ତୁ

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: ଆଜି ବିଶ୍ବକପରେ ରହିଛି ହାଇଭୋଲଟେଜ ଫାଇଟ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଛାଇଯିବେ କ୍ରୀଡା ପ୍ରେମୀ । ମୁହାଁମୁହିଁ ହେବେ ଚିର ପ୍ରତିଦ୍ବନ୍ଦୀ ଦଳ ଭାରତ ଓ ପାକିସ୍ତାନ । ସମୟ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଛି । ଏହି ମ୍ୟାଚକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସାରା ବିଶ୍ବର କ୍ରିକେଟ ପ୍ରେମୀ । ବାବର ଭର୍ସେସ ବୁମରା, କୋହଲି ଭର୍ସେସ ସାହିନଙ୍କ ଲଢେଇ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଦୁଇ ଦଳ ମଧ୍ୟରେ ଆଜି ଫାଇଟ ହେବ ଟାଇଟ । ବିଶ୍ବକପରେ ଆଜିର ଦିନକୁ ସମସ୍ତଙ୍କ ଅପେକ୍ଷା ରହିଥିଲା । ପୁରୁଣା ରଣନୀତି ସହ ପଡିଆକୁ ଓହ୍ଳାଇବ ମେନ ଇନ ବ୍ଲୁ । ପାକିସ୍ତାନକୁ ଧୂଳି ଚଟାଇବାକୁ ପ୍ରସ୍ତୁତ ଭାରତୀୟ ଖେଳାଳି । ବିଶ୍ବକପରେ 2ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜି ମଧ୍ୟ ପାକିସ୍ତାନକୁ ହରାଇ ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି ଭାରତ ।

ରେକର୍ଡ ବଜାୟୀ ରଖିବା ଲକ୍ଷ୍ୟରେ ଭାରତ: ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ବକପରେ ଏହି ଦୁଇ ଦଳ ମଧ୍ୟରେ ଆଜି ପର୍ଯ୍ୟନ୍ତ 7ଟି ମୁକାବିଲା ହୋଇଛି । କିନ୍ତୁ ସମସ୍ତ ମ୍ୟାଚରେ ଭାରତର ବିଜୟ ହୋଇଛି । ତେଣୁ ଭାରତର ପଲ୍ଲା ଆଜି ଭାରି ରହିବ ବୋଲି ଆଶା ରହିଛି । ରେକର୍ଡ ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ରୋହିତ ବାହିନୀ । କିନ୍ତୁ ଏହି ରେକର୍ଡ ଭାଙ୍ଗିବାକୁ ଭାଙ୍ଗିବାକୁ ଆଜି ଜୋରଦାର ପ୍ରୟାସ କରିବ ପାକିସ୍ତାନ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ଜୋରଦାର ଅଭ୍ୟାସ କରିଛି ପାକ୍ ଟିମ । ଚଳିତ ବିଶ୍ବକପରେ ପାକିସ୍ତାନ ଖେଳିଥିବା ଦୁଇଟି ମ୍ୟାଚରେ ବିଜୟୀ ହୋଇଛି । ତେଣୁ ଆଜି ମଧ୍ୟ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି ପାକ୍ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ ନା ନାହିଁ ? ବଡ଼ ଅପ୍‌ଡେଟ୍‌ ଦେଲେ ରୋହିତ୍‌

ଟପ ଫର୍ମରେ ରହିଛି ଟିମ ଇଣ୍ଡିଆ: ପାକିସ୍ତାନକୁ ହରାଇବାକୁ ଭାରତୀୟ ଦଳ ପୁରା ପ୍ରସ୍ତୁତ । ଟପ ଫର୍ମରେ ରହିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତର ଟପ୍‌ ଅର୍ଡର ବିଫଳ ହୋଇଥିଲା । ପ୍ରଥମ ଥର ପାଇଁ ଶୀର୍ଷକ୍ରମରେ ଥିବା ୩ ଜଣ ବ୍ୟାଟର ଜିରୋରେ ଆଉଟ୍‌ ହୋଇଥିଲେ । ଅଧିନାୟକ ରୋହିତ ଶର୍ମା, ଈଶାନ କିଷାନ ଓ ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ । ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁଁ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଥିଲା ଭାରତ । ଏହାପରେ ବିଶ୍ବକପରେ ଦ୍ବିତୀୟ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା ଭାରତ । ଏଥିରେ ରୋହିତ ଶର୍ମା ନିଜର ଫର୍ମକୁ ଫେରିଥିଲେ । ଈଶାନ କିଷାନ ମଧ୍ୟ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ଉଭୟ ମ୍ୟାଚ୍‌ରେ ଦଳର ବୋଲିଂ ବିଭାଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ବୋଲିଂ ହେଉ କି ବ୍ୟାଟିଂ ସବୁଥିରେ ଭାରତର ପ୍ରଦର୍ଶନ ଭଲ ରହିଛି । ତେଣୁ ପାକିସ୍ତାନରୁ ଭାରତ ହରାଇ ଆଜି ବିଜୟୀ ହେବାକୁ ସମସ୍ତଙ୍କ ଆଶା ରହିଛି ।

ଶୁବମନ ଗିଲ ଖେଲିବା ସମ୍ଭାବନା: ଡେଙ୍ଗୁରୁ ସୁସ୍ଥ ହେବା ପରେ ମଧ୍ୟ ଆଜି ଶୁବମନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । କିନ୍ତୁ ସେ ଅଭ୍ୟାସ କରିଥିବାରୁ ଖେଳିବାର ସମ୍ଭାବନା ରହିଛି । ଡେଙ୍ଗୁରେ ପୀଡ଼ିତ ହେବାପରେ ସେ ପ୍ରଥମ ଦୁଇଟି ମୁକାବିଲାରେ ଖେଳିପାରି ନଥିଲେ । ତାଙ୍କ ବଦଳରେ ଇଶାନ କିଷାନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଈଶାନ ବିଫଳ ହୋଇଥିଲେ ହେଁ ଆଫଗାନିସ୍ତାନ ବିପକ୍ଷରେ ସେ ରୋହିତଙ୍କ ସହ ମିଶି ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗିଲ୍‌ଙ୍କୁ ଖେଳାଇବା ପାଇଁ ମ୍ୟାନେଜ୍‌ମେଣ୍ଟ ବିଚାର କରୁଥିବା ଜଣାପଡ଼ିଛି । ଯଦି ଗିଲ୍ ଖେଳନ୍ତି ତେବେ ଏହା ତାଙ୍କର ପ୍ରଥମ ବିଶ୍ବକପ୍‌ ମ୍ୟାଚ୍ ହେବ ।

ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ଆହୁରି ଆକର୍ଷଣୀୟ କରିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିସିସିଆଇ ପକ୍ଷରୁ ଆଜି ଏକ ସଂଗୀତ ସମାରୋହର ଆୟୋଜନ କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଟସ ପଡିବା ପୂର୍ବରୁ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ବଲିଉଡର ପ୍ରଖ୍ୟାତ ସିଙ୍ଗର ଶଙ୍କର ମହାଦେବନ, ଅରଜିତ ସିଂ ଓ ସୁଖବିନ୍ଦର ସିଂ ସଙ୍ଗୀତ ପରିବେଷଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.