ETV Bharat / sports

ବିଶ୍ବକପ୍‌ ୨୦୨୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ ଆଗରେ କିଏ

author img

By ETV Bharat Odisha Team

Published : Nov 14, 2023, 9:50 PM IST

ବିଶ୍ବକପ୍‌ ୨୦୨୩ରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମିଫାଇନାଲ । ଏହା ପୂର୍ବରୁ ନଜର ପକାନ୍ତୁ ଉଭୟ ଦଳ ମଧ୍ୟରେ ରହିଥିବା ହେଡ୍‌ ଟୁ ହେଡ୍‌ ରେକର୍ଡ ଉପରେ । ଅଧିକ ପଢ଼ନ୍ତୁ

India vs New Zealand head to head
ଭାରତ-ନ୍ୟୁଜିଲାଣ୍ଡ ହେଡ୍‌ ଟୁ ହେଡ୍‌

ନୂଆଦିଲ୍ଲୀ: ବୁଧବାର ବିଶ୍ଵକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଏହି ହାଇ ଭୋଲଟେଜ୍ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଲିଗ୍‌ ପର୍ଯ୍ୟାୟରେ କିୱି ଦଳ ୯ ମ୍ୟାଚ୍‌ରୁ ୫ଟି ମ୍ୟାଚ୍‌ ଜିତି ୧୦ ପଏଣ୍ଟ ସହ ପଏଣ୍ଟ୍ସ ଟେବୁଲର ଚତୁର୍ଥ ପର୍ଯ୍ୟାୟରେ ଅଭିଯାନ ଶେଷ କରିଥିବାବେଳେ ଭାରତ ସମସ୍ତ ୯ ମ୍ୟାଚ୍‌ ଜିତି ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ହେଲେ ଆଇସିସି ନକଆଉଟ୍‌ରେ ଇତିହାସ ଭାରତୀୟ ଦଳ ସପକ୍ଷରେ ନାହିଁ । ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର ରେକର୍ଡ ଚିନ୍ତାଜନକ ରହିଛି । ନଜର ପକାନ୍ତୁ ଉଭୟ ଦଳ ମଧ୍ୟରେ କାହାର ପଲ୍ଲା ରହିଛି ଭାରି ।

ପଏଣ୍ଟ୍ସ ଟେବୁଲ ଶୀର୍ଷରେ ଭାରତ: ବିଶ୍ବକପ୍‌ ୨୦୨୩ରେ ଆରମ୍ଭରୁ ସମସ୍ତ ମ୍ୟାଚ୍‌ ଜିତି ଅପରାଜେୟ ଭାବେ ଲିଗ୍‌ ପର୍ଯ୍ୟାୟ ଖେଳ ଶେଷ କରିଛି ଟିମ୍‌ ଇଣ୍ଡିଆ । ଏକମାତ୍ର ଦଳ ଭାବେ ସମସ୍ତ ୯ ମ୍ୟାଚ୍‌ ଜିତି ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିଛି ଭାରତ । ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଦର୍ଶନ ଉପରେ ନଜର ପକାଇଲେ ଦଳ ୯ ମ୍ୟାଚ୍‌ରୁ ୫ ବିଜୟ ସହ ୧୦ ପଏଣ୍ଟ ଧରି ଟେବୁଲର ଚତୁର୍ଥରେ ରହିଛି । ସଂଯୋଗବଶତଃ ୨୦୧୯ ବିଶ୍ବକପ୍‌ରେ ମଧ୍ୟ ଭାରତ ପ୍ରଥମ ଓ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଥିଲା । ଏଥିରେ ଲିଗ୍‌ ପର୍ଯ୍ୟାୟରେ ଭାରତ ୯ ମ୍ୟାଚ୍‌ରୁ ୭ ବିଜୟ ସହ ଗୋଟିଏ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ପଡ଼ିଥିଲା । ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଲିଗ୍‌ ପର୍ଯ୍ୟାୟ ମୁକାବିଲା ବର୍ଷା କାରଣରୁ ଖେଳାଯାଇ ପାରିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାରତ ବିପକ୍ଷ ସେମି ଲଢ଼େଇ ପୂର୍ବରୁ କିୱି ଅଧିନାୟକଙ୍କ ଆତ୍ମବିଶ୍ବାସ, କହିଲେ ଏବେ ଅସଲ ଖେଳ ଆରମ୍ଭ

ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଆଗରେ: ବିଶ୍ବକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ୧୦ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୪ଟି ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ ଜିତିଛି । ୨୦୧୯ ବିଶ୍ବକପ୍‌ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ବର୍ଷା କାରଣରୁ ଖେଳାଯାଇ ପାରିନଥିଲା । ଚଳିତ ବିଶ୍ବକପ୍‌ରେ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ବିଶ୍ବକପ୍‌ ଇତିହାସରେ ଏପର୍ଯ୍ୟନ୍ତ ଭାରତ ୮ ସଂସ୍କରଣରେ ନ୍ୟୁଜିଲାଣ୍ଡକୁ ଭେଟିଛି । ବୁଧବାର ଖେଳାଯିବାକୁ ଥିବା ସେମି ମୁକାବିଲା ଚଳିତ ସଂସ୍କରଣର ଦ୍ବିତୀୟ ମୁକାବିଲା । ୧୯୮୭ ବିଶ୍ବକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ସମସ୍ତ ୨ଟି ମୁକାବିଲା ଭାରତ ଜିତିଥିଲା । ୨୦୦୩ ବିଶ୍ବକପ୍‌ରେ ଉଭୟ ଦଳ ମଧ୍ୟରେ ଗୋଟିଏ ମୁକାବିଲା ଖେଳାଯାଇଥିବାବେଳେ ଏହା ମଧ୍ୟ ଭାରତ ସପକ୍ଷରେ ଯାଇଥିଲା । ୧୯୭୫, ୧୯୭୯, ୧୯୯୨, ୧୯୯୯ ଓ ୨୦୧୯ ବିଶ୍ବକପ୍‌ରେ ଗୋଟିଏ ଲେଖାଏଁ ମୁକାବିଲା ଖେଳାଯାଇଥିବା ବେଳେ ଏହି ମ୍ୟାଚ୍‌ ଗୁଡ଼ିକ ନ୍ୟୁଜିଲାଣ୍ଡ ଜିତିଛି ।

ଏହା ମଧ୍ୟ ପଢ଼ନ୍ତୁ...Watch: କାଲି ସେମିଫାଇନାଲ ମ୍ୟାଚ୍‌, ୱାଙ୍ଖଡେ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିଲା ଭାରତୀୟ ଟିମ

ଦିନିକିଆରେ ଭାରତର ପଲ୍ଲା ଭାରି: ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୧୭ ମୁକାବିଲା ଖେଳାଯାଇଛି । ଏଥିରେ ଭାରତ ୫୯ ମ୍ୟାଚ୍‌ ସହ ନ୍ୟୁଜିଲାଣ୍ଡ ଠାରୁ ଆଗରେ ରହିଛି । ନ୍ୟୁଜିଲାଣ୍ଡ ୫୦ ମ୍ୟାଚ୍‌ରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ୍‌ ଅମିମାଂସୀତ ରହିଥିଲା । ଉଭୟ ଦଳ ମଧ୍ୟରେ ବାକି ୭ଟି ମ୍ୟାଚ୍‌ ରଦ୍ଦ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.