ETV Bharat / sports

Cricket World Cup 2023: ଧର୍ମଶାଳାରେ କାହାର ବିଜୟଧାରାରେ ଲାଗିବ ବ୍ରେକ, ଜାଣନ୍ତୁ କାହା ପଲ୍ଲା ଭାରି

ଧର୍ମଶାଳାରେ ରବିବାର ମୁହାଁମୁହିଁ ହେବେ ବିଶ୍ବକପ୍‌ ୨୦୨୩ର ଦୁଇ ଅପରାଜିତ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ବିଶ୍ବକପ୍‌ ଇତିହାସରେ ନଜର ପକାଇଲେ ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଥିବା ବେଳେ ୫-୩ରେ ଆଗୁଆ ରହିଛି କିୱି ଦଳ । ୨୦୧୯ ପରାଜୟର ପ୍ରତିଶୋଧ ସହ ସେମିଫାଇନାଲ ଟିକେଟ୍‌ ଲକ୍ଷ୍ୟରେ ରୋହିତ ବାହିନୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 21, 2023, 5:59 PM IST

Updated : Oct 21, 2023, 7:33 PM IST

ଧର୍ମଶାଳାରେ କାହାର ଭାଙ୍ଗିବ ବିଜୟଧାରା ?
ଧର୍ମଶାଳାରେ କାହାର ଭାଙ୍ଗିବ ବିଜୟଧାରା ?

ହାଇଦ୍ରାବାଦ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ କେବଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଅପରାଜିତ ରହିଛନ୍ତି । ଉଭୟ ଚଳିତ ବିଶ୍ବକପ୍‌ରେ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବାବେଳେ ସବୁ ମ୍ୟାଚ୍‌ ଗୁଡ଼ିକ ଜିତି ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହି ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଲିଗ୍‌ ପର୍ଯ୍ୟାୟରେ ଆସନ୍ତା ୨୨ ତାରିଖ (ରବିବାର) ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ଦଳ । ଉଭୟ ଦଳର ଖେଳାଳି ଚଳିତ ବିଶ୍ବକପ୍‌ରେ ସେମାନଙ୍କ ପ୍ରାଇମ ଫର୍ମରେ ରହିଥିବାବେଳେ ଦମଦାର ପ୍ରଦର୍ଶନ ଦେଉଛନ୍ତି । ଭାରତୀୟ ଦଳର ସମସ୍ତ ବିଭାଗ ବେଶ ସୁଦୃଢ଼ ରହିଥିବାବେଳେ ଘରୋଇ ମାହୋଲ ମଧ୍ୟ ସେମାନଙ୍କ ସପକ୍ଷରେ ରହିଛି । ସେପଟେ ବିଶ୍ବକପ୍‌ରେ ଉଭୟ ଦଳ ମଧ୍ୟରେ ହେଡ୍‌ ଟୁ ହେଡ୍‌ ରେକର୍ଡ ଦେଖିଲେ ଏଥିରେ ନ୍ୟୁଜିଲ୍ୟାଣ୍ଡ ନିଶ୍ଚିତ ଭାବେ ଆଗରେ ରହିଛି । ତେବେ ଏହି ଦୁଇ ଦଳ ଆସନ୍ତା ରବିବାର ହିମାଚଳ ପ୍ରଦେଶର ଧର୍ମଶାଳା କ୍ରିକେଟ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଏହାପୂର୍ବରୁ ନଜର ପକାନ୍ତୁ ବିଶ୍ବକପ୍‌ରେ ଉଭୟ ଦଳ ମଧ୍ୟରେ ରହିଥିବା ହେଡ୍‌-ଟୁ-ହେଡ୍‌ ରେକର୍ଡ ଉପରେ ।

ଜୟଯାତ୍ରା ଜାରି ଲକ୍ଷ୍ୟରେ ଦୁଇ ଦଳ: ଯଦିଓ ନ୍ୟୁଜିଲ୍ୟାଣ୍ଡ ଦଳ ସର୍ବଦା ଏକ ସନ୍ତୁଳିତ ଦଳ ହୋଇଥାଏ ଓ ଗୁଣାତ୍ମକ କ୍ରିକେଟ୍‌ ଖେଳିଥାଏ, ହେଲେ ଏହି ଦୁର୍ଭାଗ୍ୟବଶତଃ ଏହି ଦଳ କେବେହେଲେ ବିଶ୍ବକପ୍‌ ଟାଇଟଲ ଜିତି ପାରିନାହିଁ । ତେବେ ଶେଷ ଦଶନ୍ଧି ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ଅତ୍ୟନ୍ତ ଚମତ୍କାର ଥିଲା, ଯେଉଁଥିରେ କ୍ରମାଗତ ୨୦୧୫ ଏବଂ ୨୦୧୯ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଥିଲା ନ୍ୟୁଜିଲ୍ୟାଣ୍ଡ । ଏଥର ମଧ୍ୟ କିୱି ଦଳ ବେଶ ଦମଦାର ପ୍ରଦର୍ଶନ ଜାରି ରଖିଛି । ଉଭୟ ଦଳର ୮ ଲେଖାଏଁ ପଏଣ୍ଟ ରହିଥିଲେ ମଧ୍ୟ ନେଟ୍‌ ରନ୍‌ ରେଟ୍‌ ତୁଳନାରେ ପଏଣ୍ଟ୍ସ ଟେବୁଲରେ ଶୀର୍ଷରେ ରହିଥିବା ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷ ମ୍ୟାଚ୍‌ ଜିତି ସେମିଫାଇନାଲ ଆଡ଼କୁ ଆଉ ଗୋଟିଏ ପାଦ ବଢ଼ିବାକୁ ଚାହିଁବ । ସେପଟେ ପ୍ରାଇମ୍‌ ଫର୍ମରେ ରହିଥିବା ରୋହିତ୍‌ ବାହିନୀ ମଧ୍ୟ ୨୦୧୯ ବିଶ୍ବକପ୍‌ ପରାଜୟର ପ୍ରତିଶୋଧ ନେଇ ବିଜୟଧାରା ଜାରି ରଖିବା ଉଦ୍ଦେଶ୍ୟରେ ମୈଦାନକୁ ଓହ୍ଲାଇବ ।

  • " class="align-text-top noRightClick twitterSection" data="">

ବିଶ୍ବକପ୍‌ରେ ଭାରତଠାରୁ ଆଗରେ ନ୍ୟୁଜିଲ୍ୟାଣ୍ଡ: ବିଶ୍ବକପ୍‌ ଇତିହାସରେ ନଜର ପକାଇଲେ ନ୍ୟୁଜିଲାଣ୍ଡ ଦଳର ପ୍ରଦର୍ଶନ ଭାରତୀୟ ଦଳ ଅପେକ୍ଷା ଆଗରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ବିଶ୍ବକପ୍‌ କ୍ରିକେଟ୍‌ରେ ୯ ଥର ମୁହାଁମୁହିଁ ହୋଇଛନ୍ତି, ସେଥିମଧ୍ୟରୁ ନ୍ୟୁଜିଲ୍ୟାଣ୍ଡ ୫ ଥର ଜିତିଥିବାବେଳେ ଭାରତ ୩ଟି ମ୍ୟାଚ୍‌ ଜିତିଛି । ଗୋଟିଏ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିଲା । ୨୦୧୯ ବିଶ୍ବକପ୍‌ ସେମିଫାଇନାଲରେ ମଧ୍ୟ ଟିମ୍‌ ଇଣ୍ଡିଆକୁ ହରାଇ ଏହାର ବିଶ୍ବକପ୍‌ ଜିତିବାର ସ୍ବପ୍ନକୁ ଭାଙ୍ଗି ଦେଇଥିଲା ନ୍ୟୁଜିଲ୍ୟାଣ୍ଡ । ଏବେ ନଜର ପକାନ୍ତୁ ବିଶ୍ବକପ୍‌ ଇତିହାସରେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ରହିଥିବା ହେଡ୍‌ ଟୁ ହେଡ୍‌ ରେକର୍ଡ ଉପରେ..

ବିଶ୍ବକପ୍‌ ୧୯୭୫: କ୍ରିକେଟ୍ ବିଶ୍ବକପ୍‌ ଉଦ୍‌ଘାଟନୀ ସଂସ୍କରଣରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ନ୍ୟୁଜିଲ୍ୟାଣ୍ଡ ଜିତିଥିଲା । ୬୦ ଓଭର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ସୟଦ ଆବିଦ୍‌ ଅଲିଙ୍କ ୭୦ ରନ୍‌ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଆଶାନୁରୂପ ପାଳି ଖେଳିପାରିନଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଦଳ ୫୮.୫ ଓଭରରେ ୬ଟି ୱିକେଟ୍‌ ହରାଇ ୨୩୩ ରନ୍‌ ସଂଗ୍ରହ କରିନେଇଥିଲା । ଏଥିରେ କିୱି ଦଳର ଅଧିନାୟକ ଗ୍ଲେନ୍ ଟର୍ନର ୧୧୪ ରନର ଚମତ୍କାର ଇନିଂସ ଖେଳିଥିଲେ ଏବଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଭାରତକୁ ହରାଇବା ସହଜ ନୁହେଁ କହିଲେ ସାଣ୍ଟ୍‌ନର

ବିଶ୍ବକପ୍‌ ୧୯୭୯: ବିଶ୍ବକପ୍‌ର ଦ୍ବିତୀୟ ସଂସ୍କରଣରେ ମଧ୍ୟ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ, ହେଲେ ଫଳାଫଳ ସମାନ ଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆହ୍ବାନ କରିଥିଲା । ଏହି ମ୍ୟାଚ୍‌ରେ ଭେଙ୍କଟରାଘବନଙ୍କ ନେତୃତ୍ବାଧିନ ଭାରତୀୟ ଦଳ କେବଳ ୧୮୨ ରନରେ ସମସ୍ତ ୱିକେଟ୍‌ ହରାଇଥିଲା । ଏଥିରେ ଭାରତୀୟ ଓପନର ସୁନୀଲ ଗାଭାସ୍କର ୧୪୪ ବଲ ଖେଳି ସଙ୍ଘର୍ଷପୂର୍ଣ୍ଣ ୫୫ ରନ କରି ଆଉଟ୍‌ ହୋଇଥିଲେ । ଜବାବରେ ନ୍ୟୁଜିଲ୍ୟାଣ୍ଡର ଦୁଇ ଓପନର ଜନ୍‌ ରାଇଟ୍‌ ଓ ବ୍ରୁସ୍‌ ଏଜର ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୦୦ ରନ ଯୋଡ଼ିଥିଲେ । ଜନ୍‌ ରାଇଟ୍‌ଙ୍କର ୪୮ ରନ ଓ ଗ୍ଲେନ୍‌ ଟର୍ନରଙ୍କ ୪୩ ରନର ପାଳି ବଳରେ ଦଳ ୫୭ ଓଭରରେ କେବଳ ୨ ୱିକେଟ୍‌ ହରାଇ ନିଜର ଟାର୍ଗେଟ ହାସଲ କରିନେଇଥିଲା ।

ବିଶ୍ବକପ୍‌ ୧୯୮୭: ଭାରତ ଓ ପାକିସ୍ତାନ ମିଳିତ ଭାବେ ୧୯୮୭ ମସିହା ବିଶ୍ବକପ୍‌ ଆୟୋଜନ କରିଥିଲେ । ଏହି ସଂସ୍କରଣରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦୁଇଥର ମୁହାଁମୁହିଁ ହୋଇଥିଲାବେଳେ ଦୁଇଥର ଯାକ ଭାରତୀୟ ଦଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା । ବେଙ୍ଗାଲୁରୁରେ ଖେଳାଯାଇଥିବା ୫୦ ଓଭର ବିଶିଷ୍ଟ ପ୍ରଥମ ମ୍ୟାଚ୍‌ରେ କପିଲ ଦେବଙ୍କ ନେତୃତ୍ବରେ ଭାରତ ପ୍ରଥମ ବ୍ୟାଟିଂ କରି ୨୫୨ ରନ ସଂଗ୍ରହ କରିଥିଲା । ଏଥିରେ ଭାରତ ପକ୍ଷରୁ ନବଜ୍ୟୋତ ସିଂହ ସିଦ୍ଧୁ ୭୫ ରନ୍‌ ଓ କପିଲ ଦେବ ୭୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ଜବାବରେ ଦମଦାର ଆରମ୍ଭ କରିଥିଲେ ମଧ୍ୟ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ କେବଳ ୨୩୬ ରନ କରିପାରିଥିଲା । ଏହି ମ୍ୟାଚ୍‌କୁ ୧୬ ରନରେ ଟିମ୍‌ ଇଣ୍ଡିଆ ଜିତି ନେଇଥିଲା ।

ଏହି ସଂସ୍କରଣରେ ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ନାଗପୁରରେ ଖେଳାଯାଇଥିଲା । ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ କିୱି ଦଳ କେବଳ ୨୨୧ ରନ୍‌ରେ ସୀମିତ ରହିଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ ଭାରତୀୟ ବୋଲର ଚେତନ ଶର୍ମା । ବିଶ୍ବ କ୍ରିକେଟ୍‌ରେ ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ ଚତନ ଶର୍ମା । ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ମଧ୍ୟ ଦମଦାର ପ୍ରଦର୍ଶନ ଦେଇଥିଲେ । କେବଳ ୩୨.୧ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୨୨୪ ରନ ହାସଲ କରିନେଇଥିଲା ଭାରତ । ପ୍ରଥମ ୱିକେଟ୍‌ ପାଇଁ ଦୁଇ ଓପନର ସୁନାଲ ଗାଭାସ୍କର ଓ ଏସ୍‌ ଶ୍ରୀକାନ୍ତ ଦଳୀୟ ଖାତାରେ ୧୩୬ ରନ୍‌ ଯୋଡ଼ିଥିଲେ । ଗାଭାସ୍କର ଏହି ମ୍ୟାଚ୍‌ରେ ଅପରାଜିତ ୧୦୩ ରନର ବିସ୍ଫୋରକ ପାଳି ଖେଳିଥିବାବେଳେ ଶ୍ରୀକାନ୍ତ ୭୫ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ମହମ୍ମଦ ଆଝାରୁଦ୍ଦିନ (୪୧) ଗାଭାସ୍କରଙ୍କ ସହ ମିଶି ଦଳକୁ ବିଜୟା କରାଇଥିଲେ । ଏହି ମ୍ୟାଚ୍‌ରେ ଚେତନ ଶର୍ମା ଓ ସୁନୀଲ ଗାଭାସ୍କର ଉଭୟଙ୍କୁ ମିଳିତ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରବିବାର ନ୍ୟୁଜିଲାଣ୍ଡ ଭାରତ ମୁକାବିଲା, ଧର୍ମଶାଳାରେ ପହଞ୍ଚିଲା ମେନ ଇନ୍‌ ବ୍ଲୁ'

ବିଶ୍ବକପ୍‌ ୧୯୯୨: ଏହି ବିଶ୍ବକପ୍‌ରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ଆହ୍ବାନ ଦେଇଥିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ମାର୍ଟିନ୍‌ କ୍ରୋୱେ । ଏଥିରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୩୦ ରନ କରିଥିଲା ଭାରତ । ସଚିନ ତେନ୍ଦୁଲକର ୮୪ ଓ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ୫୫ ରନର ପାଳି ଖେଳିଥିଲେ । ଜବାବରେ ୪୭.୧ ଓଭରରେ ୬ ୱିକେଟ୍‌ ହରାଇ ଟାର୍ଗେଟ ହାସଲ କରିନେଇଥିଲା ନ୍ୟୁଜିଲ୍ୟାଣ୍ଡ । ଭାରତ ପକ୍ଷରୁ ମନୋଜ ପ୍ରଭାକର ୩ଟି ଓ ଭେଙ୍କଟପତି ରାଜୁ ୨ଟି ୱିକେଟ୍‌ ହାସଲ କରିଥିଲେ ।

ବିଶ୍ବକପ୍‌ ୧୯୯୯: ଏହି ବିଶ୍ବକପ୍‌ରେ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୫୧ ରନ କରିଥିଲା ଭାରତ । ଭାରତ ପାଇଁ ଅଜୟ ଜାଡେଜା ୭୬ ରନ୍‌ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ବୋଲର ୩୫ ଅତିରିକ୍ତ ରନ୍‌ ବ୍ୟୟ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ୪୮.୨ ଓଭରରେ ୫ ୱିକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା ନ୍ୟୁଜିଲ୍ୟାଣ୍ଡ । ଏହି ବିଜୟ ସହ ବିଶ୍ବକପ୍‌ରେ ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ୪-୦ରେ ଆଗରେ ରହିଥିଲା ।

ବିଶ୍ବକପ୍‌ ୨୦୦୩: ଏହି ବିଶ୍ବକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଆକର୍ଷଣୀୟ ରହିଥିଲା । ଟିମ୍‌ ଇଣ୍ଡିଆ ଏହି ବିଶ୍ବକପ୍‌ରେ ଫାଇନାଲ ସମେତ କେବଳ ଦୁଇଟି ମ୍ୟାଚ୍ ହାରିଥିଲା ଏବଂ ଉଭୟ ଅଷ୍ଟ୍ରେଲିଆ ବିପକ୍ଷରେ ହାରିଥିଲା । ଏହି ସଂସ୍କରଣରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିଥିଲା । ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଭାରତୀୟ ବୋଲରମାନେ ନ୍ୟୁଜିଲ୍ୟାଣ୍ଡ ଦଳକୁ କେବଳ ୧୪୬ ରନ୍‌ରେ ସୀମିତ ରଖିଥିଲେ । ଏହି ମ୍ୟାଚ୍‌ରେ ଜାହିର ଖାନ ୮ ଓଭରରେ ୪୨ ରନ୍‌ ବ୍ୟୟରେ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ୪୦ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଥିଲା ଭାରତ । ତେବେ ଟିମ୍‌ ଇଣ୍ଡିଆର ସମସ୍ତ ୩ଟି ୱିକେଟ୍ କେବଳ ଦଳୀୟ ସ୍କୋର ୨୧ ରନ୍‌ ହୋଇଥିବାବେଳେ ଖସିଥିଲା । ଏହାପରେ ମହମ୍ମଦ କୈଫ ୬୮ ରନ୍‌ ଏବଂ ରାହୁଲ ଦ୍ରାବିଡ ୫୩ ରନ୍‌ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ଜାହିର ଖାନ ତାଙ୍କର ଉତ୍କୃଷ୍ଟ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ପାଣ୍ଡ୍ୟା, ସାମି କିମ୍ବା SKYଙ୍କୁ ମିଳିପାରେ ସୁଯୋଗ

ବିଶ୍ବକପ୍‌ ୨୦୧୯: ପ୍ରାୟ ୧୬ ବର୍ଷ ପରେ ୨୦୧୯ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ଏହି ସଂସ୍କରଣରେ ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ବର୍ଷା କାରଣରୁ ଧୋଇଯାଇଥିଲା । ଏହାପରେ ଉଭୟ ଦଳ ଦ୍ବିତୀୟ ଥର ପାଇଁ ସେମିଫାଇନାଲ୍‌ରେ ପରସ୍ପରକୁ ଭେଟିଥିଲେ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୩୯ ରନ ସ୍କୋର କରିଥିଲା । ବର୍ଷା ବ୍ୟାଘାତ କାରଣରୁ ଏହି ମ୍ୟାଚ୍‌ ୨ ଦିନ ଧରି ଖେଳାଯାଇଥିଲା । ଭାରତ ଏହି ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିବ ବୋଲି ସମସ୍ତେ ଆଶାବାଦୀ ଥିଲେ । ହେଲେ ଏମ୍‌ଏସ୍‌ ଧୋନୀ ରନ୍‌ ଆଉଟ୍‌ ହୋଇଯିବା ଓ ଲୁହଭରା ଆଖିରେ ପାଭିଲିୟନ୍‌ ଫେରିବାର ଦୃଶ୍ୟ ଆଜି ବି ଭାରତୀୟ ପ୍ରଶଂସକ ମନରୁ ଲିଭିନାହିଁ । ଏହି ମ୍ୟାଚ୍‌ରେ କେବଳ ୨୨୧ ରନରେ ସମସ୍ତ ୱିକେଟ ହରାଇ ବିଶ୍ବକପ୍‌ରୁ ବାଦ ପଡ଼ିଥିଲା ଭାରତ ।

ଏହିଭଳି ଭାବେ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ବକପ୍‌ରେ ୯ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ କେବଳ ୩ଟି ମ୍ୟାଚ୍‌ ଜିତିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ୫ଟି ମ୍ୟାଚ୍‌ ଜିତି ଆଗରେ ରହିଛି । ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ରଦ୍ଦ ହୋଇଥିଲା । ଏବେ ଅକ୍ଟୋବର ୨୨ (ରବିବାର) ୧୦ମ ଥର ପାଇଁ ବିଶ୍ବକପ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ବିଶ୍ବକପ୍‌ ୨୦୨୩ରେ ଅପରାଜିତ ରହିଥିବା ଉଭୟ ଦଳ ନିଜର ଜୟଯାତ୍ରା ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2023, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.