ନୂଆଦିଲ୍ଲୀ: ବିଶ୍ବକପ୍ ୨୦୨୩ରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଏହା ସହିତ ଦଳ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଖେଳର ଶେଷକୁ ତାବରୈଜ ସାମ୍ସି ଏକ ନିଶ୍ଚିତ ଏଲ୍ବିଡବ୍ଲ୍ୟୁ ଆଉଟ୍ ହେବାରୁ ରକ୍ଷା ପାଇଥିଲେ । ହାରିଶ ରୌଫଙ୍କ ବଲ ଅଫ ଷ୍ଟମ୍ପ ବାହାରେ ପିଚ୍ ହୋଇ ଲେଗ ଷ୍ଟମ୍ପ ଆଡକୁ ଯାଇଥିଲା । ହେଲେ ଅମ୍ପାୟାର ଏହାକୁ ନଟ୍ ଆଉଟ୍ ଘୋଷଣା କରିଥିଲେ । ପାକିସ୍ତାନ ଡିଆର୍ଏସ୍ ନେଇଥିଲା । ବଲ୍ ଲେଗ୍ ଷ୍ଟମ୍ପରେ ବାଜୁଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ବଲ ଅଫ ଷ୍ଟମ୍ପର ଯଥେଷ୍ଟ ବାହାରେ ପଡିଥିବାରୁ ଅମ୍ପାୟାର୍ସ କଲ ନିଷ୍ପତ୍ତିକୁ ଚାଲି ଯାଇଥିଲା । ଯେଉଁଥିରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିଥିଲା ।
- " class="align-text-top noRightClick twitterSection" data="">
ଦଶମ ୱିକେଟ ଭାଗିଦାରୀରେ ସାମ୍ସି ଓ କେଶବ ମହାରାଜ ଦକ୍ଷିଣ ଆଫ୍ରିକାକୁ ଜିତାଇବାରୁ ପାକିସ୍ତାନ ସେମିଫାଇନାଲ ଆଶା ମଉଳି ଯାଇଥିଲା । ଏହି ଗୋଟିଏ ନିଷ୍ପତ୍ତି ନୁହେଁ, ରଶି ଭାନଡେର ଡସେନ ବ୍ୟାଟିଂ କରୁଥିବା ସମୟରେ ମଧ୍ୟ ଅମ୍ପାୟାର୍ସ କଲର ଶିକାର ହୋଇଥିଲେ । ଉସାମା ମୀରଙ୍କ ବୋଲିଂରେ ସେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ । ଫିଲ୍ଡ ଅମ୍ପାୟାର ତାହାକୁ ଆଉଟ ହେବା ପରେ ଡସେନ ରିଭ୍ୟୁ ନେଇଥିଲେ । ବଲ୍ ଷ୍ଟମ୍ପରେ ବାଜୁ ନଥିଲା । ବଲ ଟ୍ରାକିଂରେ ଅମ୍ପାୟାର୍ସ କଲ୍ ରେଫରାଲ ମିଳିଥିଲା । ଫଳରେ ଡସେନଙ୍କୁ ପାଭିଲିୟନ ଫେରିବାକୁ ପଡିଥିଲା । ଅମ୍ପାୟାର୍ସ କଲ୍ ବା ଟେକ୍ନୋଲୋଜିରେ ଯାହା ନିର୍ଣ୍ଣୟ ନିଆଯାଉଛି ତାହାକୁ ସବୁ ଦଳକୁ ମାନିବାକୁ ହେବ ବୋଲି ମ୍ୟାଚ୍ ପରବର୍ତ୍ତୀ ପ୍ରେସମିଟରେ କହିଥିଲେ କେଶବ ମହାରାଜ ।
ଏହା ମଧ୍ୟ ପଢ଼ନ୍ତୁ...PAK Vs SA: ପ୍ରତିଶୋଧ ନେଲା ସାଉଥ ଆଫ୍ରିକା, ପୁଣି ହାରିଲା ପାକିସ୍ତାନ
ପ୍ରକାଶ ଥାଉ କି, ଚେନ୍ନାଇର ଚେପକ ଷ୍ଟାଡିୟମରେ ଶୁକ୍ରବାର ବିଶ୍ବକପ ଟୁର୍ଣ୍ଣାମେଣ୍ଟର ୨୬ତମ ଲିଗ୍ ମ୍ୟାଚରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଅଲୋଡା ରେକର୍ଡ ଭାଙ୍ଗିବା ସହ ଦକ୍ଷିଣ ଆଫ୍ରିକା ପାକିସ୍ତାନଠୁ ୧ ୱିକେଟ୍ରେ ମ୍ୟାଚ୍ ଜିତି ନେଇଥିଲା । ଗତ ୨୦୧୩ ଓ ୨୦୧୯ ବିଶ୍ବକପ୍ରେ ପାକିସ୍ତାନଠୁ କ୍ରମାଗତ ଭାବେ ହାରି ଆସୁଥିବା ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତିବାକୁ ଦୃଢ ସଂଘର୍ଷ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୨୭୦ ରନ୍କୁ ଟାର୍ଗେଟ କରି ୪୭.୨ ଓଭର ସୁଦ୍ଧା ମ୍ୟାଚ୍କୁ ଜିତି ନେଇଥିଲା । ବୋଲର କେଶବ ମହାରାଜ ଓ ତାବରୈଜ ସାମ୍ସି ଦଳକୁ ଜିତାଇଥିଲେ । ଦକ୍ଷିଣ ଆଫ୍ରିକାର ବିଜୟ ସହିତ କ୍ରମାଗତ ଭାବେ ୪ଟି ମ୍ୟାଚ୍ ହାରି ସେମିଫାଇନାଲ ଦୌଡ଼ରୁ ଏକ ପ୍ରକାର ବାଦ ପଡ଼ିଛି ପାକିସ୍ତାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ