ETV Bharat / sports

Cricket World Cup 2023: ସମରବିକ୍ରମାଙ୍କ ମ୍ୟାଚ୍‌ ବିଜୟୀ ଇନିଂସ, ୫ ୱିକେଟ୍‌ରେ ଶ୍ରୀଲଙ୍କାର ପ୍ରଥମ ବିଜୟ - ବିଶ୍ବକପ୍‌ ୨୦୨୩

ବିଶ୍ବକପ୍‌ ୨୦୨୩ରେ ନେଦରଲ୍ୟାଣ୍ଡକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୨୬୩ ରନର ଟାର୍ଗେଟ ଦେଇଥିଲା ନେଦରଲ୍ୟାଣ୍ଡ । ଜବାବରେ ୪୮.୨ ଓଭରରେ ୫ ୱିକେଟ୍‌ ହରାଇ ଏହି ଟାର୍ଗେଟ ହାସଲ କରିନେଇଛି ଶ୍ରୀଲଙ୍କା । ୯୧ ରନର ମ୍ୟାଚ୍‌ ବିଜୟୀ ପାଳି ଖେଳି ସମରବିକ୍ରମା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

୫ ୱିକେଟ୍‌ରେ ଶ୍ରୀଲଙ୍କାର ପ୍ରଥମ ବିଜୟ
୫ ୱିକେଟ୍‌ରେ ଶ୍ରୀଲଙ୍କାର ପ୍ରଥମ ବିଜୟ
author img

By ETV Bharat Odisha Team

Published : Oct 21, 2023, 6:52 PM IST

Updated : Oct 21, 2023, 7:14 PM IST

ଲକ୍ଷ୍ନୌ: ଚଳିତ ବିଶ୍ବକପ୍‌ ୨୦୨୩ର ୧୯ ତମ ମ୍ୟାଚରେ ଶନିବାର ନେଦରଲ୍ୟାଣ୍ଡକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଶ୍ରୀଲଙ୍କା । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଶନିବାର ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ । ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ନେଦରଲ୍ୟାଣ୍ଡ ଦଳ ସମସ୍ତ ୱିକେଟ୍‌ ହରାଇ ୨୬୨ ରନ ସଂଗ୍ରହ କରିଥିଲା । ଫଳରେ ଶ୍ରୀଲଙ୍କା ଆଗରେ ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ୪୮.୨ ଓଭରରେ ଏହି ଟାର୍ଗେଟ୍‌ ହାସଲ କରିନେଇଛି ଶ୍ରୀଲଙ୍କା । ୯୧ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ସଦୀର ସମରବିକ୍ରମା ।

ନେଦରଲ୍ୟାଣ୍ଡ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ନେଦରଲ୍ୟାଣ୍ଡ ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ । ହେଲେ ଓପନର ବିକ୍ରମଜିତ ସିଂହ କେବଳ ୪ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଯଦିଓ ମାକ୍ସ ଓଡୱଡ୍‌ ଓ କଲିନ ଅକରମାନ୍‌ ଏକ ସୁସ୍ଥ ଭାଗିଦାରୀ ଆଡ଼କୁ ବଢ଼ିଥିଲେ, ହେଲେ ୧୬ ରନ କରି ନିଜ ୱିକେଟ୍‌ ହରାଇଥିଲେ ଓଡୱଡ୍‌ । ଅକରମାନ୍‌ ମଧ୍ୟ ୨୯ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବସ୍‌ ଡିଲେଡ୍‌ ୬, ତେଜା ନିଦାମାନୁରୁ ୯ ଓ ଅଧିନାୟକ ଏଡୱାର୍ଡ୍ସ ୧୬ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ସାଇବ୍ରାଣ୍ଡ ଏଙ୍ଗେଲବ୍ରେଚ୍‌ ଓ ଭାନ୍‌ ବିକ୍‌ ଦଳକୁ ସଙ୍କଟ ସ୍ଥିତିରୁ ମୁକୁଳାଇଥିଲେ । ସାଇବ୍ରାଣ୍ଡଙ୍କ ୭୦ ରନ୍‌ ଓ ଭାନ୍‌ ବିକ୍‌ଙ୍କ ୫୯ ରନର ପାଳି ବଳରେ ନେଦରଲ୍ୟାଣ୍ଡ ଏକ ସଙ୍ଘର୍ଷପୂର୍ଣ୍ଣ ସ୍କୋର ଦଳୀୟ ଖାତାରେ ଯୋଡ଼ିଥିଲା । ଅନ୍ୟ ବ୍ୟାଟରଙ୍କ ବିଫଳତା କାରଣରୁ ୨୬୨ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ନେଦରଲ୍ୟାଣ୍ଡ ।

  • " class="align-text-top noRightClick twitterSection" data="">

ଶ୍ରୀଲଙ୍କା ବୋଲିଂ: ଶ୍ରୀଲଙ୍କା ପକ୍ଷରୁ ଦୀଲସାନ୍‌ ମଧୁଶଙ୍କା ଓ କସୁନ ରଜିଥା ୪ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଉଭୟ ଯଥାକ୍ରମେ ୪୯ ଓ ୫୦ ରନ ଖର୍ଚ୍ଚ ମଧ୍ୟ କରିଥିଲେ । ମହୀଶ ତୀକ୍ଷାଣା ୧୦ ଓଭରରୁ ୪୪ ରନ ବ୍ୟୟ କରି ଗୋଟିଏ ୱିକେଟ୍‌ ନେଇଥିଲେ । ଅନ୍ୟ ବୋଲରମାନେ ୱିକେଟ ଅକ୍ତିଆର କରିନଥିଲେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ

ଶ୍ରୀଲଙ୍କା ବ୍ୟାଟିଂ: ୨୬୩ ରନ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ମଧ୍ୟ ପ୍ରଥମରୁ ସଙ୍କଟରେ ପଡ଼ିଥିଲା । କେବଳ ୫ ରନ କରି କୁସଲ ପେରେରା ଆଉଟ୍‌ ହୋଇଥିଲେ । ଅଧିନାୟକ ଭାର କାନ୍ଧେଇଥିବା କୁସଲ ମେଣ୍ଡିସ୍‌ ମଧ୍ୟ କେବଳ ୧୧ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ପଥୁମ ନିଶଙ୍କା ଓ ସଦୀରା ସମରବିକ୍ରମା ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ । ଏହାପରେ ୫୨ ବଲରୁ ୫୪ ରନ କରି ନିଶଙ୍କା ଆଉଟ୍‌ ହୋଇଥିଲେ । ଚରିଥ ଅସଲଙ୍କା କିନ୍ତୁ ସମରବିକ୍ରମାଙ୍କର ଭରପୁର ସାଥ ଦେଇଥିଲେ । ହେଲେ ସେ କେବଳ ୪୪ ରନ କରି ଆର୍ଯ୍ୟାନ ଦତ୍ତଙ୍କ ଶିକାର ପାଲଟିଥିଲେ । ଝନଞ୍ଜୟ ଡି ସିଲ୍‌ଭା ୩୦ ରନ କରି ଆଉଟ୍‌ ହୋଇଥିବାବେଳେ ସମରବିକ୍ରମା ଅପରାଜିତ ରହି ଦଳକୁ ମ୍ୟାଚ୍‌ ଜିତାଇଥିଲେ । ସେ ୧୦୭ ବଲରେ ୭ ଚୌକା ସହ ଧୈର୍ଯ୍ୟପୂର୍ଣ୍ଣ ୯୧ ରନ କରି ଅପରାଜିତ ରହିଥିଲେ ।

ନେଦରଲ୍ୟାଣ୍ଡ ବୋଲିଂ: ନେଦରଲ୍ୟାଣ୍ଡ ପକ୍ଷରୁ ଆର୍ଯ୍ୟାନ ଦତ୍ତ ଶ୍ରୀଲଙ୍କା ପାଇଁ ବେଶ ଘାତକ ସାବ୍ୟସ୍ତ ହୋଇଥିଲେ । ସେ ୧୦ ଓଭର ବୋଲିଂ କରି କେବଳ ୪୪ ରନ ବ୍ୟୟରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଲ୍‌ ଭାନ୍‌ ମୀକେରେନ ଓ କଲିନ୍‌ ଅକରମାନ୍‌ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2023, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.