ETV Bharat / sports

Cricket World Cup 2023: ଶେଷ ଯାଏଁ ସଙ୍ଘର୍ଷ କଲା ଆଫଗାନିସ୍ତାନ, ୫ ୱିକେଟ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା - ଗେରାଲ୍ଡ କଏଜି

ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଯାଏଁ ଲଢ଼ିଲା ଆଫଗାନିସ୍ତାନ । ରସି ଭାନ୍‌ଡେର୍‌ ଡସେନ୍‌ଙ୍କ ଅପରାଜିତ ୭୬ ରନର ପାଳି ଦକ୍ଷିଣ ଆଫ୍ରିକାକୁ ୫ ୱିକେଟ୍‌ରେ ବିଜୟୀ କରାଇଛି । ଅଧିକ ପଢ଼ନ୍ତୁ

South Africa wins by 5 wickets
୫ ୱିକେଟ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା
author img

By ETV Bharat Odisha Team

Published : Nov 10, 2023, 10:05 PM IST

Updated : Nov 10, 2023, 10:20 PM IST

ଅହମ୍ମଦାବାଦ: ଶେଷ ଯାଏଁ ସଙ୍ଘର୍ଷ କରି ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଆଫଗାନିସ୍ତାନ । ଦମଦାର ପ୍ରଦର୍ଶନ ସହ ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ନେଇ ବିଶ୍ବକପ୍‌ରୁ ବିଦାୟ ନେଲା ହସମତୁଲ୍ଲା ଶାହିଦିଙ୍କ ଆଫଗାନୀ ଦଳ । ଅହମ୍ମଦାବାଦରେ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ୍‌ରେ ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆଜମତୁଲ୍ଲା ଓମରଜାଇଙ୍କ ଅପରାଜିତ ୯୭ ରନର ପାଳି ବଳର ୨୪୪ ରନ ସ୍କୋର କରିଥିଲା ଆଫଗାନିସ୍ତାନ । ଜବାବରେ ରସି ଭାନ୍‌ଡେର୍‌ ଡସେନ୍‌ଙ୍କ ଅପରାଜିତ ୭୬ ରନର ପାଳି ଦକ୍ଷିଣ ଆଫ୍ରିକାକୁ ୫ ୱିକେଟ୍‌ରେ ବିଜୟୀ କରାଇଛି ।

ଆଫଗାନିସ୍ତାନ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆଫଗାନିସ୍ତାନ । ପ୍ରଥମ ୱିକେଟ୍‌ ପାଇଁ ଦଳର ଦୁଇ ଓପନର ଦଳୀୟ ଖାତାରେ ୪୧ ରନ ଯୋଡ଼ି ଆଉଟ୍‌ ହୋଇଥିଲେ । କ୍ରମାଗତ ଭାବେ ରେହମାନୁଲ୍ଲା ଗୁର୍‌ବାଜ ୨୫ ଓ ଇବ୍ରାହିମ୍‌ ଜଦ୍ରାନ ୧୫ ରନ କରି ଆଉଟ୍‌ ହୋଇଥିଲେ । ରେହମତ ଶାହ ୨୬ ରନ କରିଥିବାବେଳେ ଅଧିନାୟକ ଶାହିଦି କେବଳ ୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଦଳ ପକ୍ଷରୁ ବୋଲିଂ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ସର୍ବାଧିକ ୯୭ ରନ କରି ଅପରାଜିତ ରହିଥିଲେ । ତାଙ୍କ ପାଳିରେ ୭ ଚୌକା ଓ ୩ ଛକା ସାମିଲ ରହିଥିଲା । ହେଲେ ନୂର ଅହମ୍ମଦ (୨୬)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ଅସଫଳର ରହିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୪ ରନ୍‌ ସଂଗ୍ରହ କରିଥିଲା ଆଫଗାନିସ୍ତାନ ।

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଗେରାଲ୍ଡ କଏଜି ୧୦ ଓଭର ବୋଲିଂ କରି ୪୪ ରନ ବ୍ୟୟରେ ସର୍ବାଧିକ ୪ଟି ୱିକେଟ୍‌ ହାସଲ କରିଥିଲେ । ଲୁଙ୍ଗୁ ଏନ୍‌ଗିଡ଼ି ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ଏଣ୍ଡିଲ୍‌ ଫେଲୁକ୍ବାୟୋଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜମତୁଲ୍ଲାଙ୍କ ଲଢ଼ୁଆ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୨୪୫

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଦକ୍ଷିଣ ଆଫ୍ରିକାକୁ ଦଳର ଓପନର ବେଶ ଭଲ ଆରମ୍ଭ ମିଳିଥିଲା । ଦଳୀୟ ସ୍କୋର ୬୪ ରନ ହୋଇଥିବାବେଳେ ଅଧିନାୟକ ବାଭୁମା ୨୩ ରନ କରି ଆଉଟ୍‌ ହେବାପରେ ତୁରନ୍ତ ଡିକକ୍‌ ମଧ୍ୟ ଆଉଟ୍‌ ହୋଇଥିଲେ । ସେ ୪୧ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ରସି ଭାନ୍‌ଡେର୍‌ ଡସେନ୍‌ ପାଳିକୁ ସମ୍ଭାଳି ବ୍ୟାଟିଂ କରୁଥିବାବେଳେ ଅନ୍ୟପଟେ ମାର୍କ୍ରମ ୨୫, କ୍ଲାସେନ ୧୦ ଓ ମିଲର ୨୪ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଡସେନ୍‌ଙ୍କ ସହ ମିଶି ଏଣ୍ଡିଲ୍‌ ଫେଲୁକ୍ବାୟୋ ଦଳକୁ ବିଜୟୀ କରାଇଥିଲେ । ସେ ୩୭ ବଲରୁ ଗୋଟିଏ ଚୌକା ଓ ୩ ଛକା ବଳରେ ୩୯ ଅପରାଜିତ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟପଟେ ୬ ଚୌକା ଓ ଗୋଟିଏ ଛକା ବଳରେ ୯୫ ବଲରୁ ଧୈର୍ଯ୍ୟପୂର୍ଣ୍ଣ ୭୬ ରନର ପାଳି ଖେଳିଥିବା ଡସେନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ପକ୍ଷରୁ ଦଳର ଦୁଇ ଅଭିଜ୍ଞ ସ୍ପିନର ରସିଦ ଖାନ ଓ ମହମ୍ମଦ ନବୀ ୨ଟି ଲେଖାଏଁ ସଫଳତା ହାସଲ କରିଥିଲେ । ମୁଜୀବୁର ରେହମାନ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିବାବେଳେ ୧୦ ଓଭରରୁ ୫୧ ବହୁମୂଲ୍ୟ ରନ ଖର୍ଚ୍ଚ କରିଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଶାନୁରୂପ ସଫଳତା ମିଳିନଥିଲା । ଫଳରେ ଶେଷ ପର୍ଯ୍ୟନ୍ତ ସଂଙ୍ଘର୍ଷ କରି ବିଶ୍ବକପ୍‌ରୁ ବିଦାୟ ନେଇଛି ଆଫଗାନିସ୍ତାନ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2023, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.