ETV Bharat / sports

Cricket World Cup 2023: ବାଂଲାଦେଶ ପାଇଁ ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା, ୧୪୯ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

author img

By ETV Bharat Odisha Team

Published : Oct 24, 2023, 10:15 PM IST

Updated : Oct 24, 2023, 10:33 PM IST

ଦକ୍ଷିଣ ଆଫ୍ରିକା ବାଂଲାଦେଶ ପାଇଁ ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା । ୩୮୩ ରନର ବଡ଼ ଟାର୍ଗେଟ ନେଇ ବ୍ୟାଟିଂ କରୁଥିବା ବାଂଲାଦେଶ ପାଇଁ ସେ ଏକାକୀ ୧୧୧ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ୧୪୯ ରନରେ ବଡ଼ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

ବାଂଲାଦେଶ ପାଇଁ ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା
ବାଂଲାଦେଶ ପାଇଁ ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା । ଗୋଟିଏ ପଟେ ଦଳର ଜଣେ ପରେ ଜଣେ ବ୍ୟାଟର ନିଜର ୱିକେଟ୍‌ ଫିଙ୍ଗୁଥିବାବେଳେ ଅନ୍ୟପଟେ ଦର୍ଶନୀୟ ଶତକୀୟ ପାଳି ଖେଳି ଏକାକୀ ଲଢ଼ିଲେ ମହମ୍ମଦୁଲ୍ଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କ୍ବିଣ୍ଟନ ଡିକକ୍‌ (୧୭୪) ଓ ହେନ୍‌ରିଚ୍‌ କ୍ଲାସେନ୍‌ (୯୦)ଙ୍କ ବିସ୍ଫୋରକ ପାଳି ସହିତ ଅଧିନାୟକ ଏଡେନ ମାର୍କ୍ରମ (୬୦)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୩୮୩ ରନର ବିଶାଳ ସ୍କୋର କରିଥିଲା ଦକ୍ଷିଣ ଆଫ୍ରିକା । ହେଲେ ବାଂଲାଦେଶ ପକ୍ଷରୁ କେବଳ ଅଭିଜ୍ଞ ମହମ୍ମଦୁଲ୍ଲା (୧୧୧)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ୩୦ରୁ ଅଧିକ ରନ୍‌ କରିବାରେ ସକ୍ଷମ ହୋଇନଥିଲେ । ୪୬.୪ ଓଭରରେ ୨୩୩ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଛି ବାଂଲାଦେଶ । ଫଳରେ ୧୪୯ ରନରେ ବଡ଼ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା ।

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍‌ ମାର୍କ୍ରମ । କ୍ବିଣ୍ଟନ୍‌ ଡିକକ୍‌ ଆରମ୍ଭରୁ ଆକ୍ରାମକ ବ୍ୟାଟିଂ କରିଥିଲେ ମଧ୍ୟ ଅନ୍ୟତମ ଓପନର ରିଜା ହେଣ୍ଡ୍ରିକ୍ସ କେବଳ ୧୨ ରନ କରି ପାଭିଲିୟନ ଫେରିଥିଲେ । ଏହାପର ଓଭରରେ ତୁରନ୍ତ ରସି ଭାନ୍‌ଡେର୍‌ ଡସେନ୍‌ (୧) ଆଉଟ୍‌ ହୋଇ ଦଳ ଉପରେ ଚାପ ସୃଷ୍ଟି କରିଥିଲେ । ଏହାପରେ ଡିକକ୍‌ଙ୍କ ସାଥ୍‌ ଦେଇଥିଲେ ଅଧିନାୟକ ଏଡେନ୍‌ ମାର୍କ୍ରମ । ସେ ପରିସ୍ଥିତିକୁ ସମ୍ଭାଳି ୬୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ମାର୍କ୍ରମ ଆଉଟ୍‌ ହେବାପରେ ହେନ୍‌ରିଚ୍‌ କ୍ଲାସେନ୍‌ ଓ ଡିକକ୍‌ ମିଳିତ ଭାବେ ବାଂଲାଦେଶୀ ବୋଲରଙ୍କୁ ଆକ୍ରମଣ କରିଥିଲେ । ଡିକକ୍‌ ୧୪୦ ବଲରୁ ୧୭୪ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ୧୫ ଚୌକା ଓ ୭ ଛକା ସାମିଲ ଥିଲା । ତାଙ୍କ ପରେ କ୍ଲାସେନ୍‌ଙ୍କ ସହ ମିଶି ମିଲର ବାଂଲାଦେଶ ବୋଲିଂ ବିଭାଗକୁ ଆକ୍ରମଣ କରିଥିଲେ । କ୍ଲାସେନ୍‌ ୪୯ ବଲରୁ ୨ ଚୌକା ଓ ୮ ଛକା ସହିତ ୯୦ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ମିଲର ମାତ୍ର ୧୫ ବଲରେ ଗୋଟିଏ ଚୌକା ଓ ୪ ଛକା ବଳରେ ଅପରାଜିତ ୩୪ ରନ୍‌ର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୩୮୨ରେ ପହଞ୍ଚାଇଥିଲେ ।

  • " class="align-text-top noRightClick twitterSection" data="">

ବାଂଲାଦେଶ ବୋଲିଂ: ବାଂଲାଦେଶ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦକ୍ଷିଣ ଆପ୍ରିକୀୟ ବ୍ୟାଟରଙ୍କ ଆକ୍ରମଣରେ ଦଳର ସମସ୍ତ ବୋଲର ଲଇନ୍‌ ଲେନ୍ଥ ଭୁଲି ଯାଇଥିଲେ । ହାସନ ମହମ୍ମଦ ଯଦିଓ ଦଳ ପାଇଁ ସର୍ବାଧିକ ୨ଟି ୱିକେଟ୍‌ ହାସଲ କରିଛନ୍ତି, ହେଲେ ସେ ୬ ଓଭରରୁ ବହୁମୂଲ୍ୟ ୬୭ ରନ ବ୍ୟୟ ମଧ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେହିଡି ହାସନ ମିରାଜ, ଶୋରିଫୁଲ ଇସ୍‌ଲାମ ଓ ଅଧିନାୟକ ଶାକିବ୍‌ ଅଲ୍‌ ହାସନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାଙ୍ଖେଡେରେ ଡିକକ୍‌-କ୍ଲାସେନ୍‌ଙ୍କ ବିସ୍ଫୋରଣ, ବାଂଲାଦେଶ ଆଗରେ ଟାର୍ଗେଟ୍‌ ୩୮୩

ବାଂଲାଦେଶ ବ୍ୟାଟିଂ: ୩୮୩ ରନର ବଡ଼ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଜାରି ରଖିବାରେ ଅସଫଳ ରହିଥିଲା । ଦୁଇ ଓପନର ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୩୦ ରନ ଯୋଡ଼ିବା ପରେ ତଞ୍ଜିଦ୍‌ ହାସନ୍‌ (୧୨) ଆଉଟ୍‌ ହୋଇଥିଲେ । ଅନ୍ୟତମ ଓପନର ଲିଟନ ଦାସ ୨୨ ରନ କରି ଆଉଟ୍‌ ହୋଇଥିବାବେଳେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଗୋଟିଏ ପଟେ ଏକାକୀ ଦଳର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦୁଲ୍ଲା ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ୱିକେଟ୍‌ ଫିଙ୍ଗିବାରେ ଲାଗିଥିଲେ ବାଂଲାଦେଶୀ ବ୍ୟାଟର । ତେବେ ମହମ୍ମଦୁଲ୍ଲାଙ୍କ ୧୧୧ ବଲରୁ ୧୧ ଚୌକା ଓ ୪ ଛକା ସହ ୧୧୧ ରନ୍‌ର ବିସ୍ଫୋରକ ପାଳି ବଳରେ ବାଂଲାଦେଶ ୨୩୩ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା । ୪୬.୪ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା ବାଂଲା ଦଳ ।

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଗେରାଲ୍ଡ କଏଜି ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିବାବେଳେ ମାର୍କୋ ଜାନ୍‌ସେନ୍‌, ଲିଜାଡ୍‌ ୱିଲିୟମ୍ସ ଓ କାଗିସୋ ରାବାଡା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । କେଶବ ମହାରାଜଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2023, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.