ETV Bharat / sports

Cricket World Cup 2023: ଦକ୍ଷିଣ ଆଫ୍ରିକା ପାଖରେ ଅଛି କଳଙ୍କ ଲିଭାଇବାକୁ ସୁଯୋଗ, ଜାଣନ୍ତୁ ଦଳର ସାମର୍ଥ୍ୟ ଓ ଦୁର୍ବଳତା - ଦକ୍ଷିଣ ଆଫ୍ରିକା ଦଳର ସାମର୍ଥ୍ୟ ଓ ଦୁର୍ବଳତା

ବାରମ୍ବାର ସହଜ ମ୍ୟାଚ୍‌ରେ ହାରିବାର କଳଙ୍କ ଲିଭାଇବା ପାଇଁ ଏଥର ବିଶ୍ବକପ୍‌ ୨୦୨୩ରେ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ ଓ ଦୁର୍ବଳତା । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକା ପାଖରେ ଅଛି କଳଙ୍କ ଲିଭାଇବା ପାଇଁ ସୁଯୋଗ

author img

By ETV Bharat Odisha Team

Published : Oct 4, 2023, 5:21 PM IST

ହାଇଦ୍ରାବାଦ: ବାଜିଲାଣି ବିଶ୍ବକପ୍‌ ୨୦୨୩ ବିଗୁଲ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କ୍ରିକେଟ ପ୍ରଶଂସକଙ୍କ ସହ କ୍ରିକେଟରଙ୍କ ମହଲରେ ଭରିଗଲାଣି ଉତ୍ସାହ । ଆସନ୍ତାକାଲି (ଗୁରୁବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଖେଳି ମହାକୁମ୍ଭର ଉଦ୍‌ଘାଟନ କରିବେ ବିଗତ ସଂସ୍କରଣ ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ । ତେବେ ଏଥର ବିଶ୍ବକପ୍‌ ସେମିଫାଇନାଲ ଟିକେଟ ହାତେଇବା ପାଇଁ ସମସ୍ତଙ୍କର ପସନ୍ଦର ଦଳ ତାଲିକାରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ରହିଥିବାବେଳେ କେହି କେହି ନ୍ୟୁଜିଲାଣ୍ଡ ତ ଆଉ କେହି ପାକିସ୍ତାନକୁ ବାଛିଛନ୍ତି । ହେଲେ ବାରମ୍ବାର ଜିତିବା ପରିସ୍ଥିତିରୁ ମ୍ୟାଚ୍‌ ହାରି ବିଶ୍ବ କ୍ରିକେଟ୍‌ରେ 'ଚୋକର୍ସ' ଟ୍ୟାଗ୍‌ ପାଇଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ଦୌଡ଼ର ପ୍ରମୁଖ ଦାବିଦାର ରହିବ । ଜାଣନ୍ତୁ ଦଳର କଣ ରହିଛି ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ ।

ସାମର୍ଥ୍ୟ:

(୧) ଅଭିଜ୍ଞ ବ୍ୟାଟିଂ ଲାଇନ୍‌ଅପ୍‌- ଦକ୍ଷିଣ ଆଫ୍ରିକା ଦଳରେ ଅନେକ ସାମର୍ଥ୍ୟ ରହିଛି, ଯାହା ଦଳକୁ ଟୁର୍ଣ୍ଣାମେଣ୍ଟ ଜିତାଇବାରେ ସାହାଯ୍ୟ କରିବ । ଦଳର ଏକ ଗୁରୁତ୍ବପୂର୍ଣ୍ଣ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍ଅପ୍‌ରେ ଅଭିଜ୍ଞତା । କ୍ବିଣ୍ଟନ୍ ଡିକକ୍, ଡେଭିଡ ମିଲର ଏବଂ ଆଡେନ ମାର୍କ୍ରମଙ୍କ ପରି ଖେଳାଳିଙ୍କ ନିକଟରେ ବହୁ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି । ଏମାନଙ୍କର ଦଳୀୟ ଚାପକୁ ନିୟନ୍ତ୍ରଣ କରି ଲମ୍ବା ପାଳି ଖେଳିବାର କ୍ଷମତା ଦଳକୁ ସ୍ଥିରତା ପ୍ରଦାନ କରିପାରିବ ।

କ୍ବିଣ୍ଟନ୍ ଡିକକ୍ ତାଙ୍କର ଆକ୍ରମଣାତ୍ମକ ଖେଳ ପାଇଁ ବେଶ ଜଣାଶୁଣା । ତାଙ୍କର ବିସ୍ଫୋରକ ଆରମ୍ଭ ଦଳକୁ ପାୱାରପ୍ଲେରେ ଭରପୁର ଫାଇଦା ଦେଇଥାଏ । ସେ ଅନ୍ତର୍ଜାତୀୟ ଡେବ୍ୟୁ ପର ଠାରୁ ଭାରତରେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ରହିଛନ୍ତି । ଏପର୍ଯ୍ୟନ୍ତ ସେ ଭାରତରେ ୧୪୫ ମ୍ୟାଚ ଖେଳି ୧୭,୧୭୬ ରନ୍ ସଂଗ୍ରହ କରିଛନ୍ତି । ସେହିଭଳି ଡେଭିଡ୍‌ ମିଲର, ହେନରିଚ୍‌ କ୍ଲାସିନ ଓ ଆଡେନ ମାର୍କ୍ରମଙ୍କ ଭଳି ଖେଳାଳି ଦଳର ମଧ୍ୟକ୍ରମକୁ ସୁଦୃଢ଼ କରି ରଖିଛନ୍ତି । ମିଲର ଦଳ ପାଇଁ ଅନେକ ମ୍ୟାଚ୍‌ ବିଜୟୀ ପାଳି ଖେଳିଥାନ୍ତି । ସେ ୧୩୭ ମ୍ୟାଚ୍‌ରୁ ୪୨.୬ ହାରରେ ୪୦୯୦ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ମାର୍କ୍ରମ ଓ କ୍ଲାସିନଙ୍କ ଭଳି ବ୍ୟାଟର ସ୍ପିନରଙ୍କୁ ଖୁବ ସହଜରେ ଆକ୍ରମଣ କରିପାରନ୍ତି, ଯାହା ଭାରତୀୟ ପିଚ୍‌ରେ ତାଙ୍କ ଦଳକୁ ବେଶ ଫାଇଦା ଦେବ ।

(୨) ଘାତକ ପେସ୍‌ ୟୁନିଟ୍‌- ଦକ୍ଷିଣ ଆଫ୍ରିକା ନିକଟରେ କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡି ଏବଂ ମାର୍କୋ ଜାନସେନ୍‌ଙ୍କ ପରି ଏକ ଶକ୍ତିଶାଳୀ ପେସ୍‌ ୟୁନିଟ୍‌ ରହିଛି, ଯାହାକି ସବୁଠାରୁ ସଫଳ ବ୍ୟାଟରଙ୍କୁ ମଧ୍ୟ ଅଡ଼ୁଆରେ ପକାଇପାରେ । ରାବଡାଙ୍କ ନିକଟରେ ଘାତକ ୟର୍କର୍ସ ଏବଂ ତୀକ୍ଷ୍ଣ ବାଉନ୍ସର୍ ସହିତ ବିପକ୍ଷ ଦଳର ବ୍ୟାଟିଂ ଲାଇନ୍ଅପ୍‌କୁ ଧ୍ବସ୍ତ କରିବାର କ୍ଷମତା ରହିଛି । କେବଳ ୯୨ ଦିନିକିଆରୁ ସେ ୧୪୪ ୱିକେଟ୍‌ ହାସଲ କରିଛନ୍ତି । ସେହିଭଳି ଏନ୍‌ଗିଡି ଉଭୟ ପାର୍ଶ୍ବରେ ବଲ୍ ସ୍ବିଙ୍ଗ୍ କରିବାର କ୍ଷମତା ରଖିଛନ୍ତି । ଯାହାଙ୍କ ପାଖରେ ୪୮ ଦିନିକିଆ ମ୍ୟାଚ୍‌ରୁ ୭୮ ୱିକେଟ୍‌ ନେବାର ଅଭିଜ୍ଞତା ରହିଛି । ମାର୍କୋ ଜାନସେନ୍‌ ମଧ୍ୟ ପିଚରୁ ଅଧିକାଂଶ ବାଉନ୍ସର ବାହାର କରିପାରନ୍ତି । ଯାହା ବିପକ୍ଷ ବ୍ୟାଟରଙ୍କ ହାତକୁ ସ୍ଥିର କରି ରଖିବାରେ ସକ୍ଷମ ହେବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସର ସଫଳତମ ଟିମ୍‌ ଅଷ୍ଟ୍ରେଲିଆ, ଜାଣନ୍ତୁ ସାମର୍ଥ୍ୟ ଓ ଦୁର୍ବଳତା

ଦୁର୍ବଳତା:

(୧) ଅନରିଚ୍‌ ନୋର୍ଖିଆଙ୍କ ଅନୁପସ୍ଥିତି- ଆହତଜନିତ ସମସ୍ୟା କାରଣରୁ ଦଳରୁ ବାଦ ପଡ଼ିଥିବା ଅଭିଜ୍ଞ ଦୃତ ବୋଲର ନୋର୍ଖିଆଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇପାରେ । ଭାରତୀୟ ମାଟିରେ ଖେଳିବାର ବେଶ ଅଭିଜ୍ଞତା ରଖିଥିବା ନୋର୍ଖିଆ କ୍ରମାଗତ ଭାବେ ଘଣ୍ଟାପ୍ରତି ୧୪୫ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିବାର ସାମର୍ଥ୍ୟ ରଖିଥାନ୍ତି ।

(୨) ସ୍ପିନ୍‌ ବୋଲିଂରେ ଗଭୀରତାର ଅଭାବ- ଯଦିଓ ଦଳରେ ତବ୍ରାଇଜ୍‌ ସାମ୍‌ସି ଓ କେଶବ ମହାରାଜଙ୍କ ଭଳି ଅଭିଜ୍ଞ ସ୍ପିନର ରହିଛନ୍ତି, ହେଲେ ଦଳରେ ସେମାନଙ୍କର ବ୍ୟାକ୍‌-ଅପ୍‌ର ଅଭାବ ରହିଛି । କୌଣସି କାରଣରୁ ଯଦି ଟୁର୍ଣ୍ଣାମେଣ୍ଟରେ ସେମାନେ ଆହତ ହୋଇଗଲେ, ତେବେ ଦଳକୁ ଅଭିଜ୍ଞ ସ୍ପିନର ବିନା ମ୍ୟାଚ୍‌ ଖେଳିବାକୁ ପଡ଼ିବ । ତେଣୁ ଭାରତୀୟ ମାଟିରେ ଭଳି ସ୍ପିନ୍‌ ବୋଲିଂଙ୍କୁ ସୁହାଉଥିବା ପିଚ୍‌ ଗୁଡ଼ିକରେ ସ୍ପିନ୍‌ ବିଭାଗରେ ଗଭୀରତାର ଅଭାବ ଦଳକୁ ଅସୁବିଧାରେ ପକାଇପାରେ ।

ସୁଯୋଗ: ଦକ୍ଷିଣ ଆଫ୍ରିକା ପାଇଁ ଏଥର ବିଶ୍ବକପ୍‌ରେ ସବୁଠାରୁ ବଡ଼ ସୁଯୋଗ ହେଉଛି ସ୍କ୍ବାର୍ଡରେ ଯୁବ ପ୍ରତିଭାର ଅନ୍ତର୍ଭୁକ୍ତ । ମାର୍କୋ ଜାନସେନ୍‌ଙ୍କ ପରି ଖେଳାଳି, ଯେଉଁମାନେ ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଅପେକ୍ଷାକୃତ ନୂଆ, ସେମାନେ ଦଳକୁ ନୂତନ ଶକ୍ତି ଏବଂ ଉତ୍ସାହ ଆଣିଥାନ୍ତି । ଟୁର୍ଣ୍ଣାମେଣ୍ଟର ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କର ନିର୍ଭୀକ ଆଭିମୁଖ୍ୟ ଏବଂ ଚାପରେ ପ୍ରଦର୍ଶନ କରିବାର କ୍ଷମତାକୁ ଦଳ ବ୍ୟବହାର କରିପାରିବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

ଆହ୍ବାନ:

(୧) ଆହତ ସମସ୍ୟା- ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଆହତ ସମସ୍ୟା ଏବଂ ଫର୍ମ ହରାଇବା ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ସୃଷ୍ଟି କରିବ । ଯଦି ଟୁର୍ଣ୍ଣାମେଣ୍ଟ ସମୟରେ ଜଣେ ପ୍ରମୁଖ ଖେଳାଳି ଆହତ ହୁଅନ୍ତି, ତେବେ ଏହା ଦଳର ସନ୍ତୁଳନ ଏବଂ ରଣନୀତିରେ ବାଧା ଦେଇପାରେ । ତେବେ ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କ ଫର୍ମ ହରାଇବା ଦଳର ସାମଗ୍ରିକ ପ୍ରଦର୍ଶନ ଉପରେ ଗୁରୁତର ପ୍ରଭାବ ପକାଇପାରେ ।

(୨) ମୁଖ୍ୟ ମୁହୂର୍ତ୍ତ ଗୁଡିକ ହରାଇବା- ଦକ୍ଷିଣ ଆଫ୍ରିକା ଭଳି ଦଳ ସବୁବେଳେ ଦୃଢ଼ ପ୍ରତିଜ୍ଞା ସହ ଟୁର୍ଣ୍ଣାମେଣ୍ଟକୁ ଆସିଥାଏ, ହେଲେ ଅତ୍ୟଧିକ ଆବଶ୍ୟକ ପରିସ୍ଥିତିରେ ଦଳ ଭଲ ପ୍ରଦର୍ଶନ କରିପାରିନଥାଏ । ଏହି ବର୍ଷ ଦଳ ପାଖରେ ଏକ ସନ୍ତୁଳିତ ସ୍କ୍ବାର୍ଡ ଅଛି, କିନ୍ତୁ ମଧ୍ୟକ୍ରମ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ଯାହା ଦଳକୁ ଅସୁବିଧାର ସମ୍ମୁଖୀନ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.