ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡ ପାଇଁ କାଳ ସାଜିଲା ବର୍ଷା, DLS ମେଥଡ୍‌ରେ ପାକିସ୍ତାନ ବିଜୟୀ

author img

By ETV Bharat Odisha Team

Published : Nov 4, 2023, 7:50 PM IST

Updated : Nov 4, 2023, 8:24 PM IST

ନ୍ୟୁଜିଲାଣ୍ଡ ପାଇଁ କାଳ ସାଜିଲା ବର୍ଷା । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୪୦୧ ରନର ବିଶାଳ ସ୍କୋର ସତ୍ତ୍ବେ ବୋଲର କରିପାରିଲେନି କମାଲ । ୨୫.୩ ଓଭର ସୁଦ୍ଧା ପାକିସ୍ତାନ ଗୋଟିଏ ୱିକେଟ୍‌ ବିନିମୟରେ ୨୦୦ ରନର ଷ୍ଟ୍ରଙ୍ଗ୍‌ ଜୋନ୍‌ରେ ରହି ଜିତିଲା ମ୍ୟାଚ୍‌ । ବର୍ଷା କାରଣରୁ ଡିଏଲ୍‌ଏସ୍‌ ମେଥଡ୍‌ରେ ୨୧ ରନ୍‌ରେ ଜିତିଲା ପାକିସ୍ତାନ । ଅଧିକ ପଢ଼ନ୍ତୁ

DLS ମେଥଡ୍‌ରେ ପାକିସ୍ତାନ ବିଜୟୀ
ନ୍ୟୁଜିଲାଣ୍ଡକୁ କାଳ ସାଜିଲା ବର୍ଷା

ବେଙ୍ଗାଲୁରୁ: ବ୍ୟାଟରଙ୍କ ୪୦୧ ରନର ବିଶାଳ ସ୍କୋର ସତ୍ତ୍ବେ ବୋଲର କରିପାରିଲେନି କମାଲ । ନ୍ୟୁଜିଲାଣ୍ଡକୁ କାଳ ସାଜିଲା ବର୍ଷା । ୨୫.୩ ଓଭର ବେଳକୁ କେବଳ ଗୋଟିଏ ୱିକେଟ୍‌ ବିନିମୟରେ ୨୦୦ ରନର ଷ୍ଟ୍ରଙ୍ଗ ଜୋନ୍‌ରେ ରହି ମ୍ୟାଚ୍‌ ଜିତିଲା ପାକିସ୍ତାନ । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ ଖେଳାଯାଇ ନପାରିବାରୁ ୨୧ ରନ୍‌ରେ ଜିତିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ରାଚିନ ରବୀନ୍ଦ୍ରଙ୍କ ଦମଦାର ଶତକ ଓ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ୯୫ ରନର ଧୂଆଁଧାର ପାଳି ବଳରେ ୪୦୧ ରନର ବିଶାଳ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ପାକିସ୍ତାନ ପକ୍ଷରୁ ଫଖର ଜମାନଙ୍କ ବିସ୍ଫୋରକ ଶତକ ବଳରେ ଡିଏଲ୍‌ଏସ୍‌ ମେଥଡ୍‌ରେ ୨୧ ରନରେ ଏହି ମ୍ୟାଚ୍‌ ଜିତି ନେଇଛି ପାକିସ୍ତାନ ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍‌ ଅଧିନାୟକ ବାବର ଆଜମ । ଯାହାକି ତାଙ୍କ ଦଳକୁ ମହଙ୍ଗା ପଡିଛି । କାରଣ ଆରମ୍ଭରୁ ପାକ୍‌ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ନିର୍ଦ୍ଧାରିତ ୫୦ ଓଭରରେ କିୱି ଦଳ ହାସଲ କରିଛି ୪୦୧ ରନ୍‌ । ଦଳ ପକ୍ଷରୁ ପ୍ରତି ମ୍ୟାଚ୍‌ରେ ଧୂଆଁଧାର ପ୍ରଦର୍ଶନ ଦେଉଥିବା ରାଚିନ ରବୀନ୍ଦ୍ର ପୁଣିଥରେ ଆଜି ଦମଦାର ଶତକ ହାସଲ କରିଛନ୍ତି । ସେ ୯୪ ବଲରୁ ୧୫ ଚୌକା ଓ ଗୋଟିଏ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳିଥିଲେ । ଅଧିନାୟକ କେନ୍‌ ୱିଲିୟମସନ୍‌ ୭୯ ବଲରୁ ୯୫ ରନ୍‌ର ଧୂଆଁଧାର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ । ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଦଳୀୟ ସ୍କୋରକୁ ୪୦୧ ରନର ବିଶାଳ ଲକ୍ଷ୍ୟରେ ଛିଡ଼ା କରାଇବାରେ ସକ୍ଷମ ହୋଇଥିଲେ ।

  • A blitz from Fakhar Zaman helped Pakistan stay ahead of New Zealand in a rain-affected encounter ✌

    With this win, Pakistan remain in contention for a #CWC23 knockout spot.#NZvPAK pic.twitter.com/gpokdtpu4O

    — ICC Cricket World Cup (@cricketworldcup) November 4, 2023 " class="align-text-top noRightClick twitterSection" data="

A blitz from Fakhar Zaman helped Pakistan stay ahead of New Zealand in a rain-affected encounter ✌

With this win, Pakistan remain in contention for a #CWC23 knockout spot.#NZvPAK pic.twitter.com/gpokdtpu4O

— ICC Cricket World Cup (@cricketworldcup) November 4, 2023 ">

ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମହମ୍ମଦ ୱାସିମ (ଜୁନିୟର) ଦଳ ପାଇଁ ସର୍ବାଧିକ ୩ଟି ୱିକେଟ୍‌ ନେଇଛନ୍ତି । ତାଙ୍କ ପଛକୁ ହାସନ୍‌ ଅଲ୍ଲୀ, ଇଫ୍‌ତିକାର୍‌ ଅହମ୍ମଦ ଓ ହାରିଶ ରୌଫ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ଶାହୀନ୍‌ ଆଫ୍ରିଦି ଆଜିର ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ୧୦ ଓଭର ବୋଲିଂ କରି ସେ ୯୦ ରନ୍‌ ଦେଇଥିବାବେଳେ ଗୋଟିଏ ବି ସଫଳତା ପାଇନାହାନ୍ତି ଶାହୀନ୍‌ ଆଫ୍ରିଦି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର, ପାକିସ୍ତାନ ଆଗରେ ବିଶାଳ ୪୦୨ ରନ୍‌ ଟାର୍ଗେଟ୍‌

ପାକିସ୍ତାନ ବ୍ୟାଟିଂ: ୪୦୨ ରନର ବଡ଼ ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ପାଇଁ ଆରମ୍ଭ ଏତେ ଭଲ ହୋଇନଥିଲା । ଓପନର ଅବଦୁଲ୍ଲା ସଫିକ୍‌ କେବଳ ୪ ରନ ବନାଇ ଆଉଟ୍‌ ହୋଇ ଦଳର ଚାପ ବଢ଼ାଇଥିଲେ । ହେଲେ ଅନ୍ୟପଟେ ଖରାପ ଫର୍ମ ପାଇଁ ଅନେକ ମ୍ୟାଚ୍‌ରେ ଦଳରୁ ବାହାରେ ରହିଥିବା ଫଖର ଜମାନ ଆଜି ପାଇଥିବା ସୁଯୋଗର ଭରପୁର ଉପଯୋଗ କରିଥିଲେ । ସେ ଆରମ୍ଭରୁ କିୱି ବୋଲରଙ୍କୁ ପ୍ରହାର କରିଥିଲେ । ଅଧିନାୟକ ବାବାର ଆଜମ ମଧ୍ୟ ତାଙ୍କର ଭରପୁର ସାଥ ଦେଇଥିଲେ । ବାବର ୬୩ ବଲରୁ ୬୬ ରନର ପାଳି ଖେଳିଥିବାବେଳେ ୮୧ ବଲରୁ ୮ ଚୌକା ଓ ୧୧ ଛକା ବଳରେ ୧୨୬ ରନର ବିସ୍ଫୋରକ ପାଳି ଖେଳିଥିଲେ ଫଖର ଜମାନ । କେବଳ ୨୫.୩ ଓଭର ବେଳକୁ ଗୋଟିଏ ୱିକେଟ୍‌ ବିନିମୟରେ ପାକିସ୍ତାନ ୨୦୦ ରନ ସ୍କୋର କରିନେଇଥିଲା । ଏହି ସମୟରେ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା । ଅନେକ ସମୟ ଧରି ବର୍ଷା ଲାଗି ରହିବାରୁ ଶେଷରେ ଡିଏଲ୍‌ଏସ୍‌ ମେଥଡ୍‌ ଅନୁସାରେ ପାକିସ୍ତାନକୁ ବିଜୟୀ ଘୋଷଣା କରାଯାଇଛି । ଡକୱର୍ଥ ଲୁଇସ୍‌ ନିୟମ ଅନୁସାରେ ୨୧ ରନ୍‌ରେ ଏହି ମୁକାବିଲା ଜିତିନେଇଛି ପାକିସ୍ତାନ ।

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଟିମ୍‌ ସାଉଦୀ ନିଜର ପ୍ରଥମ ଓଭରରେ ଗୋଟିଏ ସଫଳତା ପାଇଥିଲେ । ହେଲେ ଏହା ବ୍ୟତୀତ ଅନ୍ୟ କୌଣସି ବୋଲର ଦଳକୁ ସଫଳତା ଦେବାରେ ବିଫଳ ହୋଇଥିଲେ । ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ମଧ୍ୟ ସାବ୍ୟସ୍ତ ହୋଇଥିଲେ । ଫଳରେ ବ୍ୟାଟରଙ୍କ ୪୦୧ ରନର ବିଶାଳ ସ୍କୋରକୁ ବେକାର ହୋଇଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବେଙ୍ଗାଲୁରୁ: ବ୍ୟାଟରଙ୍କ ୪୦୧ ରନର ବିଶାଳ ସ୍କୋର ସତ୍ତ୍ବେ ବୋଲର କରିପାରିଲେନି କମାଲ । ନ୍ୟୁଜିଲାଣ୍ଡକୁ କାଳ ସାଜିଲା ବର୍ଷା । ୨୫.୩ ଓଭର ବେଳକୁ କେବଳ ଗୋଟିଏ ୱିକେଟ୍‌ ବିନିମୟରେ ୨୦୦ ରନର ଷ୍ଟ୍ରଙ୍ଗ ଜୋନ୍‌ରେ ରହି ମ୍ୟାଚ୍‌ ଜିତିଲା ପାକିସ୍ତାନ । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ ଖେଳାଯାଇ ନପାରିବାରୁ ୨୧ ରନ୍‌ରେ ଜିତିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ରାଚିନ ରବୀନ୍ଦ୍ରଙ୍କ ଦମଦାର ଶତକ ଓ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ୯୫ ରନର ଧୂଆଁଧାର ପାଳି ବଳରେ ୪୦୧ ରନର ବିଶାଳ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ପାକିସ୍ତାନ ପକ୍ଷରୁ ଫଖର ଜମାନଙ୍କ ବିସ୍ଫୋରକ ଶତକ ବଳରେ ଡିଏଲ୍‌ଏସ୍‌ ମେଥଡ୍‌ରେ ୨୧ ରନରେ ଏହି ମ୍ୟାଚ୍‌ ଜିତି ନେଇଛି ପାକିସ୍ତାନ ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍‌ ଅଧିନାୟକ ବାବର ଆଜମ । ଯାହାକି ତାଙ୍କ ଦଳକୁ ମହଙ୍ଗା ପଡିଛି । କାରଣ ଆରମ୍ଭରୁ ପାକ୍‌ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ନିର୍ଦ୍ଧାରିତ ୫୦ ଓଭରରେ କିୱି ଦଳ ହାସଲ କରିଛି ୪୦୧ ରନ୍‌ । ଦଳ ପକ୍ଷରୁ ପ୍ରତି ମ୍ୟାଚ୍‌ରେ ଧୂଆଁଧାର ପ୍ରଦର୍ଶନ ଦେଉଥିବା ରାଚିନ ରବୀନ୍ଦ୍ର ପୁଣିଥରେ ଆଜି ଦମଦାର ଶତକ ହାସଲ କରିଛନ୍ତି । ସେ ୯୪ ବଲରୁ ୧୫ ଚୌକା ଓ ଗୋଟିଏ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳିଥିଲେ । ଅଧିନାୟକ କେନ୍‌ ୱିଲିୟମସନ୍‌ ୭୯ ବଲରୁ ୯୫ ରନ୍‌ର ଧୂଆଁଧାର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ । ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଦଳୀୟ ସ୍କୋରକୁ ୪୦୧ ରନର ବିଶାଳ ଲକ୍ଷ୍ୟରେ ଛିଡ଼ା କରାଇବାରେ ସକ୍ଷମ ହୋଇଥିଲେ ।

  • A blitz from Fakhar Zaman helped Pakistan stay ahead of New Zealand in a rain-affected encounter ✌

    With this win, Pakistan remain in contention for a #CWC23 knockout spot.#NZvPAK pic.twitter.com/gpokdtpu4O

    — ICC Cricket World Cup (@cricketworldcup) November 4, 2023 " class="align-text-top noRightClick twitterSection" data=" ">

ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମହମ୍ମଦ ୱାସିମ (ଜୁନିୟର) ଦଳ ପାଇଁ ସର୍ବାଧିକ ୩ଟି ୱିକେଟ୍‌ ନେଇଛନ୍ତି । ତାଙ୍କ ପଛକୁ ହାସନ୍‌ ଅଲ୍ଲୀ, ଇଫ୍‌ତିକାର୍‌ ଅହମ୍ମଦ ଓ ହାରିଶ ରୌଫ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ଶାହୀନ୍‌ ଆଫ୍ରିଦି ଆଜିର ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ୧୦ ଓଭର ବୋଲିଂ କରି ସେ ୯୦ ରନ୍‌ ଦେଇଥିବାବେଳେ ଗୋଟିଏ ବି ସଫଳତା ପାଇନାହାନ୍ତି ଶାହୀନ୍‌ ଆଫ୍ରିଦି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର, ପାକିସ୍ତାନ ଆଗରେ ବିଶାଳ ୪୦୨ ରନ୍‌ ଟାର୍ଗେଟ୍‌

ପାକିସ୍ତାନ ବ୍ୟାଟିଂ: ୪୦୨ ରନର ବଡ଼ ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ପାଇଁ ଆରମ୍ଭ ଏତେ ଭଲ ହୋଇନଥିଲା । ଓପନର ଅବଦୁଲ୍ଲା ସଫିକ୍‌ କେବଳ ୪ ରନ ବନାଇ ଆଉଟ୍‌ ହୋଇ ଦଳର ଚାପ ବଢ଼ାଇଥିଲେ । ହେଲେ ଅନ୍ୟପଟେ ଖରାପ ଫର୍ମ ପାଇଁ ଅନେକ ମ୍ୟାଚ୍‌ରେ ଦଳରୁ ବାହାରେ ରହିଥିବା ଫଖର ଜମାନ ଆଜି ପାଇଥିବା ସୁଯୋଗର ଭରପୁର ଉପଯୋଗ କରିଥିଲେ । ସେ ଆରମ୍ଭରୁ କିୱି ବୋଲରଙ୍କୁ ପ୍ରହାର କରିଥିଲେ । ଅଧିନାୟକ ବାବାର ଆଜମ ମଧ୍ୟ ତାଙ୍କର ଭରପୁର ସାଥ ଦେଇଥିଲେ । ବାବର ୬୩ ବଲରୁ ୬୬ ରନର ପାଳି ଖେଳିଥିବାବେଳେ ୮୧ ବଲରୁ ୮ ଚୌକା ଓ ୧୧ ଛକା ବଳରେ ୧୨୬ ରନର ବିସ୍ଫୋରକ ପାଳି ଖେଳିଥିଲେ ଫଖର ଜମାନ । କେବଳ ୨୫.୩ ଓଭର ବେଳକୁ ଗୋଟିଏ ୱିକେଟ୍‌ ବିନିମୟରେ ପାକିସ୍ତାନ ୨୦୦ ରନ ସ୍କୋର କରିନେଇଥିଲା । ଏହି ସମୟରେ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା । ଅନେକ ସମୟ ଧରି ବର୍ଷା ଲାଗି ରହିବାରୁ ଶେଷରେ ଡିଏଲ୍‌ଏସ୍‌ ମେଥଡ୍‌ ଅନୁସାରେ ପାକିସ୍ତାନକୁ ବିଜୟୀ ଘୋଷଣା କରାଯାଇଛି । ଡକୱର୍ଥ ଲୁଇସ୍‌ ନିୟମ ଅନୁସାରେ ୨୧ ରନ୍‌ରେ ଏହି ମୁକାବିଲା ଜିତିନେଇଛି ପାକିସ୍ତାନ ।

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଟିମ୍‌ ସାଉଦୀ ନିଜର ପ୍ରଥମ ଓଭରରେ ଗୋଟିଏ ସଫଳତା ପାଇଥିଲେ । ହେଲେ ଏହା ବ୍ୟତୀତ ଅନ୍ୟ କୌଣସି ବୋଲର ଦଳକୁ ସଫଳତା ଦେବାରେ ବିଫଳ ହୋଇଥିଲେ । ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ମଧ୍ୟ ସାବ୍ୟସ୍ତ ହୋଇଥିଲେ । ଫଳରେ ବ୍ୟାଟରଙ୍କ ୪୦୧ ରନର ବିଶାଳ ସ୍କୋରକୁ ବେକାର ହୋଇଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 4, 2023, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.