ETV Bharat / sports

World Cup 2023: ଆଜି ବାଂଲାଦେଶ-ପାକିସ୍ତାନ ଫାଇଟ, ଜଟିଳ ସ୍ଥିତିରେ ବାବରବାହିନୀ - କ୍ରିକେଟ ବିଶ୍ବକପ 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ୍‌ରେ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଅଧିକ ପଢ଼ନ୍ତୁ

Pakistan vs Bangladesh
Cricket World Cup 2023
author img

By ETV Bharat Odisha Team

Published : Oct 31, 2023, 11:16 AM IST

କୋଲକାତା: ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ବକପରେ ଆଜି 31ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ପାକିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବିଶ୍ବକପ୍‌ ସେମିଫାଇନାଲରୁ ପାକିସ୍ତାନ ଓ ବାଂଲାଦେଶ ପ୍ରାୟ ବିଦା ହୋଇ ସାରିଛନ୍ତି । ବାବରବାହିନୀ ଏବେ ଜଟିଳ ପରିସ୍ଥିତିରେ ରହିଛି । ଦଳ 6ଟି ମ୍ୟାଚରୁ ମାତ୍ର 2ଟି ଜିତିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ 1 ୱିକେଟର ପରାସ୍ତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇବାକୁ ଲକ୍ଷ୍ଯ ରଖିଛି । ବାଂଲାଦେଶ ମଧ୍ୟ ଏକପ୍ରକାର ସେମି ଦୌଡରୁ ବାଦ ପଡିଛି । ଉନ୍ନତ ପ୍ରଦର୍ଶନ କରି ପଏଣ୍ଟ ହାସଲ କରିବା ସହ ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ପ୍ରୟାସ କରିବ ଦଳ ।

ବାଂଲାଦେଶ ବନାମ ପାକିସ୍ତାନ: ପାକିସ୍ତାନ 6ଟି ମ୍ୟାଚ୍‌ରୁ 2ଟିରେ ବିଜୟ ହାସଲ କରିଛି । 4 ପଏଣ୍ଟ୍‌ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି । ସେମି ଦୌଡ଼ରେ ରହିବାକୁ ହେଲେ ଦଳକୁ ଶେଷ 3ଟି ମ୍ୟାଚ୍‌ ଜିତିବାକୁ ହେବ । ସେହିପରି ବାଂଲାଦେଶ 2 ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଆଜି ଦଳ ପାକିସ୍ତାନକୁ ହରାଇବାକୁ ପ୍ରୟାସ କରିବ । ପାକିସ୍ତାନକୁ ହରାଇବାକୁ ହେଲେ ଦଳକୁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଏସିଆ କପ୍‌ ସୁପର 4 ରାଉଣ୍ଡରେ ପାକିସ୍ତାନ ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରିଥିଲା । 2019 ବିଶ୍ବକପରେ ବାଂଲାଦେଶକୁ ବାବରବାହିନୀ 94ରନରେ ପରାସ୍ତ କରିଥିଲା । ଆଜି ବାଂଲାଦେଶ ପାକିସ୍ତାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...Cricket World Cup 2023: ଜଟିଳ ସ୍ଥିତିରେ ବାବର ବାହିନୀ, ପାକିସ୍ତାନକୁ ସମର୍ଥନ ପାଇଁ PCBର ଅପିଲ୍

ପିଚ୍ ରିପୋର୍ଟ: ଇଡେନ୍‌ ଗାର୍ଡେନ୍‌ରେ ବାଂଲାଦେଶ ନେଦରଲାଣ୍ଡସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଲୋ ସ୍କୋରିଂ ହୋଇଥିଲା । ଏଥିରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ନେଦରଲାଣ୍ଡସ 87ରନରେ ବିଜୟ ହାସଲ କରିଥିଲା । ସ୍ପିନରଙ୍କୁ ଏହି ପିଚ୍‌ ସୁହାଇବ ।

ବାଂଲାଦେଶ ସମ୍ଭାବ୍ୟ ଦଳ: ତନଜିଦ୍‌ ହାସନ, ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ, ସାକିବ ଉଲ୍‌ ହାସନ(ଅଧିନାୟକ), ତେହିଦ ହୃଦୟ, ମୁସଫିକର ରହିମ, ମେହଦି ହାସାନ ମିରାଜ, ମହମୁଦୁଲ୍ଲା, ହସନ ମହମ୍ମୁଦ, ସରିଫୁଲ ଇସ୍‌ଲାମ୍‌, ମୁସ୍ତାଫିଜୁର ରେହମାନ ।

ପାକିସ୍ତାନ ସମ୍ଭାବ୍ୟ ଦଳ: ଅବଦୁଲ୍ଲା ଶଫିକ, ଇମାମ୍‌ ଉଲ୍‌ ହକ୍‌, ବାବର ଆଜମ୍‌, ମହମ୍ମଦ ରିଜୱାନ, ସୌଦ ସକିଲ, ମହମ୍ମଦ ନୱାଜ/ଶଦାବ ଖାନ, ଇଫତିଖର ଅହମ୍ମଦ, ଉସମା ମିର, ହାସନ ଅଲି, ସାହିନ ଶାହ ଆଫ୍ରିଦି, ହ୍ୟାରିସ ରୌଫ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.