ETV Bharat / sports

World Cup 2023: ଅସମ୍ଭବ ପାକିସ୍ତାନ ସେମି ସମୀକରଣ, ଚିନ୍ତାରେ ବାବରବାହିନୀ

author img

By ETV Bharat Odisha Team

Published : Nov 10, 2023, 2:32 PM IST

Updated : Nov 10, 2023, 4:45 PM IST

ଶ୍ରୀଲଙ୍କାକୁ 5 ୱିକେଟ୍‌ରେ ନ୍ୟୁଜିଲାଣ୍ଡ ହରାଇବା ପରେ ପାକିସ୍ତାନ ସେମିରେ ପ୍ରବେଶ କରିବା ଆଶା ଏକ ପ୍ରକାର ଧୂଳିସାତ ହୋଇଛି । ବାବରବାହିନୀର ସେମି ଫାଇନାଲ ଖେଳିବା ଏକ ପ୍ରକାର ଧୂଳିସାର ହୋଇଛି । ଅଧିକ ପଢ଼ନ୍ତୁ

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: ଆଇସିସି ବିଶ୍ବକପ 2023 ସେମିଫାଇନାଲ ପାଇଁ ଦିନ ପାଖଉଛି । ଦିନ ଯେତିକି ନିକଟ ହେଉଛି ରୋମାଞ୍ଚ ସେତିକି ବଢୁଛି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ସେମି ରେସରେ ଚତୁର୍ଥ ଦଳ ଭାବେ କେଉଁ ଦଳ ପ୍ରବେଶ କରିବା ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ କିଏ ଚତୁର୍ଥ ଦଳ ଭାବେ ସେମିଫାଇନାଲ ଖେଳିବ ତାକୁ ନେଇ ଆଲୋଚନା ଜାରି ରହିଛି । ନ୍ୟୁଜିଲାଣ୍ଡ ତାର ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ 5 ୱିକେଟରେ ପରାସ୍ତ କରିବା ପରେ ସେମି ଫାଇନାଲ ଖେଳିବା ଆଶା ଉଜ୍ଜ୍ବଳ ହୋଇଛି । ଫଳରେ ପାକିସ୍ତାନର ଖେଳ ଶେଷ ହୋଇଛି । ପାକିସ୍ତାନର ସେମି ଫାଇନାଲକୁ ଯିବାର ଆଶା ମଉଳି ଯାଇଛି ।

ଏହି ବି ପଢନ୍ତୁ...world cup 2023: ଭାରତ-ପାକିସ୍ତାନ ମଧ୍ୟରେ ହେବ କି ସେମି ଲଢେଇ ? ଜାଣନ୍ତୁ କଣ କହୁଛି ତାଜା ସମୀକରଣ

କିପରି ସେମି ଫାଇନାଲ ଖେଳିବ ପାକିସ୍ତାନ: ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବା ଅସମ୍ଭବ ହୋଇଛି । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ପାକିସ୍ତାନ ସେମି ଫାଇନାଲ ଖେଳିବା ନେଇ ଚିନ୍ତାରେ ପଡ଼ିଛି । ବାବର ବାହିନୀକୁ ସେମିକୁ ଯିବାକୁ ହେଲେ ବଡ଼ ସ୍କୋର୍‌ରେ ବିଜୟ ହାସଲ କରିବାକୁ ହେବ । ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ତାର ଶେଷ ଲିଗ ମ୍ୟାଚ୍‌ ଖେଳିବେ । ଏହି ମ୍ୟାଚ୍‌ରେ ଦଳକୁ ବଡ଼ ବିଜୟ ହାସଲ କରିବାକୁ ହେବ ।

ତେବେ ଏହି ମ୍ୟାଚରେ ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରେ ତେବେ ଇଂଲଣ୍ଡ ବିପକ୍ଷରେ 287 ରନ୍‌ର ବିରାଟ ବିଜୟ ହାସଲ କରିବାକୁ ହେବ । ଯଦି ପଛରେ ବ୍ୟାଟିଂ କରେ ତେବେ ବିଜୟ ଲକ୍ଷ୍ୟକୁ 2.4 ଓଭରରେ ହାସଲ କରିବାକୁ ହେବେ । ଯାହା ସମ୍ଭବ ମନେ ହେଉନାହିଁ । ତେଣୁ ଚଳିତ ବିଶ୍ବକପରୁ ବାବରବାହିନୀ ଏକ ପ୍ରକାର ବାଦ ପଡ଼ିଛି । ପାକିସ୍ତାନ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ହାରିଲେ ସେମି ଫାଇନାଲ୍‌ ଖେଳିବା ସ୍ୱପ୍ନ ଧୂଳିସାତ ହୋଇଯିବ । ସେମି ଖେଳିବାକୁ ହେଲେ ବାବରବାହିନୀକୁ ଅସମ୍ଭବକୁ ସମ୍ଭବ କରିବାକୁ ପଡ଼ିବ ।

ଏହା ବି ପଢନ୍ତୁ...Cricket World Cup 2023: ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର ! ପାକିସ୍ତାନ ଆଗରେ ବଡ ଚ୍ୟାଲେଞ୍ଜ

ଆସନ୍ତା ନଭେମ୍ବର 11 ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ଇଂଲଣ୍ଡକୁ ଭେଟିବ ପାକିସ୍ତାନ । ସେମିଫାଇନାଲ ଖେଳିବାକୁ ହେଲେ ଇଂଲଣ୍ଡକୁ 287ରନରେ ପରାସ୍ତ କରିବାକୁ ପଡ଼ିବ । ଚଳିତ ବିଶ୍ବକପରେ ପାକିସ୍ତାନ 8ଟି ମ୍ୟାଚ୍‌ରୁ 4ଟି ଜିତି ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2023, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.