ETV Bharat / sports

World Cup 2023: ମିଳିଲା ଭିସା, ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି

ପାକିସ୍ତାନ ଓ ଆଫଗାନିସ୍ତାନକୁ ମିଳିଲା ଭିସା । ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 26, 2023, 8:03 AM IST

Etv Bharat
Etv Bharat

ହାଇଦ୍ରାବାଦ: ICC ପୁରୁଷ ବିଶ୍ବକପକୁ ଆଉ ମାତ୍ର ବାକି ରହିଲା 8 ଦିନ । ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦଳ ଦଳ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯିବ । ଧୀରେଧୀରେ ଭାରତରେ ପହଞ୍ଚିବେ ବିଶ୍ବକପ ଖେଳିବାକୁ ଥିବା 9ଟି ଟିମ୍‌ର ଖେଳାଳି । ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ପାକିସ୍ତାନ ଓ ଆଫଗାନିସ୍ତାନକୁ ଭିସା ପ୍ରଦାନ କରାଯାଇଛି । ଏବେ ଭାରତ ଗସ୍ତ କରିବେ ଦୁଇ ଦେଶର ଖେଳାଳି । ଆସନ୍ତାକାଲି(ବୁଧବାର) ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି । ଏହାପରେ ସେପ୍ଟେମ୍ବର 29 ତାରିଖରୁ ଆରମ୍ଭ ହେବ ଅଭ୍ୟାସ ମ୍ୟାଚ୍‌ । ପ୍ରଥମେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଓ୍ବାର୍ମଅଫ୍‌ ମ୍ୟାଚ ଖେଳାଯିବ । ପାକିସ୍ତାନକୁ ଭିସା ପ୍ରଦାନ କରାଯାଇଥିବା ନେଇ ICC ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Asian Games: ସ୍ବର୍ଣ୍ଣ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ, ମୋଦିଙ୍କ ଭୂୟସୀ ପ୍ରଶଂସା

ଭାରତ ଗସ୍ତ ଲାଗି ଭିସା ପ୍ରଦାନରେ ବିଳମ୍ବ ହେଉଥିବା ନେଇ ପାକିସ୍ତାନ ICC ନିକଟରେ ଅଭିଯୋଗ କରିଥିଲା । ଏହାପରେ ସୋମବାର ଭାରତର ହାଇକମିଶନ ପାକିସ୍ତାନର ଭିସାକୁ ମଞ୍ଜୁରୀ ଦେଇଥିଲେ । ଆଜି ଭିସା ପ୍ରଦାନ କରାଯିବା ପରେ ଆସନ୍ତାକାଲି ଭାରତରେ ଆସି ପହଞ୍ଚିବେ ପାକ୍‌ ଖେଳାଳି । ଗତ 19 ତାରିଖରେ ଭିସା ପାଇଁ ଆବେଦନ କରିଥିଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ୍‌ । କିନ୍ତୁ ଭିସା ମିଳିବାରେ ବିଳମ୍ବ ହୋଇଥିବା ପାକିସ୍ତାନ ପକ୍ଷରୁ ଦର୍ଶାଯାଇଥିଲା । ବର୍ତ୍ତମାନ ସମସ୍ତ ସମସ୍ୟାର ସମାଧାନ ହୋଇଛି । ଭାରତରେ ପହଞ୍ଚିବା ପରେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳିବ ।

ଏହା ମଧ୍ୟ ପଢନ୍ତୁ-IND vs AUS 2nd ODI: ସିରିଜ କବଜା କଲା ଭାରତ, କଙ୍ଗାରୁ ଦଳ ଧରାଶାୟୀ

ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 3 ତାରିଖ ଯାଏଁ ୱାର୍ମ ଅଫ୍‌ ମ୍ୟାଚ ବା ଅଭ୍ୟାସ ମ୍ୟାଚ୍‌ ଖେଳାଯିବ । 4 ଦିନରେ ମୋଟ 10ଟି ଅଭ୍ୟାସ ମ୍ୟାଚ୍‌ ରହିଛି । ପ୍ରଥମ ଦିନରେ ଗୌହାଟୀରେ ବାଂଲାଦେଶ ବନାମ ଶ୍ରୀଲଙ୍କା, ଥିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ଓ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ଅଭ୍ୟାସ ମ୍ୟାଚ ଖେଳାଯିବ। ଏହାପରେ 30 ତାରିଖରେ ଗୌହାଟୀରେ ଭାରତ ବନାମ ଇଂଲଣ୍ଡ ଓ ଥିରୁଅନନ୍ତପୁରମରେ ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡ ଅଭ୍ୟାସ ମ୍ୟାଚ ଖେଳିଯିବ। ସେହିପରି ଅକ୍ଟୋବର 2 ତାରିଖରେ ଇଂଲଣ୍ଡ ବନାମ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । 3 ତାରିଖରେ ଶେଷ ଅଭ୍ୟାସ ମ୍ୟାଚଗୁଡ଼ିକ ଖେଳାଯିବ । ଏହି ଦିନ ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା, ଭାରତ ବନାମ ନେଦରଲାଣ୍ଡସ ଓ ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.