ETV Bharat / sports

Cricket World Cup 2023: ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ, ୪ର୍ଥ ବିଜୟ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ନ୍ୟୁଜିଲାଣ୍ଡ - ବିଶ୍ବକପ୍‌ ୨୦୨୩

ବିଶ୍ବକପ୍‌ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ବପର୍ଯ୍ୟୟ ସୃଷ୍ଟି କରିଥିବା ଆଫଗାନିସ୍ତାନ ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ୨୮୯ ରନ ଟାର୍ଗେଟ୍‌ରେ ବ୍ୟାଟିଂ କରି ୧୩୯ ରନରେ ଅଲ୍ଆ‌ଉଟ୍‌ ହୋଇଛି ଆଫଗାନିସ୍ତାନ । ଫଳରେ ୧୪୯ ରନର ବଡ଼ ବିଜୟ ସହ କ୍ରମାଗତ ଚତୁର୍ଥ ମ୍ୟାଚ୍‌ ଜିତି ପଏଣ୍ଟ୍ସ ଟେବୁଲର ଶୀର୍ଷରେ ପହଞ୍ଚିଛି କିୱି ଦଳ । ଅଧିକ ପଢ଼ନ୍ତୁ

୪ର୍ଥ ବିଜୟ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ନ୍ୟୁଜିଲାଣ୍ଡ
ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ
author img

By ETV Bharat Odisha Team

Published : Oct 18, 2023, 9:21 PM IST

Updated : Oct 18, 2023, 9:35 PM IST

ଚେନ୍ନାଇ: ବିଶ୍ବକପ୍‌ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆଫଗାନିସ୍ତାନ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ହାତ ଗଣତି କିଛି ବ୍ୟାଟରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୮୮ ରନ କରିଥିଲା ନ୍ୟୁଜିଲାଣ୍ଡ । ଜବାବରେ ୩୪.୪ ଓଭରରେ ୧୩୯ ରନ କରି ସମସ୍ତ ୱିକେଟ୍‌ ହରାଇଛି ଆଫଗାନିସ୍ତାନ । ଫଳରେ ୧୪୯ ରନରେ ବଡ଼ ବିଜୟ ହାସଲ କରିଛି କିୱି ଦଳ । ଚଳିତ ବିଶ୍ବକପ୍‌ରେ ଏହା ନ୍ୟୁଜିଲାଣ୍ଡର କ୍ରମାଗତ ଚତୁର୍ଥ ବିଜୟ ହୋଇଥିବାବେଳେ ପଏଣ୍ଟ୍ସ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଆଫଗାନିସ୍ତାନ । ବଡ଼ ସ୍କୋର ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୩୦ ରନ ହୋଇଥିବା ବେଳେ ପ୍ରଥମ ୱିକେଟ ହରାଇଥିଲା । ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ ଡେଭନ କନୱେ । ଏହାପରେ ଅନ୍ୟତମ ଓପନର ୱିଲ ୟଙ୍ଗ୍‌ଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ ରଚିନ ରବୀନ୍ଦ୍ର । ହେଲେ ସେ କେବଳ ୩୨ ରନ କରିବାରେ ସକ୍ଷମ ହୋଇଥିଲେ । ଏହି ସମୟରେ କ୍ରମାଗତ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ନ୍ୟୁଜିଲାଣ୍ଡ ।

ରଚିନ ରବୀନ୍ଦ୍ରଙ୍କ ପରେ ୱିଲ୍‌ ୟଙ୍ଗ୍‌ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ତୁରନ୍ତ ଡେରାଇଲ୍‌ ମିଚେଲ୍‌ ମଧ୍ୟ ପିଚ୍‌ ଛାଡ଼ି ପ୍ୟାଭିଲିୟନ ଅଭିମୁଖେ ବାହାରିଥିଲେ । ଏହାପରେ ଦଳକୁ ସଙ୍କଟ ସ୍ଥିତିରୁ ବାହାର କରିଥିଲେ ଅଧିନାୟକ ଟମ୍‌ ଲାଥମ ଓ ଗ୍ଲେନ ଫିଲିପ୍ସ । ଉଭୟଙ୍କ ଶତକୀୟ ଭାଗିଦାରୀ ବଳରେ ଦଳ ସଙ୍କଟ ସ୍ଥିତିରୁ ବାହାରି ବଡ଼ ସ୍କୋର ଆଡ଼କୁ ଯାଇଥିଲା । ଦଳୀୟ ସ୍କୋର ୨୫୦ ପାର ହେବାପରେ କ୍ରମାଗତ ଭାବେ ଟମ୍‌ ଲାଥମ ଓ ଫିଲିପ୍ସ ଆଉଟ୍‌ ହୋଇଥିଲେ । ଲାଥମ ୭୪ ବଲରୁ ୬୮ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିବାବେଳେ ୮୦ ବଲରୁ ୭୧ ରନ କରି ଗ୍ଲେନ୍‌ ଫିଲିପ୍ସ ଆଉଟ୍‌ ହୋଇଥିଲେ । ମିଚେଲ୍‌ ସାଣ୍ଟନର ଅପରାଜିତ ୭ ରନ କରିଥିବାବେଳେ ୧୨ ବଲରୁ ବିସ୍ଫୋରକ ୨୫ ରନ କରି ଦଳୀୟ ସ୍କୋରକୁ ୨୮୮ରେ ପହଞ୍ଚାଇଥିଲେ ମାର୍କ ଚାପମ୍ୟାନ୍‌ ।

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ଓ ଆଜମତୁଲ୍ଲା ଓମରଜାଇ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଉଭୟ ଯଥାକ୍ରମେ ୪୮ ଓ ୫୬ ରନ ବ୍ୟୟ ମଧ୍ୟ କରିଥିଲେ । ଗତ ମ୍ୟାଚ୍‌ରେ ଦଳ ପାଇଁ ହିରୋ ସାଜିଥିବା ମୁଜିବୁର ରେହମାନ ଓ ରସିଦ ଖାନ୍‌ଙ୍କୁ ଏଥର ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ଗତ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୮୪ ରନ କରିଥିବା ଦଳକୁ ଆଜି ମ୍ୟାଚ୍‌ରେ ୨୮୯ ରନ ଟାର୍ଗେଟ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସହଜ ହେବନି ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇବା ସ୍ବପ୍ନ, ନ୍ୟୁଜିଲାଣ୍ଡ ୨୮୮/୬

ଆଫଗାନିସ୍ତାନ ବ୍ୟାଟିଂ: ଆଫଗାନିସ୍ତାନ ପକ୍ଷରୁ ଆଜି ବ୍ୟାଟିଂ ବିଭାଗ ବେଶ ନୈରାଶ୍ୟଜନକ ପ୍ରଦର୍ଶନ ଦେଇଥିଲେ । ଦୁଇ ଓପନର ରେହ୍‌ମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ ଜଦ୍ରାନ ଆରମ୍ଭରୁ ହିଁ ସଙ୍ଘର୍ଷ କରିଥିଲେ । ଦଳୀୟ ସ୍କୋର ୨୭ ରନ ହୋଇଥିବାବେଳେ ଗୁର୍‌ବାଜ ୧୧ ଓ ଜଦ୍ରାନ ୧୪ ରନ କରି ଆଉଟ୍‌ ହୋଇଯାଇଥିଲେ । ଅଧିନାୟକ ହସମତୁଲ୍ଲା ଶାହିଦି କେବଳ ୮ ରନ କରିବାରେ ସକ୍ଷମ ହୋଇଥିଲେ । ରେହ୍‌ମତ ଶାହ ଓ ଆଜମତୁଲ୍ଲା ଓମରଜାଇ କିଛି ସମୟ ପିଚ୍‌ରେ ସଙ୍ଘର୍ଷ କରିଥିଲେ ହେଁ ବେଶି ସମୟ ରହିପାରିନଥିଲେ । ରେହ୍‌ମତ ଦଳ ପାଇଁ ସର୍ବାଧିକ ୬୨ ବଲରୁ ୩୬ ରନ ସଂଗ୍ରହ କରିଥିବାବେଳେ ୩୨ ବଲରୁ ୨୭ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ ଆଜମତୁଲ୍ଲା । ଅନ୍ୟମାନଙ୍କ ମଧ୍ୟରେ କେବଳ ଇକ୍ରାମ ଅଲିଖିଲ (୧୯)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବା ପାଇଁ ସକ୍ଷମ ହୋଇନଥିଲେ । ଫଳରେ ଦଳ ୩୪.୪ କେବଳ ୧୩୯ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ।

ନ୍ୟୁଜିଲାଣ୍ଡ ବୋଲିଂ: କିୱି ବୋଲିଂ ଆଟାକ୍‌ ବିଶ୍ବକପ୍‌ ଆରମ୍ଭରୁ ବେଶ ଘାତକ ସାବ୍ୟସ୍ତ ହୋଇଛି । ଆଜି ଆଫଗାନିସ୍ତାନ ବିପକ୍ଷରେ ଦଳର ଷ୍ଟାର ବୋଲର ଲକି ଫର୍ଗୁସନ ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ ୱିକେଟ ହାସଲ କରିଥିବାବେଳେ ଘାତକ ପୋସର ଟ୍ରେଣ୍ଟ୍‌ ବୋଲ୍ଟ ୨ଟି ୱିକେଟ ଅକ୍ତିଆର କରିଥିଲେ । ମ୍ୟାଟ୍‌ ହେନରୀ ଓ ରଚିନ ରବିନ୍ଦ୍ରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଫଳରେ ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ୪ର୍ଥ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି ନ୍ୟୁଜିଲାଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2023, 9:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.