ETV Bharat / sports

Cricket World Cup 2023: ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର, ପାକିସ୍ତାନ ଆଗରେ ବିଶାଳ ୪୦୨ ରନ୍‌ ଟାର୍ଗେଟ୍‌

ବିଶ୍ବକପ୍‌ ୨୦୨୩ରେ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ବିଶାଳ ୪୦୧ ରନ୍‌ର ସ୍କୋର ଛିଡ଼ା କରିଛି କିୱି ଦଳ । ସେମି ଟିକେଟ ପାଇଁ ପାକିସ୍ତାନ ଆଗରେ ୪୦୨ ରନ୍‌ର ଟାର୍ଗେଟ ରହିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 4, 2023, 3:15 PM IST

ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର
ପାକ୍‌ ବୋଲରଙ୍କୁ ଧୋଇଦେଲେ କିୱି ବ୍ୟାଟର

ବେଙ୍ଗାଲୁରୁ: ପାକିସ୍ତାନ ବୋଲରଙ୍କୁ ଧୂଳି ଚଟାଇଲେ ନ୍ୟୁଜିଲାଣ୍ଡ ବ୍ୟାଟର । ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ । ତେବେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ବିଶାଳ ୪୦୧ ରନ୍‌ର ସ୍କୋର ଛିଡ଼ା କରିଛି କିୱି ଦଳ । ଆହତ ସମସ୍ୟାରୁ ସୁସ୍ଥ ହୋଇ ଦଳକୁ ଫେରିଥିବା ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ୯୫ ଓ ରାଚିନ ରବୀନ୍ଦ୍ରଙ୍କ ଶତକୀୟ ପାଳି ବଳରେ ଏହି ବିଶାଳ ସ୍କୋର କରିଛି ନ୍ୟୁଜିଲାଣ୍ଡ । ସେମି ଟିକେଟ ପାଇଁ ପାକିସ୍ତାନ ଆଗରେ ୪୦୨ ରନ୍‌ର ଟାର୍ଗେଟ ରହିଛି ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍‌ ଅଧିନାୟକ ବାବର ଆଜମ । ହେଲେ ଏହା ତାଙ୍କ ଦଳକୁ ମହଙ୍ଗା ପଡିଛି । କାରଣ ଆରମ୍ଭରୁ ପାକ୍‌ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ନିର୍ଦ୍ଧାରିତ ୫୦ ଓଭରରେ କିୱି ଦଳ ହାସଲ କରିଛି ୪୦୧ ରନ୍‌ । ଦଳ ପକ୍ଷରୁ ପ୍ରତି ମ୍ୟାଚ୍‌ରେ ଧୂଆଁଧାର ପ୍ରଦର୍ଶନ ଦେଉଥିବା ରାଚିନ ରବୀନ୍ଦ୍ର ପୁଣିଥରେ ଆଜି ଦମଦାର ଶତକ ହାସଲ କରିଛନ୍ତି । ସେ ୯୪ ବଲରୁ ୧୫ ଚୌକା ଓ ଗୋଟିଏ ଛକା ବଳରେ ୧୦୮ ରନର ଦମଦାର ପାଳି ଖେଳିଥିଲେ । ଅଧିନାୟକ କେନ୍‌ ୱିଲିୟମସନ୍‌ ୭୯ ବଲରୁ ୯୫ ରନ୍‌ର ଧୂଆଁଧାର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ । ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଦଳୀୟ ସ୍କୋରକୁ ୪୦୧ ରନର ବିଶାଳ ଲକ୍ଷ୍ୟରେ ଛିଡ଼ା କରାଇବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ସେମି ଫାଇନାଲ ପାଇଁ ଲଢିବେ ନ୍ୟୁଜିଲାଣ୍ଡ-ପାକିସ୍ତାନ, ଅପରାହ୍ନରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମୁକାବିଲା

ପାକିସ୍ତାନ ବୋଲିଂ: ସେପଟେ ପାକିସ୍ତାନ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମହମ୍ମଦ ୱାସିମ (ଜୁନିୟର) ଦଳ ପାଇଁ ସର୍ବାଧିକ ୩ଟି ୱିକେଟ୍‌ ନେଇଛନ୍ତି । ତାଙ୍କ ପଛକୁ ହାସନ୍‌ ଅଲ୍ଲୀ, ଇଫ୍‌ତିକାର୍‌ ଅହମ୍ମଦ ଓ ହାରିଶ ରୌଫ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ଶାହୀନ୍‌ ଆଫ୍ରିଦି ଆଜିର ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ୧୦ ଓଭର ବୋଲିଂ କରି ସେ ୯୦ ରନ୍‌ ଦେଇଥିବାବେଳେ ଗୋଟିଏ ବି ସଫଳତା ପାଇନାହାନ୍ତି ଶାହୀନ୍‌ ଆଫ୍ରିଦି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.