ETV Bharat / sports

World Cup 2023: ପରିବାର ସହ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଲେ ନ୍ୟୁଜିଲାଣ୍ଡ କ୍ରିକେଟର

author img

By ETV Bharat Odisha Team

Published : Oct 24, 2023, 3:59 PM IST

ବିଶ୍ବକପ 2023ରେ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ଧର୍ମଶାଳାରେ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ । ଅଧିକ ପଢନ୍ତୁ

New Zealand cricket team players meet Dalai Lama
ଦଲାଇଲାମଙ୍କୁ ଭେଟିଲେ ନ୍ୟୁଜିଲାଣ୍ଡ କ୍ରିକେଟର

ଧର୍ମଶାଳା: ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଖେଳାଳି । ଧର୍ମଶାଳାରେ ଦଲାଇ ଲାମାଙ୍କ ବାସଭବନ ଯାଇ ପରିବାର ସହ ତାଙ୍କୁ ସାକ୍ଷାତ କରିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପ୍ଲେୟାର । ଏହି ଦଳରେ ପେସ ବୋଲର ଟ୍ରେଣ୍ଟ ବୋଲ୍ଟ, ଅଧିନାୟକ କେନ ୱିଲିୟନସନ, ରବୀନ୍ଦ୍ର ରାଚିନ, ଟମ ଲାଥମ, ଲକି ଫର୍ଗୁସନ ମିଚେଲ ସାଣ୍ଟନର ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି ।

  • Himachal Pradesh | New Zealand cricket team players and their families meet Tibetan spiritual leader Dalai Lama at his residence in Dharamsala

    (Photo source: Office of the 14th Dalai Lama) pic.twitter.com/gFgwExGH6k

    — ANI (@ANI) October 24, 2023 " class="align-text-top noRightClick twitterSection" data=" ">

ଅକ୍ଚୋବର 22 ରେ ଧର୍ମଶାଳା ଭାରତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପରାସ୍ତ ହୋଇଥିଲା କିୱିଦଳ । 4 ୱିକେଟରେ ନ୍ୟୁଜିଲାଣ୍ଡକୁ ମାତ ଦେଇଥିଲା ରୋହିତ ସେନା । ଆସନ୍ତା ଅକ୍ଟୋବର 28 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆକୁ ଏହି ଗ୍ରାଉଣ୍ଡରେ ଭେଟିବ ନ୍ୟୁଜିଲାଣ୍ଡ । ଦଳ ଏଯାବତ 5ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଛି । ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି କ୍ବିୱି ଦଳ । ହିମାଚଳ ପ୍ରଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ବିଦେଶୀ ଖେଳାଳିଙ୍କୁ ଆକୃଷ୍ଟ କରିଛି । ସ୍ଥାନୀୟ ସଂସ୍କୃତିକ ପରମ୍ପରା ହିମାଚଳ ଗାଡି ନାଟି ବିଦେଶୀ ଖେଳାଳିଙ୍କ ମନ ମୋହିଛି । ଏହା ପର୍ବରୁ ନେଦରଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ହିମାଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ଚଳିତ ବିଶ୍ବକପ ସଂସ୍କରଣରେ ନ୍ୟୁଜିଲାଣ୍ଡ ଇଂଲଣ୍ଡ, ଆଫଗାନିସ୍ତାନ, ନେଦରଲାଣ୍ଡସ ଓ ବାଂଲଦେଶକୁ ହରାଇ ସାରିଛି ।

ଏହା ବି ପଢନ୍ତୁ...World Cup 2023: ଆଫଗାନିସ୍ତାନ ବିପକ୍ଷରେ ଚିତପଟାଙ୍ଗ୍‌ ପାକିସ୍ତାନ, ଇର୍ଫାନଙ୍କ ସହ ଠୁମକା ଲଗାଇଲେ ରାସିଦ

ଏହା ବି ପଢନ୍ତୁ...Cricket World Cup 2023: ଭାଙ୍ଗିଲା ନ୍ୟୁଜିଲାଣ୍ଡର ବିଜୟଧାରା, ପୁଣି ମ୍ୟାଚ୍‌ ଜିତାଇଲେ କିଙ୍ଗ୍‌ କୋହଲି

ପ୍ରକାଶ ଥାଉ କି, ଗତ ଅକ୍ଟୋବର 5 ତାରିଖରୁ ବିଶ୍ବକପ 2023ରେ 13ତମ ସଂସ୍କରଣ ଆରମ୍ଭ ହୋଇଛି । ଏ ନେଇ ନ୍ୟୁଜିଲାଣ୍ଡ ସମେତ 9ଟି ଭମଣକାରୀ ଦଳ ଭାରତରେ ପହଞ୍ଚିଥିଲେ । ଅହମ୍ମଦାବାଦରେ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା ନିଜ୍ୟୁଲାଣ୍ଡ । ଏହାପରେ ଦଳ ଲଗାତାର ବିଜୟ ହାସଲ କରିଥିଲା ମାତ୍ର ଧର୍ମଶାଳାରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ଭାରତଠୁ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଦଳ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନକୁ ଖସି ଆସିଥିଲା । ଆସନ୍ତା 28 ତାରିଖରେ ଅଷ୍ଚ୍ରେଲିଆ ବିପକ୍ଷରେ ଷଷ୍ଠ ମ୍ୟାଚ ଖେଳିବ କ୍ବିୱି ଦଳ । ଧର୍ମଶାଳାରେ ଏହି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.