ETV Bharat / sports

World Cup 2023: ନଜର ପକାନ୍ତୁ କିଛି ନୂଆ ରେକର୍ଡ ଉପରେ

author img

By ETV Bharat Odisha Team

Published : Oct 11, 2023, 10:54 AM IST

Updated : Oct 11, 2023, 11:31 AM IST

ଆଇସିସି ଦିନିକିଆ ବିଶ୍ବକପ 2023ରେ ନୂଆ ରେକର୍ଡ ସ୍ଥାପନା ହୋଇଛି । ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ବିଜୟ ପରେ ନୂଆ ରେକର୍ଡ ବୁକରେ ପ୍ରବେଶ କରିଛି ପାକିସ୍ତାନ । ଜାଣନ୍ତୁ କଣ

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ର ନବମ ମ୍ୟାଚ ପାକସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କାକୁ 6ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ମହମ୍ମଦ ରିଜୱାନ ଶ୍ରୀଲଙ୍କା ବିପକ୍ଷରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅପରାଜିତ 131 ରନ କରିଥିଲେ । ଏହା ପରେ ପାକିସ୍ତାନ ଏକ ନୂଆ ରେକର୍ଡ ବୁକ୍‌ରେ ପ୍ରବେଶ କରିଛି । ଅକ୍ଟୋବର 5ରୁ ଆରମ୍ଭ ହୋଇଥିବା ବିଶ୍ବକପ 2023ରେ ଏଯାବତ ବିଶ୍ବକପର 9ଟି ମ୍ୟାଚ ଖେଳାଯାଇଛି । କିଛି ବ୍ୟାଟିଂ ରେକର୍ଡ ସ୍ଥାପନା ହୋଇଥିବା ବେଳେ ଆଉ ନୂଆ ରେକର୍ଡ ସୃଷ୍ଟି ହୋଇଛନ୍ତି । ନଜର ପକାନ୍ତୁ ସେହି ରେକର୍ଡ ଉପରେ ।

1. ନୂଆଦିଲ୍ଲୀର ଅରୁଣ ଡେଟଲୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ବିପକ୍ଷରେ 428 ରନ କରିଥିଲା । ଏହା ବିଶ୍ବକପରେ ସର୍ବାଧିକ ଦଳୀୟ ସ୍କୋର।

2. ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରମ ବିଶ୍ବକପ ଲିଗ୍‌ ମ୍ୟାଚରେ ଦ୍ରୁତତମ ଶତକ ହାସଲ କରିଥିଲେ । ମାତ୍ର 49 ବଲରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିଲେ ।

3. ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଯାହାକୁ ଦକ୍ଷିଣ ଆଫ୍ରିକା ଜିତିଥିଲା । ଏଥିରେ ଏକ ରେକର୍ଡ ହେଇଛି । ଏହି ମ୍ୟାଚରେ ବିଶ୍ବକପରେ ସର୍ବାଧିକ ମୋଟ 754 ରନ ହୋଇଥିଲା ।

4. ପାକିସ୍ତାନ ସବୁଠୁ ବଡ଼ ବିଶ୍ବକପ ରନ ଟାର୍ଗେଟ ହାସଲ କରିଥିଲା । 345 ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ । ଏହାପୂର୍ବରୁ 2011 ବିଶ୍ବକପରେ ଅୟାର୍ଲାଣ୍ଡ, ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚରେ 328ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା ।

5. ବିଶ୍ବକପରେ ପାକିସ୍ତାନ ବନାମ ଶ୍ରୀଲଙ୍କା ପ୍ରଥମ ମ୍ୟାଚ ଯେଉଁଥିରେ ଦୁଇ ଦଳର 4 ଜଣ ପ୍ଲେୟାର ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କାର ସମରବିକ୍ରମ ଓ କୁଶଳ ମେଣ୍ଡିସ ଶତକ ହାସଲ କରିଥିବା ବେଳେ ପାକିସ୍ତାନର ମହମ୍ମଦ ରିଜୱାନ ଓ ଅବଦୁଲ ଶାଫକ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ 3ଜଣ ଖେଳାଳି ଶତକ ଅର୍ଜନ କରିଥିଲେ । ସେଥିରେ କ୍ବିଣ୍ଟନ୍‌ ଡିକକ୍‌, ଆଡେନ ମାର୍କ୍ରମ ଓ ରାଲ ଭେନ ଡେର ଦୁସାନଙ୍କ ଏହି ରେକର୍ଡ କରିଥିଲେ ।

World Cup 2023: ଆଜି ଭାରତ-ଆଫଗାନିସ୍ତାନ ଲଢେଇ, ବିଜୟଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା

6. ରାଜୀବ ଗାନ୍ଧୀ ଷ୍ଚାଡିମୟରେ ମହମ୍ମଦ ରିଜୱାନଙ୍କ ଅପରାଜିତ 131 ଦିନିକିଆରେ ପାକିସ୍ତାନୀ ୱିକେଟ କିପରଙ୍କ ସର୍ବୋଚ୍ଚ ସ୍କୋର୍‌ । ରିଜୱାନୀ କମରାନ ଅକମଲଙ୍କୁ ପଛରେ ପକାଇଛନ୍ତି ଯିଏକି 2005ରେ ବ୍ରିସବେନରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ 124 ରନ୍‌ କରିଥିଲେ ।

7. ବିଶ୍ବକପରେ ପାକିସ୍ତାନ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ସମସ୍ତ 8ଟି ମ୍ୟାଚରେ ଜିତି ଏକ ରେକର୍ଡ ସୃଷ୍ଟି କରିଛି ।

ଚାଲିଥିବା କ୍ରିକେଟ ବିଶ୍ବକପ 2023ରେ ଆଗକୁ ଆହୁରି ନୁଆ ନୂଆ ରେକର୍ଡ ସୃଷ୍ଟି ହେବ ବୋଲି କ୍ରିକେଟ ପ୍ରଶଂସକ ଆଶା ରଖିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ସଫିକ୍‌-ରିଜ୍‌ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍‌ରେ ଜିତିଲା ପାକିସ୍ତାନ

ପ୍ରକାଶ ଥାଉ କି, କ୍ରିକେଟ ବିଶ୍ବକପର ଅଷ୍ଟମ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ମହମ୍ମଦ ରିଜୱାନ ଅପରାଜିତ 131ରନ କରିଥିଲେ । ଏହା ସହିତ ଶାଫିକ୍‌ ମଧ୍ୟ ଦମଦାର ଶତକ ହାସଲ କରିଥିଲେ । ପାକିସ୍ତାନ ଏହି ମ୍ୟାଚକୁ 6 ୱିକେଟ ଜିତି ନେଇଥିଲା । ଆସନ୍ତା ଅକ୍ଟୋବର 14 ତାରିଖରେ ଭାରତ ପାକିସ୍ତାନ ମହାମୁକାବିଲା ରହିଛି ।

Last Updated : Oct 11, 2023, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.