ETV Bharat / sports

Cricket World Cup 2023: ଡଚ୍‌ ବୋଲିଂ ଆଗରେ ହାର ମାନିଲା ବାଂଲା ବ୍ୟାଟିଂ, ୮୭ରନରେ ଜିତିଲା ନେଦରଲ୍ୟାଣ୍ଡ - ୧୪୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ବାଂଲାଦେଶ

ବାଂଲାଦେଶକୁ ୨୩୦ ରନ୍‌ ଲକ୍ଷ୍ୟ ଦେଇ କେବଳ ୧୪୨ରେ ଅଲ୍‌ଆଉଟ୍‌ କରିଛି ନେଦରଲ୍ୟାଣ୍ଡ । ପ୍ରଥମେ ବ୍ଯାଟିଂ କରି ୨୨୯ ରନର ଲଢ଼ୁଆ ସ୍କୋର କରିଥିଲା ଡଚ୍‌ ଦଳ । ହେଲେ ୧୪୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ବାଂଲାଦେଶ । ଫଳରେ ୮୭ ରନ୍‌ରେ ବହୁପ୍ରତିକ୍ଷୀତ ବିଜୟ ଲାଭ କରିଛି ନେଦରଲ୍ୟାଣ୍ଡ । ଅଧିକ ପଢ଼ନ୍ତୁ

ଡଚ୍‌ ବୋଲିଂ ଆଗରେ ହାର ମାନିଲା ବାଂଲା ବ୍ୟାଟିଂ

author img

By ETV Bharat Odisha Team

Published : Oct 28, 2023, 9:52 PM IST

Updated : Oct 28, 2023, 10:15 PM IST

କୋଲକାତା: ନେଦରଲ୍ୟାଣ୍ଡ ବୋଲିଂ ଆଟାକ୍‌ ଆଗରେ ହାର ମାନିଲା ବାଂଲାଦେଶ । ୨୩୦ ରନ୍‌ ଲକ୍ଷ୍ୟ ନେଇ କେବଳ ୧୪୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଲା ବାଂଲା ଦଳ । କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୨୨୯ ରନ୍‌ର ଲଢ଼ୁଆ ସ୍କୋର କରିଥିଲା । ଭଲ ଆରମ୍ଭ ନମିଳିବା ସତ୍ତ୍ବେ ୱେସ୍‌ଲି ବରେସି ଓ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ଏକ ଲଢ଼ୁଆ ସ୍କୋର ଆଡ଼କୁ ଗତି କରିଥିଲା ନେଦରଲ୍ୟାଣ୍ଡ । ଶେଷ ବେଳକୁ ସାଇବ୍ରାଣ୍ଡ ଏଙ୍ଗେଲ୍‌ବ୍ରେଚ୍‌ ୩୫ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଦଳୀୟ ସ୍କୋରକୁ ୧୮୦ ପାର କରାଇଥିଲେ । ତେବେ ଲୋଗାନ ଭାନ୍‌ ବିକ୍‌ଙ୍କ ୧୬ ବଲରୁ ୨୩ ରନର ପାଳି ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ କରିବାରେ ସକ୍ଷମ ହୋଇଥିଲା । ହେଲେ ୨୩୦ ରନର ବିଜୟଲକ୍ଷ୍ୟ ନେଇ ୧୪୨ରେ ଅଟକିଛି ବାଂଲାଦେଶ । ଫଳରେ ୮୭ ରନ୍‌ରେ ନେଦରଲ୍ୟାଣ୍ଡ ବହୁପ୍ରତିକ୍ଷୀତ ବିଜୟ ଲାଭ କରିଛି ।

ନେଦରଲ୍ୟାଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡ । ହେଲେ ଦଳକୁ ଦୁଇ ଓପନର ଭଲ ଆରମ୍ଭ ଦେବାରେ ଅସମର୍ଥ ହୋଇଥିଲେ । କେବଳ ୩ ରନ କରି ବିକ୍ରମଜିତ୍‌ ସିଂହ ଆଉଟ୍‌ ହୋଇଥିବାବେଳେ ମାକ୍ସ ଓଡୱଡ୍‌ ଖାତା ଖୋଲିବାରେ ବିଫଳ ହୋଇଥିଲେ । ଦଳୀୟ ସ୍କୋର ୪ ରନ ହୋଇଥିବାବେଳେ ୨ଟି ୱିକେଟ୍‌ ଖସିଯିବା ପରେ ୱେସ୍‌ଲି ବରେସି ଓ କଲିନ୍‌ ଅକରମ୍ୟାନ୍‌ ପାଳିକୁ ସମ୍ଭାଳି ନେଇଥିଲେ । ୪୧ ବଲରୁ ୮ ଚୌକା ବଳରେ ୪୧ ରନ କରି ୱେସ୍‌ଲି ବରେସି ଆଉଟ୍‌ ହେବାପରେ ଅକରମ୍ୟାନ୍‌ (୧୫) ତୁରନ୍ତ ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ । ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ ସ୍କୋରବୋର୍ଡକୁ ଏକ ଲଢ଼ୁଆ ଟାର୍ଗେଟ୍‌ ଆଡ଼କୁ ନେଇଯାଇଥିଲେ । ଗୋଟିଏ ପଟେ ୱିକେଟ୍‌ ପତନ ହେଉଥିଲେ ମଧ୍ୟ ଅନ୍ୟପଟେ ସେ ଲଢ଼େଇ ଜାରି ରଖିଥିଲେ । ସେ ୮୯ ବଲରୁ ୬ ଚୌକା ସହିତ ଧୈର୍ଯ୍ୟପୂର୍ଣ୍ଣ ୬୮ ରନ୍‌ କରି ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇବ୍ରାଣ୍ଡ ଏଙ୍ଗେଲ୍‌ବ୍ରେଚ୍‌ (୩୫)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୩୦ ରନ୍‌ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଲୋଗାନ୍‌ ଭାନ୍‌ ବିକ୍‌ଙ୍କ ୨୩ ରନର ଉପଯୋଗୀ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ ରନ୍‌ରେ ପହଞ୍ଚିଥିଲା ନେଦରଲ୍ୟାଣ୍ଡ ।

ବାଂଲାଦେଶ ବୋଲିଂ: ନେଦରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ସେତେ ପ୍ରଭାବୀ ବୋଲିଂ କରିବାରେ ବିଫଳ ରହିଥିଲେ ବାଂଲା ବୋଲର । ଶୋରିଫୁଲ ଇସ୍‌ଲାମ, ତସ୍କିନ୍‌ ଅହମ୍ମଦ, ମୁସ୍ତାଫିଜୁର ରେହମାନ୍‌ ଓ ମେହେଡି ହାସନ ୨ଟି ଲେଖାଏଁ ସଫଳତା ପାଇଥିଲେ । ଅଧିନାୟକ ଶାକିବ୍‌ ଅଲ୍‌ ହାସନ ମଧ୍ୟ ଦଳ ପାଇଁ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ବୋଲିଂ ବିଭାଗର ପ୍ରଭାବୀ ପ୍ରଦର୍ଶନ ବଳରେ ନେଦରଲ୍ୟାଣ୍ଡକୁ ୨୨୯ ରନରେ ଅଲ୍‌ଆଉଟ୍‌ କରିଥିଲା ବାଂଲାଦେଶ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସ୍କଟ୍‌ ଏଡୱାର୍ଡ୍ସଙ୍କ ଲଢ଼ୁଆ ବ୍ୟାଟିଂ, ବାଂଲାଦେଶ ଆଗରେ ଲକ୍ଷ୍ୟ ୨୩୦

ବାଂଲାଦେଶ ବ୍ୟାଟିଂ: ୨୩୦ ରନ୍‌ର ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିବା ବାଂଲାଦେଶ ପକ୍ଷରୁ କୌଣସି ବ୍ୟାଟର ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ଏପରିକି କୌଣସି ବ୍ୟାଟର ଅର୍ଦ୍ଧଶତକୀୟ ପାଳି ମଧ୍ୟ କରନଥିଲେ । ମେହିଡି ହାସନ ମିରାଜ୍‌ ଦଳ ପାଇଁ ସର୍ବାଧିକ ୩୫ ରନର ପାଳି ଖେଳିଥିଲେ । ସେ ୪୦ ବଲରୁ ୫ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ କରିଥିଲେ । ମହମ୍ମଦୁଲ୍ଲା (୨୦) ଓ ମୁସ୍ତାଫିଜୁର ରେହମାନ (୨୦)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ କେବଳ ୧୪୨ ରନ୍‌ରେ ହିଁ ସମସ୍ତ ୱିକେଟ୍‌ ହରାଇଥିଲା ବାଂଲାଦେଶ ।

ନେଦରଲ୍ୟାଣ୍ଡ ବୋଲିଂ: ବାଂଲାଦେଶ ବିପକ୍ଷରେ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ ନେଦରଲ୍ୟାଣ୍ଡ ବୋଲର । ପଲ୍‌ ଭାନ୍‌ ମୀକେରେନ୍‌ ସର୍ବାଧିକ ୪ ୱିକେଟ୍‌ ସଫଳତା ହାସଲ କରିଥିଲେ । ବାସ୍‌ ଡିଲେଡ୍‌ ୨ ୱିକେଟ୍‌ ଅକ୍ତିଆର କରିଥିବାବେଳେ ଆର୍ଯ୍ୟାନ ଦତ୍ତ, ଲୋଗାନ ଭାନ୍‌ ବିକ୍‌ ଓ କଲିନ୍‌ ଅକରମ୍ୟାନ୍‌ ଦଳ ପାଇଁ ଗୋଟିଏ ଲେଖାଏଁ ସଫଳତା ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2023, 10:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.