ETV Bharat / sports

Cricket World Cup 2023: ଇଡେନ ଗାର୍ଡନରେ ଟିକେଟ୍‌ ଘୋଟାଲା, Book My Show ଅଫିସରେ ପୋଲିସ ରେଡ

ଇଡେନ୍‌ ଗାର୍ଡେନ୍‌ ଟିକେଟ୍‌ ଘୋଟାଲାରେ କୋଲକାତା ପୋଲିସର ତଦନ୍ତ ଜାରି । ବଙ୍ଗଳା କ୍ରିକେଟ୍‌ ସଙ୍ଘ (CAB) ଓ ବୁକ୍‌ ମାଇଁ ଶୋ ଅଧିକାରୀଙ୍କୁ ପଚରାଉଚରା କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଇଡେନ ଗାର୍ଡନରେ ଟିକେଟ୍‌ ଘୋଟାଲା
ଇଡେନ ଗାର୍ଡନରେ ଟିକେଟ୍‌ ଘୋଟାଲା
author img

By ETV Bharat Odisha Team

Published : Nov 3, 2023, 10:56 PM IST

ହାଇଦ୍ରାବାଦ: ପ୍ରଥମ ଦଳ ଭାବେ ଆଇସିସି ବିଶ୍ବକପ୍‌ 2023 ସେମିଫାଇନାଲ୍‌ରେ ପ୍ରବେଶ କରିଛି ଆୟୋଜକ ଭାରତ । ଲିଗ୍‌ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 7ଟି ମ୍ୟାଚ୍‌ ଖେଳି ସମସ୍ତ ମ୍ୟାଚ୍‌ରେ ବିପକ୍ଷ ଦଳକୁ ମାତ ଦେବା ସହିତ ଜୟଯାତ୍ରା ଜାରି ରଖିଛି ଟିମ୍‌ ଇଣ୍ଡିଆ । ଏହାର ଅଷ୍ଟମ ମ୍ୟାଚ୍‌ରେ ଆସନ୍ତା ରବିବାର କୋଲକାତାର ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ରୋହିତ ବାହିନୀ । ହେଲେ ଏହି ମ୍ୟାଚ୍‌ ପୂର୍ବରୁ ବଡ଼ ଧରଣର ଟିକେଟ୍‌ ଘୋଟାଲା ସାମ୍ନାକୁ ଆସିଛି । ଏହି କଳାବଜାରୀ ମାମଲାରେ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ପୋର୍ଟାଲ 'ବୁକ୍‌ ମାଇଁ ଶୋ'ର ନାମ ସାମ୍ନାକୁ ଆସିଛି । ଯାହାକୁ ନେଇ କୋଲକାତା ପୋଲିସ ବଙ୍ଗଳା କ୍ରିକେଟ୍‌ ସଙ୍ଘ (CAB) ଓ ବୁକ୍‌ ମାଇଁ ଶୋ ଅଧିକାରୀଙ୍କୁ ପଚରାଉଚରା କରିଛି ।

ବୁକ୍‌ ମାଇଁ ଶୋ ଅଧିକାରୀଙ୍କୁ ଜେରା: କୋଲକାତା ପୋଲିସର ଦକ୍ଷିଣାଞ୍ଚଳ ଡିସି ପ୍ରିୟବ୍ରତ ରାୟଙ୍କ ସହ କୋଲକାତା ପୋଲିସର ଆଣ୍ଟି-ରାଓଡି ସ୍କ୍ବାଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କୋଲକାତା ପୋଲିସ ମୁଖ୍ୟାଳୟ ଲାଲବଜାରରୁ ମିଳିଥିବା ସୂଚନା ଅନୁଯାୟୀ, ବୁକ୍ ମାଇ ଶୋର ଅନେକ ଅଧିକାରୀ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ଓ ସେମାନଙ୍କୁ ପଚରାଉଚରା କରାଯାଇଛି । ଏହି ଘଟଣାରେ ଟିକେଟ କଳା ବଜାରୀ କରୁଥିବା 7 ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ବର୍ତ୍ତମାନ ପୋଲିସ୍‌ ଜାଣିବାକୁ ଚେଷ୍ଟା କରୁଛି ଯେ ଅନ୍‌ଲାଇନ୍‌ ଟିକେଟ୍‌ କିଏ କିଣିଛି ଏବଂ ସେମାନେ କିପରି ଏହି ଟିକେଟର କଳା ବଜାରୀ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଅଷ୍ଟ୍ରେଲିଆ ଉପରେ ଚଡ଼କ, ଅଧାରେ ଛାଡ଼ି ଫେରିଗଲେ ମାର୍ଶ

ଅଡ଼ୁଆରେ ସୌରଭ ଗାଙ୍ଗୁଲିଙ୍କ ଭାଇ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ବଙ୍ଗଳା କ୍ରିକେଟ୍‌ ସଙ୍ଘ (CAB) ସଭାପତି ସ୍ନେହାଶିଶ ଗାଙ୍ଗୋପାଧ୍ୟାୟଙ୍କୁ ନୋଟିସ ପଠାଯାଇଛି । ଏହି ନୋଟିସରେ ଏତେ ମାତ୍ରାରେ ଟିକେଟ୍‌ କିପରି ଆସିଲା ଏବଂ କିପରି ଏହି କଳା ବଜାରୀ ଆରମ୍ଭ ହୋଇଥିଲା, ସେନେଇ ପଚରାଉଚରା କରାଯାଇଛି । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ (CAB)ର ଅଡ଼ୁଆ ବଢ଼ିବାରେ ଲାଗିଛି । କୋଲକାତା ପୋଲିସ ବହୁ ସଂଖ୍ୟାରେ ଫୋର୍ସ ଲଗାଇ ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମକୁ ଘେରାଓ କରିନେଇଛି । ଫଳରେ ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ, ତେବେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ପ୍ରକାଶଯୋଗ୍ୟ, ବୁଧବାର ଏହି ଟିକେଟ୍‌ ଘୋଟାଲାର ସୁରାକ୍‌ କୋଲକାତା ପୋଲିସ ହାତରେ ଲାଗିବା ପରେ ଗୁରୁବାର ଦିନ CAB ଏବଂ ଅନ୍‌ଲାଇନ୍‌ ପୋର୍ଟାଲ ଅଧିକାରୀଙ୍କୁ ନୋଟିସ ଜାରି କରି ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେଦିନ କେହି ଥାନାରେ ପହଞ୍ଚିନଥିଲେ ।

କଣ ଥିଲା ପୂରା ଘଟଣା: କ୍ରିକେଟ୍ ପ୍ରଶଂସକମାନେ ବଙ୍ଗଳା କ୍ରିକେଟ୍‌ ଆସୋସିଏସନ୍ (CAB), ବିସିସିଆଇ ଏବଂ ଅନ୍‌ଲାଇନ୍‌ ପୋର୍ଟାଲ୍‌ 'ବୁକ୍ ମାଇ ଶୋ' ବିରୋଧରେ ଟିକେଟ୍‌ କଳା ବଜାରୀ ନେଇ ଅଭିଯୋଗ କରିଛନ୍ତି । ହେଲେ CAB ଅଧିକାରୀମାନେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଅନ୍‌ଲାଇନ୍‌ରେ ଟିକେଟ୍ ବୁକିଂ କରି ଏହି ଟିକେଟର କଳା ବଜାରୀ କରାଯାଉଛି ବୋଲି ପ୍ରଶଂସକମାନେ ଅଭିଯୋଗ କରିଛନ୍ତି । ପ୍ରଶଂସକଙ୍କୁ 1500 ଟଙ୍କା ମୂଲ୍ୟର ଟିକେଟ୍ 11ରୁ 15 ହଜାର ଟଙ୍କାରେ ବିକ୍ରି କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.