ETV Bharat / sports

Cricket World Cup 2023: ଜାଣନ୍ତୁ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କ ସଫଳତା ପଛର ସଙ୍ଘର୍ଷମୟ କାହାଣୀ

author img

By ETV Bharat Odisha Team

Published : Oct 1, 2023, 8:48 PM IST

୨୦୨୩ ମସିହାରେ ଭାରତର ଫ୍ରଣ୍ଟଲାଇନ ପେସର ମହମ୍ମଦ ସିରାଜ ଦେଶ ପାଇଁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ରହିଛନ୍ତି । ହାଇଦ୍ରାବାଦରୁ ଆସିଥିବା ଏହି ବୋଲର ମଧ୍ୟ ପ୍ରଥମ ଭାରତୀୟ ଭାବେ ଗୋଟିଏ ଓଭରରେ ଚାରିଟି ୱିକେଟ୍ ନେବାର ରେକର୍ଡ ହାସଲ କରିଛନ୍ତି । ତେବେ ଜାଣନ୍ତୁ ଏହି ସଫଳତା ପଛର ସଂଘର୍ଷର କାହାଣୀ ।

ମହମ୍ମଦ ସିରାଜଙ୍କ ସଫଳତା ପଛର ସଙ୍ଘର୍ଷମୟ କାହାଣୀ

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ଭାରତର ଫ୍ରଣ୍ଟଲାଇନ୍‌ ପେସର ଭାବେ ଆଗରେ ରହିଛନ୍ତି ମହମ୍ମଦ ସିରାଜ । ୨୦୨୩ରେ ଭାରତ ପାଇଁ ସର୍ବାଧିକ ୱିକେଟ ହାସଲକାରୀ ମହମ୍ମଦ ସିରାଜଙ୍କ ଘର ହାଇଦ୍ରାବାଦରେ । ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଓଭରରେ ୪ ୱିକେଟ ସଫଳତା ହାସଲ କରି ଏସିଆ କପ୍‌ ୨୦୨୩ରେ ଶ୍ରୀଲଙ୍କାର ବ୍ୟାଟିଂକ୍ରମକୁ ଧ୍ବଂସ କରିଦେବା ସହ ଭାରତକୁ ଏହି ଟାଇଟଲ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଏହି ଷ୍ଟାର ବୋଲରଙ୍କ ସଫଳତା ପଛରେ ରହିଥିବା ସଙ୍ଘର୍ଷର କାହାଣୀ ଆପଣ ଜାଣିଛନ୍ତି କି ? କେବଳ ଖେଳ କ୍ୟାରିୟର ନୁହେଁ, ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ସଂଘର୍ଷ ପରେ ଏବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ସିରାଜ ।

ବାପା ମାଆଙ୍କୁ ନେଇ ଏମିତି କହିଲେ ସିରାଜ: ସପ୍ତମ ଶ୍ରେଣୀରେ ବିଦ୍ୟାଳୟ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସିରାଜ । ପ୍ରଥମେ ସେ ଜଣେ ବ୍ୟାଟର ଥିଲେ, ହେଲେ ପରବର୍ତ୍ତୀ ସମୟରେ ସେ ଜଣେ ବୋଲର ଭାବେ ନିଜ ଦଳ ପାଇଁ ଖେଳିବା ଆରମ୍ଭ କଲେ । ସେ ଦଶମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଇଥିଲେ । ସେ ତାଙ୍କ ଘର ନିକଟରେ ପ୍ରତିଦିନ ଟେନିସ୍ ବଲ୍ ମ୍ୟାଚ୍ ମଧ୍ୟ ଖେଳୁଥିଲେ । ଯାହାକୁ ନେଇ ତାଙ୍କ ମାଆ ତାଙ୍କ ଉପରେ ସବୁବେଳେ ରାଗୁଥିଲେ । ହେଲେ ତାଙ୍କ ବାପା ତାଙ୍କୁ ସର୍ବଦା ଉତ୍ସାହିତ କରୁଥିଲେ ଏବଂ ଅଟୋ ଚଳାଇ ରୋଜଗାର କରୁଥିବା ଟଙ୍କାରୁ ସିରାଜଙ୍କୁ ଖର୍ଚ୍ଚ କରିବାକୁ ଟଙ୍କା ଦେଉଥିଲେ ବୋଲି ସିରାଜ କହିଛନ୍ତି ।

ଏନେଇ ସିରାଜ କୁହନ୍ତି, "ଥରେ ମୋ ମାଆ ମାମୁଁଙ୍କୁ କହିଥିଲେ ଯେ ସେ ମୋ ବିଷୟରେ ଚିନ୍ତିତ ଅଛନ୍ତି । ମାମୁଁଙ୍କର ଏକ କ୍ରିକେଟ୍ କ୍ଲବ ଥାଏ । ମୁଁ ସେହି କ୍ଲବରୁ ଖେଳି ଗୋଟିଏ ମ୍ୟାଚ୍‌ରେ ୯ ୱିକେଟ୍ ନେଇଥିଲି । ଏହା ଦେଖି ମୋ ଚିନ୍ତା ଛାଡ଼ିଦେବାକୁ ମାମୁଁ ମୋ ମାଆଙ୍କୁ କହିଥିଲେ । ଏହାପରେ ମୋର ମନୋଭାବ ବଦଳିଗଲା । ମୋର ଏବେ ମଧ୍ୟ ମନେ ଅଛି, ସେତେବେଳେ ମୁଁ ମ୍ୟାଚ୍ ପିଛା ୫୦୦ ଟଙ୍କା ନେଉଥିଲି । ୧୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ଗ୍ରେସବଲ୍ କ୍ରିକେଟ୍ ଖେଳି ୫ଟି ୱିକେଟ୍ ନେଇଥିଲି ।" ଏହି ସଫଳତା ପରେ ସେ ସ୍ଥାନୀୟ ଲିଗ୍‌ ମ୍ୟାଚ୍‌ ଖେଳିବା ଆରମ୍ଭ କଲେ । ଏଥିରେ ତାଙ୍କ ଖେଳରେ କୌଣସି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ସେ ଖେଳ ଜାରି ରଖିଥିଲେ ଓ ପରବର୍ତ୍ତୀ ମୁହୂର୍ତ୍ତରେ ହାଇଦ୍ରାବାଦ ପାଇଁ ଅଣ୍ଡର-୨୩ ଦଳରେ ଚୟନ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଟ୍ରଫି ଉଠାଇବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ କହିଲେ ଦୀନେଶ ଲାଡ

ରଣ୍‌ଜୀରେ ଏମିତି ଦେଇଥିଲେ ପାଦ: ଆଇପିଏଲ୍‌ ୨୦୧୬ ସମୟର କଥା ମନେପକାଇ ସିରାଜ କହିଛନ୍ତି, "୨୦୧୬ରେ ବାଙ୍ଗାଲୋର ଏବଂ ହାଇଦ୍ରାବାଦ ମଧ୍ୟରେ ଏକ ଆଇପିଏଲ୍ ମ୍ୟାଚ୍ ରହିଥାଏ । ମୁଁ ନେଟ୍ ବୋଲର ଭାବରେ ସେଠାକୁ ଯାଇଥିଲି । ସେତେବେଳେ ମୁଁ ଦୁଇଟି ରଣଜୀ ମ୍ୟାଚ୍ ଖେଳିସାରିଥିଲି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲିଂ କୋଚ୍ ଥିବା ଭରତ ଅରୁଣ ସାର୍ ମୋତେ ଦେଖିଥିଲେ । ମୋର ସୌଭାଗ୍ୟ ଯେ ଭରତ ସାର୍ ସେହି ବର୍ଷ ହାଇଦ୍ରାବାଦ ରଣଜୀ ଦଳ ପାଇଁ କୋଚ୍ ଭାବରେ ଆସିଥିଲେ । ମୁଁ ସେତେବେଳେ ରଣଜୀ ଦଳରେ ନଥିଲି, କିନ୍ତୁ ଭିଭିଏସ୍ ଲକ୍ଷ୍ମଣ ସାର୍ ମୋତେ ବାଛିଛନ୍ତି ବୋଲି କହି ଭରତ ସାର୍ ମୋତେ ବାଧ୍ୟ କରିଥିଲେ । ମୁଁ ସେହି ରଣଜୀ ଋତୁରେ ୪୫ ୱିକେଟ୍ ନେଇଥିଲି ।"

ସେ ଆହୁରି କହିଛନ୍ତି, "୨୦୧୭ ଆଇପିଏଲ୍ ଅକ୍ସନ ସମୟରେ ମୋର ନାମରେ ପ୍ରଥମ ୧୦ ସେକେଣ୍ଡ ପାଇଁ କୌଣସି ଦଳ ବିଡ୍ କରିନଥିଲେ । ପରେ ଆର୍‌ସିବି ପ୍ରଥମ କରି ମୋର ନାଁରେ ବିଡ୍‌ କରିଥିଲା । ଏହାପରେ ମୁଁ ମୋର ସାଙ୍ଗମାନଙ୍କ ସହିତ ଖୁସିରେ ସେଲିବ୍ରେସନ ଆରମ୍ଭ କରିଦେଲି । ପରେ ଜାଣିଲି ଯେ ହାଇଦ୍ରାବାଦ ଦଳ ମୋତେ ୨.୬ କୋଟି ଟଙ୍କାରେ ନେଇଛି । ସେତେବେଳେ ଆମେ ଭଡ଼ା ଘରେ ରହିଥିଲୁ । ପ୍ରଥମ କରି ମୋ ପରିବାର ପାଇଁ ଗୋଟିଏ ଘର କିଣିଲି ଓ ସେହିଦିନ ମୋ ଜୀବନରେ କିଛି ଭଲ କାମ କରିଛି ବୋଲି ଅନୁଭବ କଲି । ତେବେ ସେହିବର୍ଷ ୬ ମ୍ୟାଚ୍‌ ପରେ ମୋତେ ପ୍ରଥମେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ଏତେ ଲୋକଙ୍କ ଆଗରେ ପ୍ରଥମ ଥର ପାଇଁ ଖେଳୁଥିଲି ଓ ଚାପ କଣ ସେହିଦିନ ବୁଝିଲି ।

ଆର୍‌ସିବି ବଦଳାଇଲା ଭାଗ୍ୟ: ସେହିବର୍ଷ ଭାରତୀୟ ଜାତୀୟ ଟି୨୦ ଦଳରେ ସେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କ ପଦାର୍ପଣ ମ୍ୟାଚ୍‌ ଏତେ ଆକର୍ଷଣୀୟ ନଥିଲା । ଏହାପରେ ୨୦୧୮ ଆଇପିଏଲ୍‌ରେ ଆର୍‌ସିବି ସିରାଜଙ୍କୁ କିଣିଥିଲା । ସେଠାରେ ସେ ବହୁତ କିଛି ଶିଖିଥିବା କହିଛନ୍ତି । ବିଶେଷ କରି ପୂର୍ବତନ ଆର୍‌ସିବି ତଥା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କଠାରୁ ଅନେକ କିଛି ଶିଖିଥିବା କହିଛନ୍ତି ସିରାଜ । ତେବେ ସେହି ସଂସ୍କରଣରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ୨୦୧୯ରେ ଯଦିଓ ଖେଳିବାକୁ ସୁଯୋଗ ମିଳିଥିଲା, ହେଲେ ଖରାପ ପ୍ରଦର୍ଶନ କାରଣରୁ ସୋସିଆଲ ମିଡିଆରେ ସେ ବେଶ ସମାଲୋଚନାର ଶିକାର ହୋଇଥିବା କହିଛନ୍ତି । ସେ କହିଛନ୍ତି, "ସେତେବେଳେ ଅନେକ ଲୋକ କହିଛନ୍ତି 'ଅଟୋ ଚଲାଇବାକୁ ପଳାଅ' । ମୁଁ ୪ ଓଭର ବୋଲିଂ କରିବା ଅର୍ଥ ନିଶ୍ଚିତ ହୋଇଯାଉଥିଲା ଯେ ମୁଁ ୪୦ ରନ ଖର୍ଚ୍ଚ କରିଦେବି । ସେହି ସମ୍ପୂର୍ଣ୍ଣ ବର୍ଷ ମୋ ପାଇଁ ବହୁତ କଠିନ ରହିଥିଲା ।" ଏଭଳି ସମୟରେ କ୍ରିକେଟ ଛାଡ଼ି ଅନ୍ୟ ରାସ୍ତାରେ ଯିବାପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟ ସିରାଜ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଅଲରାଉଣ୍ଡର ଜାଡେଜା ଭାରତ ପାଇଁ ଏକ ଅସ୍ତ୍ର କହିଲେ ପିଲାଦିନର କୋଚ୍‌

ଏହାପରେ ସେ କଠିନ ପରିଶ୍ରମ କରିଥିଲେ, ଯାହାର ଫଳ ୨୦୨୦ ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା । ସେତେବେଳେ କୋଲକାତା ନାଇଟରାଇଡର୍ସ ବିପକ୍ଷ ମ୍ୟାଚ୍‌ ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲା । ସେହି ମ୍ୟାଚ୍‌ରେ ୩ଟି ୱିକେଟ ହାସଲ କରିଥିଲେ ସିରାଜ । ଏହାପରେ ଭାରତ ପାଇଁ ଜାତୀୟ ଟେଷ୍ଟ ଦଳରେ ଡେବ୍ୟୁ କରି ଅଷ୍ଟ୍ରେଲିଆ ବିପକ୍ଷରେ ଯଥେଷ୍ଟ ସଫଳତା ସାଉଁଟିଥିଲେ ମିୟାଁ । ସେ କହିଛନ୍ତି, "ଯଦି ମୁଁ ଗୋଟିଏ କ୍ରିକେଟର ହେବି, ତେବେ ମୋ ପରିବାରକୁ ଭଲ ଜୀବନଯାପନ କରିବାର ସୁଯୋଗ ମିଳିବ ବୋଲି ଭାବିଥିଲି । ହେଲେ ମୋର ସଫଳତା ଦେଖିବା ପୂର୍ବରୁ ମୋ ବାପାଙ୍କର ମୃତ୍ୟୁ ହୋଇଗଲା । ମୁଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।" ସିରାଜଙ୍କ ସଫଳତା ପଛର ଏହି ସଂଘର୍ଷ ଅନେକଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.