ETV Bharat / sports

World Cup 2023: ପ୍ରଥମ ସେମିଫାଇନାଲ ଫାଇଟ ଆରମ୍ଭ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

author img

By ETV Bharat Odisha Team

Published : Nov 15, 2023, 1:39 PM IST

ଆରମ୍ଭ ହୋଇଯାଇଛି ବିଶ୍ବକପ 2023 ପ୍ରଥମ ସେମିଫାଇନାଲ ମୁକାବିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

India vs NewZealand World Cup 2023 Semifinal
India vs NewZealand Semifinal toss

ମୁମ୍ବାଇ: ଅନ୍ତ ହେଲା ହେଲା ଅପେକ୍ଷା । ସେହି ବିଶ୍ବକପ ମୁକାବିଲା । ସେହି ସମାନ ଦଳ । ବଦଳିଛି କେବଳ ବର୍ଷ ଆଉ ଭେନ୍ୟୁ । କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ର ପ୍ରଥମ ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଏହି ହାଇଭୋଲ୍ଟେଜ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଚଳିତ ସଂସ୍କରଣରେ ଫୁଲ ଫର୍ମରେ ଥିବା ଭାରତ ଲିଗ ମ୍ୟାଚରେ ଅପରାଜେୟ ରହିଛି । 9ରୁ 9 ମ୍ୟାଚ କ୍ଲିନ ସୁପଇ କରିଛି ଟିମ୍ ଇଣ୍ଡିଆ । ଆଜି ୱାଙ୍ଖଡେରେ ଅନବିଟେବୁଲ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ କଡ୍ଡା ସେମି ମୁକାବିଲା ଦେଖିବାକୁ ମିଳିବ । 2019ର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ଏବେ ବି 140 କୋଟି ଭାରତୀୟ 2019 ବିଶ୍ବକପ ପରାଜୟକୁ ଭୁଲି ନାହାନ୍ତି । ଆଜି ୱାଙ୍ଖଡେ କିୱି ଦଳକୁ ମାତ ଦେଇ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ରୋହିତ ଆଣ୍ଡ କୋ । ସେପଟେ ନ୍ୟୁଜିଲାଣ୍ଡ ଭାରତକୁ ହରାଇବାକୁ ପ୍ରୟାସ କରିବ । ଅଧିକ ରିସ୍କ ନେଇ ଖେଳ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ କିୱି ଦଳ । ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ 9ଟି ମ୍ୟାଚରୁ 5ଟି ଜିତି 10 ପଏଣ୍ଟ ହାସଲ କରିଥିଲା । ଚତୁର୍ଥ ଦଳ ଭାରେ ସେମି ଫାଇନାଲରେ ପ୍ରବେଶ କରିଥିଲା ।

ଏହା ବି ପଢନ୍ତୁ...World Cup 2023: ରିପିଟ ହେବନି 2019 ଘଟଣା, ରିଭେଞ୍ଜ ନେବ ରୋହିତ ଆଣ୍ଡ କୋ

ଏହା ବି ପଢନ୍ତୁ...World Cup 2023: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ବିସ୍ଫୋରଣ ଧମକ, ବଢିଲା ସୁରକ୍ଷା

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ଡେଭନ କନୱେ, ରାଚିନ ରବିନ୍ଦ୍ର, କେନ ୱିଲିୟମସନ (ଅଧିନାୟକ), ଡାରିଲ ମିଚେଲ, ଟମ ଲାଥମ (ୱିକେଟକିପର), ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ମିଚେନ ସାଣ୍ଟନର, ଟିମ୍ ସାଉଦି, ଲକି ଫର୍ଗୁସନ ଓ ଟ୍ରେଣ୍ଡ ବୋଲ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.