ETV Bharat / sports

World Cup 2023: ଅଧିକ ରିସ୍କ ନେବାକୁ ଆଗ୍ରହୀ କିୱି ସେନାପତି, ମହାମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଗାଭାସ୍କରଙ୍କ ଚେତାବନୀ - ସୁନୀଲ ଗାଭାସ୍କର

ବିଶ୍ବକପ୍‌ ୨୦୨୩ରେ ଭାରତ ପାଇଁ ବୁଧବାର ହେବ ମହାସମର । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । କହିଲେ ଗତଥର ଅପେକ୍ଷା ଏଥର ଅଧିକ ରିସ୍କ ନେବାକୁ ଆଗ୍ରହୀ ନ୍ୟୁଜିଲାଣ୍ଡ ଅଧିନାୟକ । ଅଧିକ ପଢ଼ନ୍ତୁ

ଅଧିକ ରିସ୍କ ନେବାକୁ ଆଗ୍ରହୀ କିୱି ସେନାପତି
ଅଧିକ ରିସ୍କ ନେବାକୁ ଆଗ୍ରହୀ କିୱି ସେନାପତି
author img

By ETV Bharat Odisha Team

Published : Nov 15, 2023, 7:00 AM IST

ମୁମ୍ବାଇ: ଆଜି ମହାମୁକାବିଲା । ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଏହି ହାଇପ୍ରୋଫାଇଲ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଚେତାବନୀ ଦେଇଛନ୍ତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ୨୦୧୯ ବିଶ୍ବକପ୍‌ରେ ୱିଲିୟମସନ୍‌ଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲ୍‌ରେ ହାରିଥିଲା ଭାରତ । ଗତ ସଂସ୍କରଣରେ କିୱି ଅଧିନାୟକଙ୍କ ପ୍ରଦର୍ଶନ ଓ ଚଳିତ ସଂସ୍କରଣରେ ପ୍ରଦର୍ଶନକୁ ତୁଳନା କରି ଗାଭାସ୍କର ଏକ ବଡ଼ ଅନୁମାନ ଲଗାଇଛନ୍ତି । ଗତ ଥର ଅପେକ୍ଷା ଏଥର ଅଧିକ ରିସ୍କ ନେବାକୁ ୱିଲିୟମସନ୍‌ ଆଗ୍ରହୀ ଥିବା କହିଛନ୍ତି ସୁନୀଲ ଗାଭାସ୍କର ।

ଆହତ କାରଣରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ମୁକାବିଲାରେ ଦଳର ଚୂଡ଼ାନ୍ତ ଏକାଦଶରୁ ବାହାରେ ରହିଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ । ଏହାପରେ ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଏଥିରେ ପୁଣିଥରେ ଆହତ ହୋଇଥିଲେ । ଏହାପରେ ସୁସ୍ଥ ହୋଇ ପୁଣିଥରେ ସେ ଦଳକୁ ଫେରିଥିଲେ । ତେବେ ବାରମ୍ବାର ଆହାତ ହେଉଥିବା ସତ୍ତ୍ବେ ସେ ଦଳ ପାଇଁ ଚଳିତ ବିଶ୍ବକପ୍‌ରେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି । କିୱି ଅଧିନାୟକଙ୍କ ଏଭଳି ପ୍ରଦର୍ଶନ ପାଇଁ ଅନେକ ପୂର୍ବତନ କ୍ରିକେଟର ତାଙ୍କର ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ସେମିଫାଇନାଲ୍‌ ମୁକାବିଲା ପୂର୍ବରୁ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ୱିଲିୟମସନ୍‌ ଗତ ସଂସ୍କରଣ ଅପେକ୍ଷା ଏଥର ଅଧିକ ଆକ୍ରାମକ ହେବେ ।

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବକପ୍‌ ୨୦୨୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ ଆଗରେ କିଏ

ବୁଧବାର ଖେଳାଯିବାକୁ ଥିବା ହାଇଭୋଲ୍‌ଟେଜ୍‌ ମୁକାବିଲାକୁ ନେଇ ଗାଭାସ୍କର କହିଛନ୍ତି, "ଓଭର ପ୍ରତି ୬ ରନ୍‌ ନିଶ୍ଚିତ ଭାବରେ ଏକ ଭଲ ସ୍କୋରିଂ ହାର ଅଟେ । ତେଣୁ ୱିଲିୟମ୍ସନ୍‌ ଭାରତ ବିପକ୍ଷରେ ତାହା କରିବାକୁ ଚେଷ୍ଟା କରିବେ । ଯେତେବେଳେ ଲୁଜ୍‌ ବଲ୍‌ ଆସେ ସେ ବଡ଼ ସଟ୍‌ ଖେଳିବେ । ତେଣୁ ଆମେ ଅଧିକ ରିସ୍କ୍‌ ସହିତ ରନ୍‌ ନେବାକୁ ତାଙ୍କର ଇଚ୍ଛା ଦେଖିଛୁ । ଆମେ ହୁଏତ ୨୦୧୯ରେ କେନ୍‌ ୱିଲିୟମସନ୍‌ଙ୍କ ସେହି ଅବତାର ଦେଖିନାହୁଁ, କିନ୍ତୁ ଏଥର ଆମେ ତାଙ୍କୁ ଦ୍ରୁତ ଗତିରେ ଖେଳୁଥିବା ଦେଖିଛୁ । ସେ ଗୋଟିଏ ମ୍ୟାଚ୍‌ରେ ୯୫ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାର କାରଣ ସେ ଏକ ବଡ଼ ସଟ୍‌ ଖେଳିବାକୁ ଚାହିଁଥିଲେ । ବୋଧହୁଏ ସେ ଆସନ୍ତାକାଲିର ମ୍ୟାଚ୍‌ରେ କୁଲଦୀପ ଯାଦବଙ୍କ ବିପକ୍ଷରେ ଏଭଳି ବଡ଼ ରଣନୀତି ଆପଣାଇବାକୁ ଚାହିଁବେ ।"

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବକପ୍‌ ୨୦୨୩: ଭାରତ ବିପକ୍ଷ ସେମି ଲଢ଼େଇ ପୂର୍ବରୁ କିୱି ଅଧିନାୟକଙ୍କ ଆତ୍ମବିଶ୍ବାସ, କହିଲେ ଏବେ ଅସଲ ଖେଳ ଆରମ୍ଭ

ଗାଭାସ୍କର ଆହୁରି କହିଛନ୍ତି, "ତାଙ୍କୁ କିଛି ପ୍ରଭାବ ନାହିଁ ଯେ କିଏ କେତେ ଭଲ ଖେଳାଳି, ତାଙ୍କୁ କିଛି ଫରକ ପଡ଼େ ନାହିଁ ଯେ ସେ ଏକ ବଡ଼ ବିରତି ପରେ ଆସିଛନ୍ତି । ମୁଁ ଭାବୁନାହିଁ ଯେ ଏହା ଅଧିକ ପରିବର୍ତ୍ତନ ଆଣିବ । ଆବଶ୍ୟକ ସମୟରେ ବଲ୍‌ର ଟର୍ଣ୍ଣ ହ୍ରାସ କରିବା ପାଇଁ ସେ ପିଚ୍‌ ବାହାରକୁ ଯାଇ ଖେଳିବାରେ ସିଦ୍ଧହସ୍ତ । ମୁଁ ଭାବୁନାହିଁ ଯେ ସେ କୁଲଦୀପଙ୍କୁ ଆକ୍ରମଣ କରିବା ପାଇଁ ଚିନ୍ତିତ ହେବେ ବରଂ କୁଲଦୀପଙ୍କ ବଲକୁ କିପରି ମୁକାବିଲା କରିହେବ, ସେ ବିଷୟରେ ୱିଲିୟମସନ୍‌ ରଣନୀତି ପ୍ରସ୍ତୁତ କରିଥିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.