ETV Bharat / sports

World Cup 2023: ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର, ଶୀର୍ଷ ସ୍ଥାନ ପାଇଁ ଲଢ଼ିବ ରୋହିତ ସେନା - ଭାରତ ବନାମ ନ୍ୟୁଜିଲାଣ୍ଡ

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 21ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଧର୍ମଶାଳାରେ ଏଯାବତ ଅପରାଜେୟ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ଟକ୍କର ହେବ । ଅଧିକ ପଢନ୍ତୁ

Cricket World Cup 2023
India vs New zealand
author img

By ETV Bharat Odisha Team

Published : Oct 22, 2023, 10:27 AM IST

ଧର୍ମଶାଳା: ସବୁଠୁ ବଡ କ୍ରିକେଟ ମହାକୁମ୍ଭ ବିଶ୍ବକପ 2203ରେ ଆଜି 21 ତମ ଲିଗ୍‌ ମ୍ୟାଚ ଖେଳାଯିବ । ଏଯାବତ ଅପରାଜେୟ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଧର୍ମଶାଳାରେ କଡ଼ା ଟକ୍କର ହେବ । କିଏ ମାରିବ ବାଜି କାହାର ବିଜୟରଥରେ ଲାଗିବ ବ୍ରେକ ତାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି । ଦୁଇ ଦଳ ଏଯାବତ 4ଟି ଲେଖାଏଁ ମ୍ୟାଚ ଖେଳି ବିଜୟୀ ହୋଇଛନ୍ତି । ରନ୍‌ ରେଟ୍‌ରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ନ୍ୟୁଜିଲାଣ୍ଡ ଟେବୁଲ ଟପ୍‌ରେ ରହିଛି । ଆଜି ନ୍ୟୁଜିଲାଣ୍ଡକୁ ହରାଇ ଟେବୁଲର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ ରୋହିତ ସେନା । ଏହା ସହିତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି ମ୍ୟାନ୍‌ ଇନ୍‌ ବ୍ଲ୍ୟୁ । ବିଶ୍ବକପ 2023ରେ ଏଯାବତ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥିବା ଦୁଇ ଦଳ ମଧ୍ୟରେ ଆଜି ଶକ୍ତି ପରୀକ୍ଷା ହେବ ।

ଶୀର୍ଷ ସ୍ଥାନ ପାଇଁ ହେବ ଫାଇଟ: ଭାରତ ଏଯାବତ 4ଟି ମ୍ୟାଚ୍‌ ଖେଳି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଘରୋଇ ଦଳ ଭାରତ ଆଜି ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ କବଜା କରିବାକୁ ପ୍ରୟାସ କରିବ । 2019 ବିଶ୍ବକପ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା । ଭାରତ ସେହି ପରାଜୟକୁ ଭୁଲି ନାହିଁ । 4 ବର୍ଷ ପୂର୍ବ ସେହି ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ରୋହିତ ସେନା । ଏହା ସହିତ ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ ହାସଲ ସହି ଲାଗାତାର ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ବ୍ୟାଟଂ ବିଭାଗରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ ଫର୍ମରେ ଅଛନ୍ତି । ଆଜି ତାଙ୍କ ନିକଟରୁ ସଫଳ ଇନିଂସ ଆଶା କରାଯାଉଛି । ସେହିପରି ବୋଲିଂରେ ବୁମରା, କୁଳଦୀପ ଓ ଜାଡେଜା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଘାଇଲା କରିବାକୁ ପ୍ରସ୍ତୁତ ଅଛନ୍ତି । 2019 ବିଶ୍ବକପ ସେମିରେ ଭାରତ କରିଥିବା ତ୍ରୁଟିକୁ ସୁଧାରି ମୈଦାନକୁ ଓହ୍ଲାଇବ ଭାରତ । ଏକାଦଶରେ ପରିବର୍ତ୍ତନ ଏକପ୍ରକାର ନିଶ୍ଚିନ୍ତ ।

ପାଣ୍ଡ୍ୟାଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ: ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲଂ କରୁଥିବାବେଳେ ଉପଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପାଣ୍ଡ୍ୟା ଖେଳିବେ ନାହିଁ । ତାଙ୍କ ସ୍ଥାନରେ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ତାହାକୁ ନେଇ ଚିନ୍ତାରେ ଭାରତ । ବୋଲିଂ ବିଭାଗରେ ସାର୍ଦୁଳ ଠାକୁର ନଚେତ ମହମ୍ମଦ ସାମିଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ବୋଲିଂକୁ ଦୃଢ କରିବାକୁ ମହମ୍ମଦ ସାମିଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପରେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । କେନ ୱିଲିୟମସନଙ୍କ ଅନୁପସ୍ଥିତି ପରେ ବି ଦଳ ଖେଳିଥିବା 4ଟି ମ୍ୟାଚରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲ ଟପରେ ରହିଛି ଦଳ । ବର୍ତ୍ତମାନ ସୁଦ୍ଧା ନେତୃତ୍ବ ସମ୍ଭାଳିଥିବା ଟମ ଲାଥମ ଭାରତ ବିପକ୍ଷରେ ସର୍ବଦା ଭଲ ପ୍ରଦର୍ଶନ କରିଛନ୍ତି । ଭାରତ ବିପକ୍ଷରେ 20 ଦିନିକିଆ ଖେଳି 2ଟି ଶତକ ଓ 5ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କେନ ୱିଲିୟମସନଙ୍କ ଅନୁପସ୍ଥିତି ସତ୍ତ୍ବେ ଦଳ ଭଲ ପ୍ରଦର୍ଶନ କରିଛି । ଆଜି 2019 ବିଶ୍ବକପ ପ୍ରଦର୍ଶନ ଦୋହରାଇ ଚଳିତ ବିଶ୍ବକପରେ ଲଗାତାର ପଞ୍ଚମ ବିଜୟ ହାସଲ ଲକ୍ଷ୍ୟରେ ରହିଛି କିୱି ଦଳ ।

ଏହା ବି ପଢନ୍ତୁ...Cricket World Cup 2023: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଝଟ୍‌କା, ଆହତ ହେଲେ ସୂର୍ଯ୍ୟକୁମାର ଓ ଈଶାନ କିଷାନ

ପିଚ୍ ରିପୋର୍ଟ: ଧର୍ମଶାଳାରେ ଏ ଯାଏଁ ମୋଟ 7ଟି ମ୍ୟାଚ୍‌ ଖେଳାଯାଇଛି । ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ 3 ଥର ବିଜୟୀ ହୋଇଥିବା ବେଳେ ବୋଲିଂ କରିଥିବା ଦଲ 4 ଥର ବିଜୟୀ ହୋଇଛନ୍ତି । ଏହି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ ହାରାହାରି ସ୍କୋର 231 ରନ୍‌ ହୋଇଥିଲା । ପିଚ୍‌ ପେସ ବୋଲରଙ୍କୁ ସହାୟତା କରିବ ।

ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ, ସର୍ଦୁଳ ଠାକୁର/ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଳଦୀବ ଯାଦବ, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: ଡେଭନ କନୱେ, ୱିଲ ୟଙ୍ଗ୍‌, ରଚିନ ରବିନ୍ଦ୍ର, ଟମ ଲାଥମ (ଅଧିନାୟକ), ତାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ମାଟ ହେନେରୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଡ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.