ETV Bharat / sports

World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ

author img

By ETV Bharat Odisha Team

Published : Oct 15, 2023, 10:18 AM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ମାତ ଦେଇ ପଏଣ୍ଟ୍‌ ଟେବୁଲ ଶୀର୍ଷରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଅଧିକ ପଢନ୍ତୁ

Point table after india pakistan match
Cricket World Cup 2023

ହାଇଦ୍ରାବାଦ: ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ରେ ମୋଟ 12ଟି ମ୍ୟାଚ୍‌ ଶେଷ ହୋଇଛି । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ହାଇପ୍ରୋଫାଇଲ ଭାରତ ପାକିସ୍ତାନ ମ୍ୟାଚ୍‌ରେ ବାଜି ମାରି ନେଇଛି ଟିମ୍‌ ଇଣ୍ଡିଆ । ବିଶ୍ବକପରେ ପାକିସ୍ତାନକୁ ଅଷ୍ଟମ ଥର ପରାସ୍ତ କରି 8-0 ମିଶନକୁ ବଜାୟ ରଖିଛି ଭାରତ । 7 ୱିକେଟରେ ପାକିସ୍ତାନକୁ ମାତ ଦେବା ସହିତ ଚଳିତ ବିଶ୍ବକପରେ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଟିମ ଇଣ୍ଡିଆ ।

World Cup 2023 Point Table
World Cup 2023

ଏହା ବି ପଢନ୍ତୁ...World cup 2023:10 ମ୍ୟାଚ ପରେ କଣ ରହିଛି ପଏଣ୍ଟ ଟେବୁଲ ସ୍ଥିତି, ଜାଣନ୍ତୁ ରନ ଓ ୱିକେଟ ହାସଲରେ କିଏ ଆଗରେ

ଚଳିତ ବିଶ୍ବକପରେ 13ତମ ସଂସ୍କରଣରେ ଭାରତ ଏଯାବତ ଅପରାଜେୟ ରହିଛି । ମୋଟ 3ଟି ମ୍ୟାଚ୍‌ ଖେଳି ବିଜୟଧାରା ବଜାୟ ରଖିଛି । ବିଶ୍ବକପ୍‌ ତୃତୀୟ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି ଦଳ 6 ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଟପରେ ପହଞ୍ଚିଛି ଟିମ ଇଣ୍ଡିଆ । ତୃତୀୟ ସ୍ଥାନରେ ଥିବା ଭାରତ ଏବେ ପ୍ରଥମ ସ୍ଥାନରେ ରହିଛି । ଦଳର ରନରେଟ 1.821 ରହିଛି । ଭାରତ ପରେ ଦ୍ବିତୀୟ ସ୍ଥାନରେ 6 ପଏଣ୍ଟ୍‌ ପାଇ ନ୍ୟୁଜିଲାଣ୍ଡ ଦ୍ବିତୀୟ ଓ 4 ପଏଣ୍ଟ୍‌ ସହ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି । ଏହା ପଛକୁ ଚତୁର୍ଥ ସ୍ଥାନରେ ପାକିସ୍ତାନ ଓ ଆଫଗାନିସ୍ତାନ ଶେଷରେ ରହିଛି ।

ଏହା ବି ପଢନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ପ୍ରକଶ ଥାଉ କି, ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ବକପର 12ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ବ୍ୟାଟିଂ କରି ପାକିସ୍ତାନ 191 ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ବାବରବାହିନୀ । 192 ରନ୍‌ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଭାରତ 30 ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । 7 ୱିକେଟ୍‌ରେ ବାଜି ମାରି ନେଇଥିଲା ଟିମ୍‌ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଯଶପ୍ରୀତ ବୁମରା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଆସନ୍ତା 19 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.