ଲକ୍ଷ୍ନୌ: ବିଶ୍ବକପ୍ ୨୦୨୩ ଆରମ୍ଭରୁ ଚମତ୍କାର ଫର୍ମରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍କୁ ବାଦ୍ ଦେଲେ ପ୍ରତି ମ୍ୟାଚ୍ରେ ସେ ବିପକ୍ଷ ଦଳର ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରୁଛନ୍ତି । ପ୍ରତି ମ୍ୟାଚ୍ରେ ଏକାଧିକ ରେକର୍ଡ ମଧ୍ୟ ଭାଙ୍ଗୁଛନ୍ତି ଟିମ୍ ଇଣ୍ଡିଆ ସେନାପତି । ତେବେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟା ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ଏକ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୮୦୦୦ ରନ୍ ପୂରଣ କରି ସଚିନ ତେନ୍ଦୁଲକର, ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡଙ୍କ ପରି କିମ୍ବଦନ୍ତୀଙ୍କ କ୍ଲବରେ ରୋହିତ ସାମିଲ ହୋଇଛନ୍ତି ।
-
Milestone Unlocked 🔓
— BCCI (@BCCI) October 29, 2023 " class="align-text-top noRightClick twitterSection" data="
1⃣8⃣,0⃣0⃣0⃣ international runs & counting for #TeamIndia Captain Rohit Sharma 👏👏#CWC23 | #MenInBlue | #INDvENG pic.twitter.com/zV5pvstagT
">Milestone Unlocked 🔓
— BCCI (@BCCI) October 29, 2023
1⃣8⃣,0⃣0⃣0⃣ international runs & counting for #TeamIndia Captain Rohit Sharma 👏👏#CWC23 | #MenInBlue | #INDvENG pic.twitter.com/zV5pvstagTMilestone Unlocked 🔓
— BCCI (@BCCI) October 29, 2023
1⃣8⃣,0⃣0⃣0⃣ international runs & counting for #TeamIndia Captain Rohit Sharma 👏👏#CWC23 | #MenInBlue | #INDvENG pic.twitter.com/zV5pvstagT
ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର । ହେଲେ ଇଂଲିସ୍ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଦଳ ଖୁବ ଶୀଘ୍ର ୩ଟି ୱିକେଟ୍ ହରାଇଥିଲେ ମଧ୍ୟ ରୋହିତ ନିଜେ ପାଳିକୁ ସମ୍ଭାଳି ଆଗକୁ ନେଇଥିଲେ । ଚଳିତ ବିଶ୍ବକପ୍ରେ ପୂର୍ବରୁ ଗୋଟିଏ ଶତକ ହାସଲ କରିଥିବାବେଳେ ଆଜି ସେ ଦ୍ବିତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ତେବେ ସେ ୪୭ ରନ୍ ସ୍କୋର କରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ୍ ପୂରଣ କରିଥିଲେ । ରୋହିତଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡଙ୍କ ପରି କିମ୍ବଦନ୍ତୀ କ୍ରିକେଟରଙ୍କ ନାମ ଏହି ତାଲିକାରେ ପୂର୍ବରୁ ରହିଥିଲା । ବର୍ତ୍ତମାନ ରୋହିତ ଶର୍ମା ମଧ୍ୟ ତାଙ୍କ ନାମ ଏହି ସ୍ବତନ୍ତ୍ର କ୍ଲବରେ ଅନ୍ତର୍ଭୁକ୍ତ କରିଛନ୍ତି ।
- " class="align-text-top noRightClick twitterSection" data="">
ଏହାବାଦ ବିଶ୍ବକପ୍ରେ ସର୍ବାଧିକ ୫୦+ ରନ୍ ସ୍କୋର କରିବାରେ ରୋହିତ ଶର୍ମା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜିର ପାଳିକୁ ମିଶାଇ ରୋହିତ ୧୨ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ତାଙ୍କ ବ୍ୟତୀତ ମହାନ କ୍ରିକେଟର ସଚିନ ତେନ୍ଦୁଲକର ୪୪ ଇନିଂସ ଖେଳି ୨୧ ଥର ଏହି ରେକର୍ଡ କରିଥିଲେ । କୋହଲି ସମୁଦାୟ ୩୨ ଇନିଂସ ଖେଳି ୫୦ରୁ ଅଧିକ ୧୨ ଥର ସ୍କୋର କରିଛନ୍ତି । ତେବେ ବିଶ୍ବକପ୍ ୨୦୨୩ରେ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ରୋହିତଙ୍କ ପରେ କୋହଲି ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟର ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ