ETV Bharat / sports

ବିଶ୍ବକପ୍‌ ୨୦୨୩: ସେମି ଲଢ଼େଇ ପାଇଁ ଅମ୍ପାୟାର ଘୋଷଣା କଲା ଆଇସିସି, ଜାଣନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଦାୟିତ୍ବ କାହାର

author img

By ETV Bharat Odisha Team

Published : Nov 13, 2023, 9:33 PM IST

ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ ମ୍ୟାଚ୍‌ ପାଇଁ ଅମ୍ପାୟାର ଓ ମ୍ୟାଚ୍‌ ଅଫିସିଆଲ୍‌ଙ୍କ ନାମ ଘୋଷଣା କଲା ଆଇସିସି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ରଡ୍‌ ଟକର୍‌ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ ରହିବେ ଅମ୍ପାୟାର । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ ଦାୟିତ୍ବ ଭାରତୀୟ ଅମ୍ପାୟାର ନୀତିନ ମେନନ ଓ ଇଂଲଣ୍ଡର ରିଚାର୍ଡ କେଟଲବୋରୋଙ୍କୁ ଦେଇଛି ଆଇସିସି । ଅଧିକ ପଢ଼ନ୍ତୁ

ସେମି ଲଢ଼େଇ ପାଇଁ ଅମ୍ପାୟାର ଘୋଷଣା କଲା ଆଇସିସି

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଯାଇଛି । ଆଗାମୀ ୧୫ ଓ ୧୬ ନଭେମ୍ବରରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍‌ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳିବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ତେବେ ଏହି ଦୁଇ ହାଇପ୍ରୋଫାଇଲ ମ୍ୟାଚ୍ ପାଇଁ ଅମ୍ପାୟାର ତଥା ମ୍ୟାଚ୍‌ ଅଫିସିଆଲ୍‌ଙ୍କ ନାମ ଅଧିକାରୀକ ଭାବରେ ଘୋଷଣା କରିଛି ଆଇସିସି ।

୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାନାଲ ଖେଳାଯିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ରଡ୍‌ ଟକର୍‌ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ ଅନଫିଲ୍ଡ ଅମ୍ପାୟାର ରହିବେ । ରଡ୍‌ ଟକର ୨୦୦୯ ଜାନୁଆରୀରେ ପ୍ରଥମେ ଅମ୍ପାୟାରିଂ କରିଥିଲେ । ଟକରଙ୍କ ପାଖରେ ପୂର୍ବରୁ ୯୯ ଦିନିକିଆ ମ୍ୟାଚ୍‌ରେ ଅମ୍ପାୟାରିଂ କରିବାର ଅନୁଭବ ରହିଥିବାବେଳେ ଏହି ମ୍ୟାଚ୍‌ରେ ସେ ୧୦୦ତମ ଦିନିକିଆ ମ୍ୟାଚ୍‌ରେ ଅମ୍ପାୟରିଂ କରୁଥିବାର ନଜର ଆସିବେ । ଏହି ମ୍ୟାଚ୍‌ ପାଇଁ ତୃତୀୟ (ଥାର୍ଡ) ଅମ୍ପାୟାର ଭାବେ ଜୋଏଲ୍ ୱିଲସନ୍ ଓ ଚତୁର୍ଥ (ଫୋର୍ଥ୍‌) ଅମ୍ପାୟାର ଭାବେ ଏଡରିଅନ ହୋଲ୍ଡଷ୍ଟକ୍‌ଙ୍କ ନାମ ଘୋଷଣା କରିଛି ଆଇସିସି ।

ସେହିପରି ମ୍ୟାଚ୍‌ ରେଫରୀ ରହିବେ ଏଣ୍ଡି ପାୟକ୍ରାଫ୍ଟ । ଅର୍ଥାତ ଏଥର ଭାରତର ନକ୍‌ଆଉଟ୍ ମ୍ୟାଚ୍‌ରେ ରିଚାର୍ଡ କେଟଲବୋରୋ ଅମ୍ପାୟାରିଂ କରୁଥିବାର ନଜର ଆସିବେ ନାହିଁ । ପୂର୍ବରୁ ୨୦୧୫ ଓ ୨୦୧୯ ବିଶ୍ବକପ୍‌ରେ ଟିମ୍ ଇଣ୍ଡିଆର ନକ୍‌ ଆଉଟ୍‌ ମ୍ୟାଚ୍‌ରେ କେଟଲବୋରୋଙ୍କ ଅମ୍ପାୟରିଂରେ ପ୍ରଶଂସକ ନିରାଶ ହୋଇଥିଲେ । ୨୦୧୯ ବିଶ୍ବକପ୍‌ ସେମିଫାଇନାଲ୍‌ ମ୍ୟାଚ୍‌ରେ ଏମ୍‌ଏସ୍‌ ଧୋନୀ ରନ୍‌ ଆଉଟ୍‌ ହେବାପରେ କେଟଲବୋରୋଙ୍କୁ ଭାରତ ପାଇଁ ଅଶୁଭ ବୋଲି ଭାରତୀୟ ପ୍ରଶଂସକ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: 15ରେ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ, ବରାବର ରହିବୁ କହିଲେ ରାଚିନ

ସେହିଭଳି ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ରେ ଭାରତୀୟ ଅମ୍ପାୟାର ନୀତିନ ମେନନ ଓ ଇଂଲଣ୍ଡର ରିଚାର୍ଡ କେଟଲବୋରୋ ଅମ୍ପାୟାରିଂ କରିବେ ବୋଲି ଆଇସିସି ପକ୍ଷରୁ ଅଧିକାରୀକ ଘୋଷଣା ହୋଇଛି । ଏହି ମ୍ୟାଚ୍‌ରେ ତୃତୀୟ ଅମ୍ପାୟାର ଭାବେ କ୍ରିସ୍ ଗେଫନୀ ଓ ଚତୁର୍ଥ ଅମ୍ପାୟାର ଭାବେ ମାଇକେଲ ଗଫ୍‌ ଦାୟିତ୍ବ ସମ୍ଭାଳିବେ । ଏହା ବ୍ୟତୀତ ଏହି ମ୍ୟାଚ୍‌ରେ ଭାରତର ଜବଗଲ ଶ୍ରୀନାଥ ମ୍ୟାଚ୍‌ ରେଫରୀ ରହିବେ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.