ETV Bharat / sports

World Cup 2023: ବିଶ୍ବକପରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନ୍ତି ନେଦରଲାଣ୍ଡ୍‌ର ଏହି 5 ଖେଳାଳି

ଅକ୍ଟୋବର 6 ତାରିଖରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ନେଦରଲାଣ୍ଡ । ଟିମରେ ଏପରି କିଛି ଖେଳାଳି ରହିଛନ୍ତି ଯେଉଁ ମାନେକି ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 12:43 PM IST

Five prominent Netherlands players
Five prominent Netherlands players

ହ୍ରାଇଦ୍ରାବାଦ: ବିଶ୍ବକପକୁ ଆଉ ମାତ୍ର 4 ଦିନ ବାକି ରହିଲା । ମ୍ୟାଚ ଆରମ୍ଭ ପୂର୍ବରୁ ଜାରି ରହିଛି ଅଭ୍ୟାସ ମ୍ୟାଚ । ଆସନ୍ତା ଅକ୍ଟୋବର 6 ତାରିଖରେ ନେଦରଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଚଳିତ ବିଶ୍ବକପରେ ନେଦରଲାଣ୍ଡର ଖେଳାଳି ପ୍ରଭାବଶାଳୀ ହୋଇପାରନ୍ତି । ବିପକ୍ଷ ଦଳକୁ ଚକମା ଦେବା ପାଇଁ ପୁରା ପ୍ରସ୍ତୁତ ନେଦଲାଣ୍ଡ ଟିମ୍‌ । ନେଦରଲାଣ୍ଡ ଦଳରେ କିଛି ଏମିତି ଖେଳାଳି ରହିଛନ୍ତି ଯାହାଙ୍କ ବୋଲିଂ ଓ ବ୍ୟାଟିଂ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ନଜର ପକାନ୍ତୁ ନେଦରଲାଣ୍ଡର 5 ପ୍ରଭାବଶାଳୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ । ଯେଉଁମାନେ କି ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

ମାକ୍ସ ଓ’ଡାଉଡ୍: ନେଦରଲାଣ୍ଡ ଦଳର ଜଣେ ପ୍ରଭାବଶାଳୀ ଖେଳାଳି ହେଉଛନ୍ତି ମାକ୍ସ ଓ’ଡାଉଡ୍ । ଚଳିତ ବିଶ୍ବକପ୍‌ରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ 33ଟି ଦିନିକିଆ ଖେଳି 1158 ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ 10ଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି 90 ରନ୍‌ ।

ସ୍କଟ୍‌ ଏଡୱାର୍ଡସ: ନେଦରଲ୍ୟାଣ୍ଡ ଦଳର ଅଧିନାୟକ ସ୍କଟ୍‌ ଏଡୱାର୍ଡସ ଜଣେ ପ୍ରଭାବଶାଳୀ ଖେଳାଳି। ଦଳର ନେତୃତ୍ବ ନେବା ସହ ବ୍ୟାଟିଂରେ ପ୍ରଦର୍ଶନ ମଧ୍ୟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଡୱାର୍ଡସ 40 ଟି ଦିନିକିଆ ଖେଳି 1,212 ରନ୍ ସଂଗ୍ରହ କରିଛନ୍ତି। ଏଥିରେ 13 ଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କର ସର୍ବାଧିକ ସ୍କୋର ହେଉଛି 86 ରନ୍‌ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ବିପକ୍ଷ ଦଳ ପାଇଁ ଘାତକ ସାଜି ପାରନ୍ତି ଆଫଗାନ ଟିମର 5 ଖେଳାଳି

ତେଜା ନିଦାମାନୁର: ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ତେଜା ନିଦାମାନୁର ଭଲ ପ୍ରଦର୍ଶନ କରିବା ନେଇ ଦଶ ଆଶାବାଦୀ । ବର୍ତ୍ତମାନ ପର୍ଯ୍ୟନ୍ତ 20ଟି ଦିନିକିଆ ଖେଳି ସେ 511 ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି । ବିଶ୍ୱକପ ଯୋଗ୍ୟତା ଅର୍ଜନ ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ 76 ବଲରେ 111 ରନ୍ ସଂଗ୍ରହ କରିଥିଲେ ।

ବେସ ଡେ ଲାଏଡ: ନେଦଲାଣ୍ଡ କ୍ରିକେଟ୍‌ ଟିମର ଅଲରାଉଣ୍ଡର ହେଉଛନ୍ତି ବେସ୍‌ ଡେ ଲାଏଡ । ଏପର୍ଯ୍ୟନ୍ତ ସେ 30ଟି ଦିନିକିଆ ଖେଳି 765 ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ 2ଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି 123, ଦିନିକିଆରେ ସେ ମୋଟ 24ଟି ଓ୍ବିକେଟ ନେଇଛନ୍ତି । ଏହା ସହିତ 5.94 ହାରରେ ଗୋଟିଏ ମ୍ୟାଚରେ 52 ରନ ଦେଇ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

ରୋଲେଅଫ ଭ୍ୟାନ ଡେର ମେରୱେ: ନେଦରଲ୍ୟାଣ୍ଡର ବାମହାତୀ ସ୍ପିନର ରୋଲେଅଫ ଭ୍ୟାନ ଡେର ମେରୱେ ପ୍ରତିଦ୍ବନ୍ଦି ଦଳ ପାଇଁ ବିଶ୍ବକପରେ ଘାତକ ସାବ୍ୟସ୍ତ ହୋଇ ପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ 16ଟି ଦିନିକଆ ଖେଳି 19ଟି ୱିକେଟ୍ ନେଇଛନ୍ତି । ତାଙ୍କର ସର୍ବାଧିକ ସ୍କୋର ରହିଛି 96 ରନ୍‌ । ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.