ETV Bharat / sports

World Cup 2023: ଗେମ ଚେଞ୍ଜର ହୋଇପାରନ୍ତି ବାଂଲାଦେଶର ଏହି 5 ଖେଳାଳି

ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶ ଅକ୍ଟୋବର 7 ତାରିଖରେ ବିଶ୍ବକପରେ ତାର ଅଭିଯାନ ଆରମ୍ଭ କରିବ । ଦଳରେ କିଛି ଷ୍ଟାର ଖେଳାଳି ଅଛନ୍ତି ଯିଏକି ଗେମ ଚେଞ୍ଜର ହୋଇପାରନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 3:20 PM IST

World Cup 2023
ଗେମ ଚେଞ୍ଜର ହୋଇପାରନ୍ତି ବାଂଲାଦେଶର ଏହି 5 ଖେଳାଳି

ହାଇଦ୍ରାବାଦ: ଆଇସିସି ଦିନିକିଆ ବିଶ୍ବକପ ପାଇଁ ହାତରେ ଆଇ ମାତ୍ର 3 ଦିନ । ପଡୋଶୀ ବାଂଲାଦେଶ ଆଫଗାନିସ୍ତାନ ବିପକ୍ଷରେ ଅକ୍ଟୋବର 7 ତାରିଖରେ ତାର ଅଭିଯାନ ଆରମ୍ଭ କରିବ । ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ କଡ଼ା ଟକ୍କର ଦେଇପାରେ ବାଂଲାଦେଶ । 2007 ଓ 2019 ବିଶ୍ବକପ ସଂସ୍କରଣରେ ଦଳ ଭାରତ ଓ ପାକିସ୍ତାନକୁ ପରାସ୍ତ କରିଥିଲା । ଦଳରେ 5 ଜଣ ଏପରି ଖେଳାଳି ଅଛନ୍ତି ଯିଏ କି ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି । ଜାଣନ୍ତୁ କିଏ ସେହି ଷ୍ଟାର ଖେଳାଳି ।

ସାକିଲ ଅଲ ହାସନ: ବାଂଲାଦେଶ ଅଧିନାୟକ ସ୍କିପର ସାକିବ ଅଲ ହାସନ । ସେ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର । ଦଳର ଜଣେ ପ୍ରମୁଖ ପ୍ଲେୟାର ସାକିବ । ରନ କରିବାରେ ବିପକ୍ଷଙ୍କୁ ଅଟକାଇବାରେ ତାଙ୍କ ପାଖରେ ଯଥେଷ୍ଟ କ୍ଷମତା ରହିଛି । ସାକିବ ବାଂଲାଦେଶ ପାଇଁ 240ଟି ଦିନିକିଆ ମ୍ୟାଚ ଖେଳି 4.44 ବ୍ୟୟରେ 308 ୱିକେଟ ହାସଲ କରିଛନ୍ତି । ଏହାଛଡା ସେ 7,384 ରନ କରିଛନ୍ତି ।

ମୁସଫିକର ରହିମ: ବାଂଲାଦେଶର ଜଣେ ଅଭିଜ୍ଞ ଖେଳାଳି ମୁସଫିକର ରହିମ । ସେ କ୍ରିଜକୁ ଆସିବା ମାତ୍ର ଛକା ଚୌକା ବର୍ଷା କରିଥାନ୍ତି । ସେ ଜଣେ ବିସ୍ଫୋରକ ଖେଳାଳି ଭାବେ ଜଣାଶୁଣା । ସେ 256ଟି ମ୍ୟାଚ ଖେଳି 7, 406 ରନ କରିଛନ୍ତି ଯେଉଁଥିରେ 9ଟି ଅର୍ଦ୍ଧଶତକ ରହିଛି । ସେ 222ଟି କ୍ୟାଚ ସହ 10ଟି ରନ ଆଉଟ ଓ 55ଟି ଷ୍ଟମ୍ପିଙ୍ଗ କରିଛନ୍ତି ।

ମେହଦି ହାସନ ମିରାଜ: ବାଂଲାଦେଶ ପାଇଁ ଏହି ଖେଳାଳି ବିପକ୍ଷଙ୍କ ଚକମା ଦେଇଛନ୍ତି । ଏସିଆ କପ 2023ରେ ତାଙ୍କର ଦମଦାର ପ୍ରଦର୍ଶନ ରହିଥିଲା । ସେ 80ଟି ଦିନିକିଆ ମ୍ୟାଚ ଖେଳି 1046 ରନ କରିଛନ୍ତି ଯେଉଁଥିରେ 2ଟି ଶତକ ଓ 2ଟି ଅର୍ଦ୍ଧଶତକ ରହିଛି । ଏହା ଛଡା ସେ 4.73ରନ ବ୍ୟୟରେ 91ଟି ୱିକେଟ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ....world Cup 2023: ବାଜି ପଲଟାଇ ପାରନ୍ତି ଶ୍ରୀଲଙ୍କାର ଏହି 5 ଖେଳାଳି, ଜାଣନ୍ତୁ କିଏ

ମୁସ୍ତାଫିଜୁର ରେହମାନ: ବାଂଲାଦେଶ ଦଳର ଜଣେ ୱାର୍ଲ୍ଡ କ୍ଲାସ ଖେଳାଳି ଭାବେ ମୁସ୍ତାଫିଜୁର ରେହମାନଙ୍କ ନାଁ ରହିଛି । ଡେଥ ଓଭରରେ ବଡ ସ୍କୋର କରିବାର ଦକ୍ଷତା ତାଙ୍କ ପାଖରେ ରହିଛି । ଭାରତ ଟ୍ରାକରେ ତାଙ୍କର ପ୍ରଦର୍ଶନ ଭଲ ରହିଛି । 93ଟି ଦିନିକିଆ ଖେଳି ସେ 156ଟି ୱିକେଟ ନେଇଛନ୍ତି । ସେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି ।

ଏହା ବି ପଢନ୍ତୁ...World Cup 2023: ବିଶ୍ବକପରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନ୍ତି ନେଦରଲାଣ୍ଡ୍‌ର ଏହି 5 ଖେଳାଳି

ଲିଟନ ଦାସ: ଜଣେ ଆକ୍ରାତ୍ମକ ବ୍ୟାଟର ଭାବେ ଜଣାଶୁଣା ଲିଟନ ଦାସ । ତାଙ୍କ ବ୍ୟାଟିଲ ଷ୍ଟାଇଲ ତାଙ୍କୁ ଏହି ପରିଚୟ ଦେଇଛି । ସେ ଏକାଧିକ ଇନିଂସରେ ତାଙ୍କର ବିସ୍ଫୋରକ ପ୍ରଦର୍ଶନ କରିଛନ୍ତି । ଟି-ଟ୍ବେଣ୍ଟି ବିଶ୍ବକପ 2022ରେ ଭାରତ ବପିକ୍ଷରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ 77ଟି ଦିନିକିଆ ମ୍ୟାଚ ଖେଳି 2250 ରନ କରିଛନ୍ତି ଯେଉଁଥିରେ 5ଟି ଶତକ ଓ 10ଟି ଅର୍ଦ୍ଧଶତକ ରହିଛି । ତାଙ୍କ ଷ୍ଟ୍ରାଇକ ରେଟ 87.61 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.