ETV Bharat / sports

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ସୁରକ୍ଷା ବ୍ୟବସ୍ଥାରେ ଢିଲା ! 'ଫ୍ରି ପାଲେଷ୍ଟାଇନ୍‌' ଗଞ୍ଜି ପିନ୍ଧି ପଡ଼ିଆରେ ପଶିଲେ ଯୁବକ - ଭାରତ ବନାମ ଅଷ୍ଟ୍ରେଲିଆ

ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଉଛି । ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ମ୍ୟାଚ୍‌ ଅଧାରୁ 'ଫ୍ରି ପାଲେଷ୍ଟାଇନ୍‌' ଲେଖାଥିବା ଗଞ୍ଜି ପିନ୍ଧି ପଡ଼ିଆରେ ପଶିଲେ ଯୁବକ । ଅଧିକ ପଢ଼ନ୍ତୁ

'ଫ୍ରି ପାଲେଷ୍ଟାଇନ୍‌' ଗଞ୍ଜି ପିନ୍ଧି ପଡ଼ିଆରେ ପଶିଲେ ଯୁବକ

author img

By ETV Bharat Odisha Team

Published : Nov 19, 2023, 4:19 PM IST

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ରେ ଷ୍ଟାଡିୟମରେ ୧.୩୦ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ହେଲେ ଆରମ୍ଭରୁ ଏହି ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖା ଦେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଭାରତ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଏଥିରେ କିଛି ସମୟ ବାଧା ଉପୁଜିଥିଲା । ଜଣେ ବ୍ୟକ୍ତି ହଠାତ୍‌ ପଡିଆ ଭିତରେ ପଶି ଯିବାରୁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ଫଳରେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ସବୁଠାରୁ ବଡ଼ କଥା ହେଲା ବ୍ୟକ୍ତି ଜଣକ ପିନ୍ଧିଥିବା ଟି-ସାର୍ଟ ଆଗରେ 'ଷ୍ଟପ୍ ବମିଂ ପାଲେଷ୍ଟାଇନ' ଏବଂ ପଛରେ 'ଫ୍ରି ପାଲେଷ୍ଟାଇନ' ଲେଖା ହୋଇଥିଲା । ସେ ପଡ଼ିଆ ଭିତରେ ପଶି ବ୍ୟାଟିଂ କରୁଥିବା ଭାରତୀୟ ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କରିଥିଲେ । ଫଳରେ ବିଶ୍ବକପ୍ ଫାଇନାଲ୍‌ ମ୍ୟାଚ୍‌ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ୧୪ ତମ ଓଭରରେ ଏଭଳି ଘଟଣା ଘଟିଥିଲା । ତେବେ ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କିପରି ଜଣେ ପ୍ରଶଂସକ ସୁରକ୍ଷା କର୍ଡନକୁ ଭାଙ୍ଗି ପଡ଼ିଆକୁ ଯିବାରେ ସଫଳ ହେଲେ, ସେନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ବଡ଼ ମ୍ୟାଚ୍‌ରେ ଫେଲ୍‌ ମାରିଲେ ଭାରତୀୟ ୟଙ୍ଗ୍‌ଷ୍ଟାର୍‌, ନିରାଶ କଲେ ଗିଲ୍‌-ଆୟର

ଏହା ମଧ୍ୟ ପଢନ୍ତୁ...ବିଶ୍ବକପ 2023 ଫାଇନାଲ: ମହାମୁକାବିଲା ଆରମ୍ଭ, ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି

ତେବେ ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ । ଜବାବରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦଳକୁ ଆକ୍ରାମକ ଆରମ୍ଭ ଦେଇଥିଲେ । ହେଲେ ସେ ଅର୍ଦ୍ଧଶତକ କରିବା ପୂର୍ବରୁ ୪୭ ରନ କରି ମ୍ୟାକ୍ସୱେଲ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଦଳର ଦୁଇ ଯୁବ ତାରକା ବ୍ୟାଟର ଶୁଭମନ ଗିଲ୍‌ ଓ ଶ୍ରେୟସ ଆୟର ବଡ଼ ମ୍ୟାଚ୍‌ର ଚାପ ସମ୍ଭାଳିବାରେ ବିଫଳ ହୋଇଥିଲେ । କେବଳ ୪ ରନ ଲେଖାଏଁ କରି ଉଭୟ ଆଉଟ୍‌ ହୋଇଥିଲେ । ରିପୋର୍ଟ ଲେଖାହେବା ବେଳକୁ ବିରାଟ କୋହଲି ଓ କେଏଲ୍‌ ରାହୁଲ ପରିସ୍ଥିତି ସମ୍ଭାଳି ବ୍ୟାଟିଂ ଜାରି ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.