ETV Bharat / sports

Cricket World Cup 2023: ସ୍କଟ୍‌ ଏଡୱାର୍ଡ୍ସଙ୍କ ଲଢ଼ୁଆ ବ୍ୟାଟିଂ, ବାଂଲାଦେଶ ଆଗରେ ଲକ୍ଷ୍ୟ ୨୩୦ - ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ

କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଉଥିବା ମ୍ୟାଚ୍‌ରେ ଆରମ୍ଭରୁ ବିପର୍ଯ୍ୟୟ ସତ୍ତ୍ବେ ଲଢ଼ୁଆ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୨୨୯ ରନର ଲଢ଼ୁଆ ସ୍କୋର କରିଛି । ବିଜୟ ପାଇଁ ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ ରହିଛି । ଅଧିକ ପଢ଼ନ୍ତୁ

ବାଂଲାଦେଶ ଆଗରେ ଲକ୍ଷ୍ୟ ୨୩୦
ବାଂଲାଦେଶ ଆଗରେ ଲକ୍ଷ୍ୟ ୨୩୦
author img

By ETV Bharat Odisha Team

Published : Oct 28, 2023, 5:53 PM IST

Updated : Oct 28, 2023, 6:04 PM IST

କୋଲକାତା: ଇଡେନ୍‌ ଗାର୍ଡେନ୍‌ରେ ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡର ଲଢ଼ୁଆ ସ୍କୋର । ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୨୯ ରନ୍‌ର ଲଢ଼ୁଆ ସ୍କୋର କରିଛି ନେଦରଲ୍ୟାଣ୍ଡ । ଭଲ ଆରମ୍ଭ ନମିଳିବା ସତ୍ତ୍ବେ ୱେସ୍‌ଲି ବରେସି ଓ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ଏକ ଲଢ଼ୁଆ ସ୍କୋର ଆଡ଼କୁ ଗତି କରିଥିଲା ନେଦରଲ୍ୟାଣ୍ଡ । ଶେଷ ବେଳକୁ ସାଇବ୍ରାଣ୍ଡ ଏଙ୍ଗେଲ୍‌ବ୍ରେଚ୍‌ ୩୫ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଦଳୀୟ ସ୍କୋରକୁ ୧୮୦ ପାର କରାଇଥିଲେ । ତେବେ ଲୋଗାନ ଭାନ୍‌ ବିକ୍‌ଙ୍କ ୧୬ ବଲରୁ ୨୩ ରନର ପାଳି ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ କରିବାରେ ସକ୍ଷମ ହୋଇଥିଲା । ବିଜୟ ପାଇଁ ବାଂଲାଦେଶ ଆଗରେ ୨୩୦ ରନର ଟାର୍ଗେଟ ରହିଛି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...World cup 2023: ଆଜି ବିଶ୍ବକପରେ 2ଟି ମ୍ୟାଚ, ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ବିଶ୍ବକପ ମ୍ୟାଚ

ନେଦରଲ୍ୟାଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡ । ହେଲେ ଦଳକୁ ଦୁଇ ଓପନର ଭଲ ଆରମ୍ଭ ଦେବାରେ ଅସମର୍ଥ ହୋଇଥିଲେ । କେବଳ ୩ ରନ କରି ବିକ୍ରମଜିତ୍‌ ସିଂହ ଆଉଟ୍‌ ହୋଇଥିବାବେଳେ ମାକ୍ସ ଓଡୱଡ୍‌ ଖାତା ଖୋଲିବାରେ ବିଫଳ ହୋଇଥିଲେ । ଦଳୀୟ ସ୍କୋର ୪ ରନ ହୋଇଥିବାବେଳେ ୨ଟି ୱିକେଟ୍‌ ଖସିଯିବା ପରେ ୱେସ୍‌ଲି ବରେସି ଓ କଲିନ୍‌ ଅକରମ୍ୟାନ୍‌ ପାଳିକୁ ସମ୍ଭାଳି ନେଇଥିଲେ । ୪୧ ବଲରୁ ୮ ଚୌକା ବଳରେ ୪୧ ରନ କରି ୱେସ୍‌ଲି ବରେସି ଆଉଟ୍‌ ହେବାପରେ ଅକରମ୍ୟାନ୍‌ (୧୫) ତୁରନ୍ତ ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ । ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ ସ୍କୋରବୋର୍ଡକୁ ଏକ ଲଢ଼ୁଆ ଟାର୍ଗେଟ୍‌ ଆଡ଼କୁ ନେଇଯାଇଥିଲେ । ଗୋଟିଏ ପଟେ ୱିକେଟ୍‌ ପତନ ହେଉଥିଲେ ମଧ୍ୟ ଅନ୍ୟପଟେ ସେ ଲଢ଼େଇ ଜାରି ରଖିଥିଲେ । ସେ ୮୯ ବଲରୁ ୬ ଚୌକା ସହିତ ଧୈର୍ଯ୍ୟପୂର୍ଣ୍ଣ ୬୮ ରନ୍‌ କରି ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇବ୍ରାଣ୍ଡ ଏଙ୍ଗେଲ୍‌ବ୍ରେଚ୍‌ (୩୫)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୩୦ ରନ୍‌ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଲୋଗାନ୍‌ ଭାନ୍‌ ବିକ୍‌ଙ୍କ ୨୩ ରନର ଉପଯୋଗୀ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ ରନ୍‌ରେ ପହଞ୍ଚିଥିଲା ନେଦରଲ୍ୟାଣ୍ଡ ।

ବାଂଲାଦେଶ ବୋଲିଂ: ନେଦରଲ୍ୟାଣ୍ଡ ବିପକ୍ଷରେ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ ବାଂଲା ବୋଲର । ଶୋରିଫୁଲ ଇସ୍‌ଲାମ, ତସ୍କିନ୍‌ ଅହମ୍ମଦ, ମୁସ୍ତାଫିଜୁର ରେହମାନ୍‌ ଓ ମେହେଡି ହାସନ ୨ଟି ଲେଖାଏଁ ସଫଳତା ପାଇଥିଲେ । ଅଧିନାୟକ ଶାକିବ୍‌ ଅଲ୍‌ ହାସନ ମଧ୍ୟ ଦଳ ପାଇଁ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ବୋଲିଂ ବିଭାଗର ପ୍ରଭାବୀ ପ୍ରଦର୍ଶନ ବଳରେ ନେଦରଲ୍ୟାଣ୍ଡକୁ ୨୨୯ ରନରେ ଅଲ୍‌ଆଉଟ୍‌ କରିଛି ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2023, 6:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.