ETV Bharat / sports

Cricket World Cup 2023: ୱାଙ୍ଖେଡେରେ ୱାନ୍‌ ମ୍ୟାନ୍‌ ଶୋ', ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍‌

author img

By ETV Bharat Odisha Team

Published : Nov 7, 2023, 10:33 PM IST

Updated : Nov 7, 2023, 10:46 PM IST

ଅବିଶ୍ବସନୀୟ ଭାବେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ । ବିଶ୍ବକପ୍‌ ଇତିହାସରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସର୍ବଶ୍ରେଷ୍ଠ ପାଳି । କେବଳ ୯୧ ରନରେ ୭ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆକୁ ଏକାକୀ ୨୦୧ ରନ କରି ଜିତାଇ ସେମିଫାଇନାଲ୍‌ରେ ପହଞ୍ଚାଇଛନ୍ତି ମ୍ୟାକ୍ସୱେଲ୍‌ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍‌
ୱାଙ୍ଖେଡେରେ ୱାନ୍‌ ମ୍ୟାନ୍‌ ଶୋ'

ମୁମ୍ବାଇ: ୱାଙ୍ଖେଡେରେ ଅବିଶ୍ବସନୀୟ ଭାବେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ । ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି ଖେଳିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । କେବଳ ୯୧ ରନରେ ୭ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆକୁ ବିସ୍ଫୋରକ ବ୍ୟାଟିଂ କରି ବିଜୟୀ କରାଇଲେ ମ୍ୟାକ୍ସୱେଲ୍‌ । ବାରମ୍ବାର ଗୋଡ଼ରେ କଷ୍ଟ ଅନୁଭବ କରୁଥିବା ସତ୍ତ୍ବେ ଧୂଆଁଧାର ଦ୍ବିଶତକ ଅର୍ଜନ କରି ଇତିହାସ ରଚିଲେ ମ୍ୟାକ୍ସୱେଲ୍‌ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ଶତକୀୟ ପାଳି ବଳରେ ୨୯୧ ରନ ସଂଗ୍ରହ କରିଥିଲା । ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଏକାକୀ ୨୦୧ ରନ ସ୍କୋର କରି ଦଳକୁ ଅବିଶ୍ବସନୀୟ ଭାବେ ମ୍ୟାଚ୍‌ ଜିତାଇ ଜଳକୁ ସେମିଫାଇନାଲ୍‌ରେ ପହଞ୍ଚାଇଛନ୍ତି ।

ଆଫଗାନିସ୍ତାନ ବ୍ୟାଟିଂ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ଶାହିଦି । ଦୁଇ ଓପନର ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଲେ ଦଳୀୟ ସ୍କୋର ୩୮ ରନ ହୋଇଥିବାବେଳେ ଇନ୍‌-ଫର୍ମ ଓପନର ରେହମାନୁଲ୍ଲା ଗୁରବାଜ୍‌ ୨୧ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଇବ୍ରାହିମ ଜଦ୍ରାନଙ୍କ ସହ ମିଶି ୩୦ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ ରେହମତ ଶାହ । ଗୋଟିଏ ପଟେ ଇବ୍ରାହିମ ଜଦ୍ରାନ ପାଳିକୁ ସମ୍ଭାଳି ଆଗକୁ ନେଉଥିବାବେଳେ ଅନ୍ୟପଟେ ବ୍ୟାଟରମାନେ ତାଙ୍କ ସହ ଛୋଟ ଛୋଟ ଭାଗିଦାରୀ କରି ଆଉଟ୍‌ ହୋଇଯାଇଥିଲେ । ଅଧିନାୟକ ହସମତୁଲ୍ଲା ଶାହିଦି ଓ ୨୬ ଓ ଆଜମତୁଲ୍ଲା ଓମରଜାଇ ୨୨ ରନ କରି ପାଭିଲିୟନ ଫେରିଥିଲେ । ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନବୀ କେବଳ ୧୨ ରନ କରିବାରେ ସକ୍ଷମ ହୋଇଥିଲେ । ଶେଷରେ ରସିଦ ଖାନ ଆସି କଙ୍ଗାରୁ ବୋଲରଙ୍କ ଧୁଲେଇ ଆରମ୍ଭ କରିଥିଲେ । ଜଦ୍ରାନ ୧୪୩ ବଲରୁ ୮ ଚୌକା ଓ ୩ ଛକା ସହ ୧୨୯ ରନର ଅପରାଜିତ ପାଳି ଖେଳି ଇତିହାସ ରଚିଥିଲେ । ପ୍ରଥମ ଆଫଗାନୀ ବ୍ୟାଟର ଭାବେ ସେ ବିଶ୍ବକପ୍‌ ଶତକ ହାସଲ କରିଥିଲେ । ଅନ୍ୟପଟେ ରସିଦ ଖାନ କେବଳ ୧୮ ବଲରୁ ୨ ଚୌକା ଓ ୩ ଛକା ବଳରେ ୩୫ ରନ୍‌ର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୨୯୧ରେ ପହଞ୍ଚାଇଥିଲେ ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜଲେଉଡ୍‌ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ । ସେ ୯ ଓଭରରେ ୩୯ ରନ ବ୍ୟୟରେ ଦଳ ପାଇଁ ସର୍ବାଧିକ ୨ଟି ୱିକେଟେ ଅକ୍ତିଆର କରିଥିଲେ । ମିଚେଲ ଷ୍ଟାର୍କ ଓ ଆଡାମ ଜାମ୍ପାଙ୍କ ସମେତ ଆହତରୁ ସୁସ୍ଥ ହୋଇ ଦଳକୁ ଫେରିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଦଳ ପାଇଁ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Australia couldn't have made a more epic entry into the #CWC23 semi-finals 🤩#AUSvAFG pic.twitter.com/2V4QAk8PkV

— ICC Cricket World Cup (@cricketworldcup) November 7, 2023 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆ ବ୍ୟାଟିଂ: ୨୯୨ ରନ୍‌ ଟାର୍ଗେଟ୍‌ ନେଇ ମୈଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ଟ୍ରାଭିସ ହେଡ୍‌ । ଡେଭିଡ୍‌ ୱାର୍ଣ୍ଣର ୧୮ ଓ ମିଚେଲ୍‌ ମାର୍ଶ ୨୪ ରନ କରି ଆଉଟ୍‌ ହୋଇଥିଲେ । ଲାବୁସାନେ ୧୪ ରନ କରିଥିବାବେଳେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ଜୋଶ ଇଂଲିସ୍‌ । ଗୋଟିଏ ପଟେ କଙ୍ଗାରୁ ବ୍ୟାଟର ସେମାନଙ୍କ ୱିକେଟ୍‌ ଫିଙ୍ଗି ଚାଲିଥିବାବେଳେ ଅନ୍ୟପଟେ ଏକାକୀ ଲଢ଼ୁଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଆହତ ସମସ୍ୟାରୁ ଫେରିଥିବା ମ୍ୟାକ୍ସୱେଲ୍‌ ବାରମ୍ବାର ନିଜ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବା ସତ୍ତ୍ବେ ଲଢ଼େଇ ଜାରି ରଖିଥିଲେ । ସେପଟେ ମାର୍କସ ଷ୍ଟୋଇନିସ୍‌ ଓ ମିଚେଲ୍‌ ଷ୍ଟାର୍କ୍‌ ଯଥାକ୍ରମେ ୬ ଓ ୩ ରନ କରି ପାଭିଲିୟନ ଫେରିଯାଇଥିଲେ । ଏହାପରେ ମ୍ୟାକ୍ସୱେଲ୍‌ଙ୍କ ସାଥ୍‌ ଦେଇଥିଲେ ଅଧିନାୟକ ପ୍ୟାଟ୍‌ କମିନ୍ସ । ପ୍ୟାଟ୍‌ ୬୮ ବଲରୁ ବେଶ ଧୈର୍ଯ୍ୟର ସହ ୧୨ ରନର ଅପରାଜିତ ପାଳି ଖେଳି ଦଳକୁ ଜିତାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ । ଅନ୍ୟପଟେ କିନ୍ତୁ ମ୍ୟାକ୍ସୱେଲ୍‌ଙ୍କ ଅବିଶ୍ବସନୀୟ ଝଡ଼ ଲାଗି ରହିଥିଲା । ଆଫଗାନୀ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ମାତ୍ର ୧୨୮ ବଲରୁ ୨୧ ଚୌକା ଓ ୧୦ ଛକା ବଳରେ ୨୦୧ ରନର ବିସ୍ଫୋରକ ପାଳି ଖେଳିଥିଲେ ମ୍ୟାକ୍ସୱେଲ୍‌ । ଫଳରେ ୯୧ ରନ୍‌ରେ ୭ ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆ ସେହି ୭ ୱିକେଟ୍‌ ହରାଇ ହିଁ ମ୍ୟାଚ୍‌କୁ ଜିତିନେଇଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇବ୍ରାହିମଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ 292ରନ ଟାର୍ଗେଟ ଦେଲା ଆଫଗାନିସ୍ତାନ

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ପକ୍ଷରୁ ଆରମ୍ଭରୁ ବେଶ ଶୃଙ୍ଖଳିତ ବୋଲିଂ ଓ ଫିଲ୍ଡିଂ ଦେଖିବାକୁ ମିଳିଥିଲା । ନବୀନ୍‌-ଉଲ୍‌-ହକ୍‌, ଆଜମତୁଲ୍ଲା ଓମରଜାଇ ଓ ରସିଦ ଖାନ ୨ଟି ଲେଖାଏଁ ୱିକେଟ୍‌ ସଂଗ୍ରହ କରିଥିଲେ । ହେଲେ ମ୍ୟାକ୍ସୱେଲ୍‌ଙ୍କ ଆକ୍ରମଣରୁ କେହି ବର୍ତ୍ତି ପାରିନଥିଲେ । ଫଳରେ ସେମିଫାଇନାଲ୍‌ ଆଶାରେ ରହିଥିବା ଆଫଗାନିସ୍ତାନ ଏହି ମ୍ୟାଚ୍‌ ହାରି ନିରାଶ ହୋଇଛି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 7, 2023, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.