ETV Bharat / sports

Cricket World Cup 2023: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଭେଟ, କମବ୍ୟାକ ଲକ୍ଷ୍ୟରେ କଙ୍ଗାରୁ ଦଳ

author img

By ETV Bharat Odisha Team

Published : Oct 12, 2023, 12:02 PM IST

ଆଇସିସି ଦିନିକିଆ ବିଶ୍ବକପ୍ 2023ରେ ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ପ୍ରଥମ ବିଜୟ ପାଇଁ ବ୍ୟାକୁଳ ରହିଛି କଙ୍ଗାରୁ ଦଳ । ଅଧିକ ପଢନ୍ତୁ

Cricket World Cup 2023
Australia vs South africa

ଲକ୍ଷ୍ନୌ: ଦିନିକିଆ କ୍ରିକେଟ ବିଶ୍ବକପରେ ମୋଟ 9ଟି ମ୍ୟାଚ ଖେଳାଯାଇଛି । ଆଜି 10ମ ଲିଗ ମ୍ୟାଚ ଖେଳାଯିବ । ଲକ୍ଷ୍ନୌ ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଅପରାହ୍ନ 2ଟାରୁ ଆରମ୍ଭ ହେବ ମ୍ୟାଚ । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିଶ୍ବ ରେକର୍ଡ ସ୍ଥାପନା ସହ ବିଜୟ ଖାତା ଖୋଲି ସାରିଛି । ଆଜି ଅଷ୍ଟ୍ରେଲିଆକୁ ହରାଇ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ସେପଟେ ପ୍ରଥମ ବିଜୟ ପାଇଁ ବ୍ୟାକୁଳ ଥିବା ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ହରାଇ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । 5ଥମ ବିଶ୍ବ ବିଜୟୀ ଦଳ ପ୍ରଥମ ମ୍ୟାଚରେ ଭାରତଠୁ ପରାସ୍ତ ହୋଇଥିଲା ।

ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରମୁଖ ପ୍ରତିନ୍ଦ୍ବନ୍ଦୀ । 1999 ବିଶ୍ବକପ ସେମିଫାଇନାଲରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ସେବେ ଦକ୍ଷିଣ ଆଫ୍ରିକା ଦୁର୍ବଳ ଥିଲା ମାତ୍ର ଏବେ ଦଳ ଯଥେଷ୍ଟ ସନ୍ତୁଳିତ । ଦଳ ପାଖରେ ଶକ୍ତିଶାଳୀ ଟିମକୁ ହରାଇବା ନେଇ ଯଥେଷ୍ଟ କ୍ଷମତା ରହିଛି । ପ୍ରଥମ ମ୍ୟାଚରୁ ତାହା ପ୍ରମାଣ କରିଛି ଦଳ । ଶ୍ରୀଲଙ୍କା ବିପକ୍ଷରେ 428 ବିଶାଳ ସ୍କୋର କରି ରେକର୍ଡ ସ୍ଥାପନ କରିଥିଲା । 3 ଜଣ ବ୍ୟାଟର କ୍ବିଣ୍ଟନ ଡି କକ, ରାଶି ଭାନ ଡର ଡୁସେନା ଓ ଆଡେନ ମାର୍କ୍ରମ ଶତକ ହାସଲ କରିଥିଲେ । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ପୂର୍ବ ପ୍ରଦର୍ଶନକୁ ଦୋହରାଇବାକୁ ପ୍ରାୟସ କରିବ ସବୁଜ ବାହିନୀ । ଦକ୍ଷିଣ ଆଫ୍ରିକା ତାର ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ ।

ଏହା ବି ପଢନ୍ତୁ...Cricket World Cup 2023: ରୋହିତ ଶର୍ମା କହିଲେ ରେକର୍ଡକୁ ନେଇ ବିଶେଷ ଚିନ୍ତିତ ହୁଏନି

ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ଭାରତଠୁ ପରାସ୍ତ ହେବା ଦଳର ମନୋବଳ ସାମାନ୍ୟ ଦୁର୍ବଳ ରହିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ କମବ୍ୟାକ କରି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି କଙ୍ଗାରୁ ଦଳ । ପୂର୍ବ ତ୍ରୁଟିକୁ ସୁଧାରି ଦଳ ଆଜି ମୈଦାନକୁ ଓହ୍ଲାଇବ । ଦଳରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି । ତେଣୁ ଦଳ ଆଜି ଆଧିପତ୍ୟ ବିସ୍ତାର କରିବ । ଦଳ କାମେରନ ଗ୍ରୀନଙ୍କ ସ୍ଥାନରେ ଷ୍ଟଇନିସଙ୍କୁ ସୁଯୋଗ ମିଳିପାରେ । ପେସ୍‌ ବୋଲଙ୍କୁ ଏକନ୍ନା ଷ୍ଟାଡିୟମ ସୁହାଇବ ।

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପରେ ପାକ୍ ବିପକ୍ଷରେ ଅପରାଜେୟ ଭାରତ, ମୋଟ 7ଟି ମ୍ୟାଚରେ ଧୂଳି ଚାଟିଛି ପାକିସ୍ତାନ

ଅକ୍ଟୋବର 5 ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ବିଶ୍ବକପରେ ଏଯାବତ 9ଟି ମ୍ୟାଚ ଖେଳା ସରିିଛି । ଭାରତ ତାର ଦୁଇଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି । ପାକିସ୍ତାନ ମଧ୍ୟ ତାର 2ଟି ଯାକ ମ୍ୟାଚ ଜିତିଛି । ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଖାତା ଖୋଲିନାହିଁ । ବିଶ୍ବକପରେ ମୋଟ 48ଟି ମ୍ୟାଚ ଖେଳାଯିବ । ନଭେମ୍ବର 19 ତାରିଖରେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.