ETV Bharat / sports

World Cup 2023: ଆଜି ଅଷ୍ଟ୍ରେଲିଆ- ପାକିସ୍ତାନ ଫାଇଟ, ଜାଣନ୍ତୁ କାହା ପଲ୍ଲା ଭାରି - ଆଷ୍ଟ୍ରେଲିଆ ବନାମ ପାକିସ୍ତାନ

ଆଇସିସି କ୍ରିକେଟ ବିଶ୍ବକପରେ ଆଜି 18ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ 5ଥର ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ଥାନ ।

World Cup 2023
Cricket World Cup
author img

By ETV Bharat Odisha Team

Published : Oct 20, 2023, 9:28 AM IST

ବେଙ୍ଗାଲୁରୁ: କ୍ରିକେଟ୍‌ ମହାକୁମ୍ଭ ବିଶ୍ବକପ 2023ରେ ଆଜି 18ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ଓ ପାକିସ୍ତନ ମଧ୍ୟରେ ହାଇଭୋଲ୍ଟେଜ ମୁକାବିଲା ହେବ । ଅଷ୍ଟ୍ରେଲିଆ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଥିବା ବେଳେ ପାକିସ୍ତାନ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି । ବିଜୟଧାରାକୁ ଫେରିବାକୁ ବ୍ୟାକୁଳ ରହିଛି ବାବରବାହନୀ । ପ୍ରଥମରୁ ଧିମା ପଡ଼ିଯାଇଥିବା କଙ୍ଗାରୁ ଦଳ ପାକିସ୍ତାନ ବିପକ୍ଷରେ ଆଜି ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି । ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ ।

ଅଷ୍ଟ୍ରେଲିଆ ଇତି ମଧ୍ୟରେ 3ଟି ମ୍ୟାଚ ଖେଳି ସାରିଛି । ମାତ୍ର ଗୋଟିଏରେ ବିଜୟ ହାସଲ କରିଛ । ବିଶ୍ବକପର ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆ । 5 ଥର ବିଶ୍ବ ବିଜୟୀ ହୋଇଛି ମାତ୍ର ଚଳିତ ସଂସ୍କରଣରେ ଦଳ ଧିମେଇ ଯାଇଛି । ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ବିଜୟ ସହ ଖାତା ଖୋଲିଥିଲା କଙ୍ଗାରୁ ଦଳ । ଶ୍ରୀଲଙ୍କାକୁ 5ୱିକେଟରେ ପରାସ୍ତ କରି ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ଅଷ୍ଟ୍ରେଲିଆ । ଆଜି ପାକିସ୍ତାନକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ଦଳ । ପାକିସ୍ତାନ ବିରୋଧରେ ଦଳକୁ ବ୍ୟାଟିଂ ଉପରେ ଗୁରୁତ୍ବ ଦେବାକୁ ହେବା ବୋଲି ପ୍ରି' ମ୍ୟାଚ୍‌ କନଫରେନ୍ସରେ ଅଧିନାୟକ ପ୍ୟାଟ୍‌ କମିନ୍ସ କହିଥିଲେ । ଶ୍ରୀଲଙ୍କା ବିଜୟ ପରେ ଅଷ୍ଟ୍ରେଲିଆର ମନୋବଳ ଦୃଢ଼ ରହିଛି । ଦଳରେ ଆହତ ସମସ୍ୟା ରହିଛି । ଶ୍ରୀଲଙ୍କା ବିପକ୍ଷରେ ଆଡାମ ଜାମ୍ଫାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରୁଛନ୍ତି ସମର୍ଥକ ।

ସେପଟେ ପାକିସ୍ତାନ ପ୍ରଥମ 2 ମ୍ୟାଚ୍‌ରେ ନେଦରଲାଣ୍ଡସ ଓ ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରିଥିଲା । ମାତ୍ର ତୃତୀୟ ମ୍ୟାଚ୍‌ରେ ଭାରତଠୁ ପରାସ୍ତ ହୋଇଥିଲା । ବର୍ତ୍ତମାନ ଦଳ ବିଜୟଧାରାକୁ ଫେରିବାକୁ ବ୍ୟାକୁଳ ରହିଛି । ଭାରତଠୁ ପରାସ୍ତ ହେବା ଦଳ 5 ଦିନର ବିଶ୍ରାମ ପାଇଛି । ଏହାରି ଭିତରେ ଦଳର କିଛି ଖେଳାଳି ଅସୁସ୍ଥ ହୋଇଥିଲେ । ଆଜି କଙ୍ଗାରୁ ଦଳକୁ ମାତ୍‌ ଦେବାକୁ ଲକ୍ଷ୍ୟ ରଖିଛି ବାବାରବାହିନୀ । ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ପକ୍ଷ ଅନୂକୁଳ ରହିଥିଲେ ସୁଦ୍ଧା ପାକିସ୍ତାନର ପଲ୍ଲା ଭାରି ରହିବ ।

ଏହା ବି ପଢନ୍ତୁ...World Cup 2023: ପାକିସ୍ତାନ ଟିମକୁ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବେନି ଫଖର ଓ ସଲମାନ

ଏହା ବି ପଢନ୍ତୁ...Cricket World Cup 2023: ପାକିସ୍ତାନ ବିରୋଧରେ ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ: ଅଧିନାୟକ କମିନ୍ସ

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ୍‌, ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲାହୁସାନ, ଜୋସ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍ସର ଷ୍ଚଇନିସ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

ପାକିସ୍ତାନ ସମ୍ଭାବ୍ୟ ଦଳ: ଅବଦୁଲ୍ଲା ଶଫିକ, ଇମାମ୍‌ ଉଲ୍‌ ହକ୍‌, ବାବର ଆଜମ୍‌, ମହମ୍ମଦ ରିଜୱାନ, ସୌଦ ସକିଲ, ମହମ୍ମଦ ନୱାଜ/ଶଦାବ ଖାନ, ଇଫତିଖର ଅହମ୍ମଦ, ଉସମା ମିର, ହାସାନ ଅଲି, ସହିନ ଶାହ ଅଫ୍ରିଦି, ହ୍ୟାରିସ ରୌଫ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.