ETV Bharat / sports

Cricket World Cup 2023: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ରେକର୍ଡ ଟୋଟାଲ, ଗୋଟିଏ ମ୍ୟାଚ୍‌ରେ ୭୭୧ ରନ୍‌

author img

By ETV Bharat Odisha Team

Published : Oct 29, 2023, 6:46 AM IST

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସର୍ବାଧିକ ରନ୍‌ ରେକର୍ଡ । ଏହି ମ୍ୟାଚ୍‌ରେ ଉଭୟ ଦଳ ମିଳିତ ଭାବେ ୭୭୧ ରନ ସ୍କୋର କରିଥିଲେ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ରେକର୍ଡ ଟୋଟାଲ

ଧର୍ମଶାଳା: ଶନିବାର ଧର୍ମଶାଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସର୍ବାଧିକ ରନ୍‌ ସ୍କୋର ହୋଇଥିଲା । କୌଣସି ବିଶ୍ବକପ୍‌ ମ୍ୟାଚ୍‌ରେ ଉଭୟ ପକ୍ଷ ସର୍ବାଧିକ ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୩୮୮ ରନ୍‌ ସହିତ ବିଶ୍ବକପ୍‌ରେ ନିଜର ତୃତୀୟ ସର୍ବାଧିକ ସ୍କୋର୍‌ କରିଥିଲା । ଜବାବରେ ଦମଦାର ଲଢ଼େଇ କରି ବିଜୟ ଦ୍ବାରରେ ପହଞ୍ଚିଥିଲା ନ୍ୟୁଜିଲାଣ୍ଡ । ୩୮୩ ରନ୍‌ କରି ବିଜୟରୁ କେବଳ ୫ ରନ୍‌ ଦୂରରେ ରହିଯାଇଥିଲା କିୱି ଦଳ । ତେବେ ଏହି ମ୍ୟାଚ୍‌ରେ ଉଭୟ ଦଳ ମିଳିତ ଭାବେ ୭୭୧ ରନ ସ୍କୋର୍‌ କରିଥିଲେ । ବିଶ୍ବକପ୍‌ ଇତିହାସରେ କୌଣସି ମ୍ୟାଚ୍‌ରେ ୭୦୦ରୁ ଅଧିକ ସ୍କୋର୍‌ ହେବାରେ ଏହା ହେଉଛି ତୃତୀୟ ମ୍ୟାଚ୍‌ ।

  • " class="align-text-top noRightClick twitterSection" data="">

ଚଳିତ ବିଶ୍ବକପ୍‌ ଆରମ୍ଭରେ ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ୭୫୪ ରନ୍‌ ସ୍କୋର ହୋଇଥିଲା । ଏହା ଦ୍ବିତୀୟ ସର୍ବାଧିକ ସ୍କୋର୍‌ ହୋଇଥିବା ମ୍ୟାଚ୍‌ ଥିଲା । ଏହା ପୂର୍ବରୁ ୨୦୧୯ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମିଳିତ ଭାବେ ୭୧୪ ରନ୍‌ ସ୍କୋର କରିଥିଲେ । ଏହା ଦିନିକିଆ ବିଶ୍ବକପ୍‌ରେ ୭୦୦ରୁ ଅଧିକ ରନ୍‌ ସ୍କୋର ହୋଇଥିବା ଏକମାତ୍ର ମ୍ୟାଚ୍‌ ଥିଲା । ହେଲେ ଚଳିତ ବିଶ୍ବକପ୍‌ରେ ଦୁଇ ଦୁଇଟି ମ୍ୟାଚ୍‌ରେ ୭୦୦ରୁ ଅଧିକ ରନ୍‌ ସ୍କୋର ହୋଇଥିବା ଦେଖିବାକୁ ମିଳିଲାଣି । ତେବେ ଆଜିର ମ୍ୟାଚ୍‌ରେ ହୋଇଥିବା ୭୭୧ ରନ୍‌ର ସ୍କୋର ଦିନିକିଆ ବିଶ୍ବକପ୍‌ରେ କୌଣସି ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଅଟେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋମାଞ୍ଚକର ମ୍ୟାଚ୍‌ରେ ଜିତିଲା ଅଷ୍ଟ୍ରେଲିଆ, ଦମଦାର ଲଢିଲା ନ୍ୟୁଜିଲାଣ୍ଡ

ଏହା ପୂର୍ବରୁ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟ୍‌ ଇତିହାସରେ ଗୋଟିଏ ଇନିଂସ୍‌ରେ ସର୍ବାଧିକ ସ୍କୋର୍‌ ୪୨୮-୫ ପୋଷ୍ଟ କରି ଶ୍ରୀଲଙ୍କାକୁ ୧୦୨ ରନରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ବ୍ୟାଟର୍‌ ଏଡେନ ମାର୍କ୍ରମ (୧୦୬) ବିଶ୍ବକପ୍‌ର ଦ୍ବିତୀୟ ଦ୍ରୁତତମ ଶତକକୁ ମାତ୍ର ୪୯ ବଲରେ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ରସି ଭାନ୍‌ଡେର୍ ଡୁସେନ୍ (୧୦୮) ଏବଂ କ୍ବିଣ୍ଟନ୍ ଡିକକ୍ (୧୦୦) ମଧ୍ୟ ଶତକ ହାସଲ କରି ଶ୍ରୀଲଙ୍କା ବୋଲିଂ ବିଭାଗକୁ ଜୋରଦାର ଆକ୍ରମଣ କରିଥିଲେ । ଏହାର ଜବାବରେ ଶ୍ରୀଲଙ୍କାର ଚରିଥ ଆସଲଙ୍କା (୭୯), କୁସଲ ମେଣ୍ଡିସ (୭୬) ଏବଂ ଅଧିନାୟକ ଦାସୁନ ସନକା (୬୮)ଙ୍କ ସହାୟତାରେ ୩୨୬ ରନ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.