ଲକ୍ଷ୍ନୌ: ହ୍ୟାଟ୍ରିକ୍ ବିଜୟ ସହ ଆଫଗାନିସ୍ତାନର ଜୟଯାତ୍ରା ଜାରି । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ 7 ୱିକେଟ୍ରେ ଜିତିଲା ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ୍ର ସ୍ପିନ୍ ଆଟାକ୍ ଆଗରେ ପ୍ରବଳ ସଙ୍ଘର୍ଷ କରିଥିଲା ଡଚ୍ ଦଳ । ଅଧିକାଂଶ ବ୍ୟାଟର ଅଫଗାନୀ ସ୍ପିନ୍ ଆଟାକ୍ ଆଗରେ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ବ୍ୟାଟରମାନେ ରନ୍ ଆଉଟ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସଙ୍ଘର୍ଷ କରି 46.3 ଓଭରରେ 179 ରନ୍ ପାଇଁ ସମସ୍ତ ୱିକେଟ୍ ହରାଇଥିଲା ନେଦରଲ୍ୟାଣ୍ଡ । ଜବାବରେ ରେହମତ ଶାହ ଓ ଅଧିନାୟକ ହସମତୁଲ୍ଲା ଶାହିଦିଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ କେବଳ 3 ୱିକେଟ୍ ହରାଇ ଏହି ମ୍ୟାଚ୍ ଜିତି ନେଇଛି ଆଫଗାନିସ୍ତାନ ।
-
Solid Afghanistan win third game in a row to boost their #CWC23 semi-final chances 👊#NEDvAFG 📝: https://t.co/S7lsxqrAFY pic.twitter.com/KMTzaqYzbK
— ICC Cricket World Cup (@cricketworldcup) November 3, 2023 " class="align-text-top noRightClick twitterSection" data="
">Solid Afghanistan win third game in a row to boost their #CWC23 semi-final chances 👊#NEDvAFG 📝: https://t.co/S7lsxqrAFY pic.twitter.com/KMTzaqYzbK
— ICC Cricket World Cup (@cricketworldcup) November 3, 2023Solid Afghanistan win third game in a row to boost their #CWC23 semi-final chances 👊#NEDvAFG 📝: https://t.co/S7lsxqrAFY pic.twitter.com/KMTzaqYzbK
— ICC Cricket World Cup (@cricketworldcup) November 3, 2023
ନେଦରଲ୍ୟାଣ୍ଡ ବ୍ୟାଟିଂ: ପ୍ରଥମେ ଟସ୍ ଜିତି ନେଦରଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆଫଗାନୀ ବୋଲରଙ୍କ ସମ୍ମୁଖରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନାହିଁ ଡଚ୍ ଦଳ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ନେଦରଲ୍ୟାଣ୍ଡ । ପ୍ରଥମ ଓଭରେ ହିଁ ଦଳର ଓପନର ୱେସଲେ ବାରେସି କେବଳ 1 ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦ୍ବିତୀୟ ୱିକେଟ୍ ପାଇଁ ମ୍ୟାକ୍ସ ଓଡୱଡ୍ ଏବଂ କଲିନ୍ ଅକର୍ମ୍ୟାନ୍ ଦୁହେଁ ମିଶି 69 ରନର ଭାଗିଦାରୀ କରିଥିଲେ । ଏହା ଦଳ ପାଇଁ ସବୁଠାରୁ ବଡ଼ ଭାଗିଦାରୀ ଥିଲା । ହେଲେ 12.3 ଓଭରରେ ମ୍ୟାକ୍ସ ଓଡୱଡ୍ ଆଉଟ୍ ହେବା ପରେ ଏହି ଦୃଢ଼ ଭାଗିଦାରୀରେ ବ୍ରେକ୍ ଲାଗିଥିଲା । ଓଡୱଡ୍ 40 ବଲରେ 9ଟି ଚୌକା ସହାୟତାରେ 42 ରନ୍ କରି ଆଉଟ୍ ହୋଇଥିଲେ । ଅକର୍ମ୍ୟାନ୍ 29 ରନ କରି ପାଭିଲିୟନ ଫେରିଥିବାବେଳେ ସାଇବ୍ରାଣ୍ଡ ଏଙ୍ଗେଲ୍ବ୍ରେଚ୍ 86 ବଲରୁ ଦଳ ପାଇଁ ସର୍ବାଧିକ 58 ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍ପର୍ଶ କରିବାରେ ଅସମର୍ଥ ରହିଥିଲେ ।
ଆଫଗାନିସ୍ତାନ ବୋଲିଂ: ଏପର୍ଯ୍ୟନ୍ତ ବିଶ୍ବକପ୍ରେ ସେମିଫାଇନାଲ୍ ଆଶା ଉଦ୍ଜୀବିତ ରଖିଥିବା ଆଫଗାନିସ୍ତାନ ଆଜି ବେଶ ଚମତ୍କାର ବୋଲିଂ ଓ ଫିଲ୍ଡିଂ କରିଥିଲା । ଦଳର ଅଭିଜ୍ଞ ସ୍ପିନର ମହମ୍ମଦ ନବୀ 9.3 ଓଭରରେ କେବଳ 28 ରନ ବ୍ୟୟରେ ସର୍ବାଧିକ 3 ୱିକେଟ୍ ଅକ୍ତିଆର କରିଥିବାବେଳେ ନୂର ଅହମ୍ମଦ 2ଟି ୱିକେଟ୍ ହାସଲ କରିଥିଲେ । ସେହିଭଳି ମୁଜାବିର ରେହମାନଙ୍କୁ ଗୋଟିଏ ସଫଳତା ମିଳିଥିଲା । ଦଳର ଶକ୍ତିଶାଳି ଫିଲ୍ଡିଂ ଆଗରେ ମଧ୍ୟ ଆଜି ଡଚ୍ ଦଳର 4 ଜଣ ବ୍ୟାଟର ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
ଆଫଗାନିସ୍ତାନ ବ୍ୟାଟିଂ: 180 ରନର ଟାର୍ଗେଟ ନେଇ ଓହ୍ଲାଇଥିବା ଆଫଗାନିସ୍ତାନକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଦଳର ଷ୍ଟାର ଓପନର ରେହମାନୁଲ୍ଲା ଗୁରବାଜ୍ କେବଳ 10 ରନ ବନାଇ ପାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ଇବ୍ରାହିମ ଜଦ୍ରାନ 20 ରନ କରି ଆଉଟ୍ ହେବାପରେ ରେହମତ ଶାହ ଓ ଅଧିନାୟକ ହସମତୁଲ୍ଲା ଶାହିଦିଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦଳ ପାଇଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ରେହମତ ଶାହ 54 ବଲରୁ 8 ଚୌକା ବଳରେ 52 ରନ କରି ଆଉଟ୍ ହୋଇଥିଲେ । ଏହାପରେ ଅଧିନାୟକ ଶାହିଦି ଆଜମତୁଲ୍ଲା ଓମରଜାଇ (31)ଙ୍କ ସହ ମିଶି ଦଳକୁ ମ୍ୟାଚ୍ ଜିତାଇଥିଲେ । ଶାହିଦି 64 ବଲରୁ 6 ଚୌକା ସହିତ 56 ରନର ପାଳି ଖେଳିଥିଲେ ।
ନେଦରଲ୍ୟାଣ୍ଡ ବୋଲିଂ: ଡଚ୍ ଦଳ ପକ୍ଷରୁ ଲୋଗାନ ଭାନ୍ ବିକ୍, ରୋଇଲୋଫ ଭାନ୍ଡେର୍ ମେରୱେ ଓ ଶାକିବ ଜୁଲଫିକର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ହେଲେ ଏହା ଦଳ 180 ରନ ଡିଫେଣ୍ଟ କରିବା ପାଇଁ ଯଥେଷ୍ଟ ନଥିଲା । ଅନ୍ୟ କୌଣସି ବୋଲର ସଫଳ ନହେବାରୁ ଏହି ପରାଜୟ ସହ ବିଶ୍ବକପ୍ 2023 ସେମିଫାଇନାଲ୍ ରେସ୍ରୁ ବାଦ ପଡ଼ିଛି ନେଦରଲ୍ୟାଣ୍ଡ ।
- " class="align-text-top noRightClick twitterSection" data="">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ