ଚେନ୍ନାଇ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଆଜି 21ତମ ଲିଗ୍ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ପାକିସ୍ତାନ । ଆଫଗାନିସ୍ତାନ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ପାକିସ୍ତାନ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଲଗାତାର ଦୁଇଟି ମ୍ୟାଚ୍ରେ ପରାସ୍ତ ହେବା ପରେ ପାକିସ୍ତାନ ପାଇଁ ବିଜୟ ଜରୁରୀ ହୋଇଛି । ସେପଟେ ଆଫଗାନିସ୍ତାନ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ଲକ୍ଷ୍ୟ ରଖିଛି ।
- " class="align-text-top noRightClick twitterSection" data="">
ଉଭୟ ଦଳ 4ଟି ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି । ପାକିସ୍ତାନ 2ଟି ମ୍ୟାଚ୍ ଜିତିଥିବା ବେଳେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ୍ ଜିତିଛି । 3 ମ୍ୟାଚ୍ରେ ପରାସ୍ତ ହୋଇଥିଲେ ବି ଆଫଗାନିସ୍ତାନ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡକୁ ଯେଉଁଭଳି ଭାବେ ପରାସ୍ତ କରିଥିଲା ତାହା ବେଶ ପ୍ରଶଂସନୀୟ । ଆଜି ଆଫଗାନିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି କମବ୍ୟାକ୍ ଲକ୍ଷ୍ୟରେ ରହିଛି ପାକିସ୍ତାନ୍ । ସେପଟେ ଆଫଗାନିସ୍ତାନ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ । ଆଫଗାନିସ୍ତାନକୁ ଦୁର୍ବଳ ବିବେଚନା କରିବା ଦଳ ପାଇଁ ଭାରି ପଡ଼ିପାରେ । ବିପର୍ଯ୍ୟୟ ଘଟାଇବା ନେଇ ଆଫଗାନିସ୍ତାନ ପାଖରେ ଯଥେଷ୍ଟ କ୍ଷମତା ରହିଛି ଯାହାର ପ୍ରମାଣ ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ପ୍ରମାଣ କରି ସାରିଛି । ଦଳରେ ରାସିଦ ଖାନ ଓ ମୁଜିବ ଉର ରେହମାନଙ୍କ ଭଳି ସ୍ପିନର ରହିଛନ୍ତି । ବାବର ସେନା ପାଇଁ ଦୁଇ ସ୍ପିନର ଘାତକ ସାବ୍ୟସ୍ତ ହୋଇପାରନ୍ତି । ସେପଟେ ମହମ୍ମଦ ରିଜୱାନୀ ଫୁଲ ଫର୍ମରେ ରହିଛନ୍ତି ଆଜି ସେ 13 ରନ୍ କଲେ 2000 ରନ୍ ପୂରଣ କରିବେ । ପାକିସ୍ତାନକୁ କମବ୍ୟାକ କରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ।
ଏହା ବି ପଢନ୍ତୁ...World cup 2023: ବିଜୟଧାରାକୁ ଫେରିପାରୁନି ପାକିସ୍ତାନ, କଣ ରହିଛି ଟିମର ଦୁର୍ବଳତା ଜାଣନ୍ତୁ
ପାକ୍ ବ୍ୟାଟରଙ୍କୁ ସ୍ପିନ୍ ଚ୍ୟାଲେଞ୍ଜ: ଭାରତ ଠାରୁ ମ୍ୟାଚ୍ ହାରିବା ପରେ ବିଜୟ ଟ୍ରାକ୍କୁ ଫେରିପାରୁନି ପାକିସ୍ତାନ । ପ୍ରଥମେ କ୍ରମାଗତ ଦୁଇ ଦୁଇଟି ମ୍ୟାଚ୍ ଜିତି ଦମଦାର ଆରମ୍ଭ କରିଥିଲା ପାକ୍ ଦଳ । ହେଲେ ଭାରତ ବିପକ୍ଷରେ ୭ ୱିକେଟ୍ରେ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ ବାବର ସେନା । ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନକୁ ଭେଟିବ ପାକିସ୍ତାନ । ବହୁ ଆଶା ନେଇ ବିଶ୍ବକପ୍କୁ ଆସିଥିବା ପାକିସ୍ତାନ ଦଳ ଏହାର ଯୋଜନାକୁ ସଠିକ୍ ଭାବେ ପରିଚାଳନା କରିବାରେ ଅସମର୍ଥ ହୋଇଛି । ଏହି ମ୍ୟାଚ୍ରେ ଏହାର ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ ପାକିସ୍ତାନ । ହେଲେ ଆଫଗାନିସ୍ତାନ ସ୍ପିନ୍ ଆଟାକ୍ ଆଗରେ ମ୍ୟାଚ୍ ଜିତିବା ଏତେ ସହଜ ହୋଇନପାରେ ।
ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି(ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମଜୁବି ଉର ନେହମନ, ନବୀନ ଉଲ ହକ, ଫଜଲହକ ଫାରୁକି ।
ପାକିସ୍ତାନ ସମ୍ଭାବ୍ୟ ଦଳ:ଅବଦୁଲ୍ଲା ଶଫିକ, ଇମାମ ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ସୌଦ ସକିଲ, ମହମ୍ମଦ ନୱାଜ/ ଶଦାବ ଖାନ, ଇଫତିଖର ଅହମ୍ମଦ, ଉସମା ମୀର, ହାସନ ଅଲି, ସାହିନ ଆଫ୍ରିଦି ।