କଟକ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ । ସେ ଆଉ ଭାରତୀୟ ଦଳର ଜର୍ସିରେ ନଜର ଆସିବେ ନାହିଁ । 2007 ଓ 2011 ବିଶ୍ବକପର ହିରୋ ଥିଲେ ଯୁବରାଜ । ତେବେ 2019 ବିଶ୍ବକପ ଚାଲୁରହିଥିବା ବେଳେ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ଯୁବରାଜ ।
ଏପଟେ ଯୁବରାଜଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ । ଯାହାକୁ ନେଇ ଭାଙ୍ଗି ପଡିଛନ୍ତିସମଗ୍ର କ୍ରୀଡା ଜଗତ ଓ କ୍ରୀଡା ପ୍ରେମୀ । ଓଡିଶା ସହ ଯୁବରାଜଙ୍କ ରହିଛି ଅଭୁଲା କ୍ରିକେଟ କନେକସନ । ଯୁବରାଜଙ୍କ ଓଡିଶା କନେକସନ ଏବେବି ସ୍ଣରଣ କରୁଛନ୍ତି କ୍ରିକେଟ ପ୍ରେମୀ । 1997ରେ ଯୁବରାଜ ପ୍ରଥମ ରଣଜୀ ମ୍ୟାଚ ଓଡିଶା ବିପକ୍ଷରେ ଖେଳିଥିଲେ । କିନ୍ତୁ ଦେବାଶିଷ ମହାନ୍ତିଙ୍କ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଯୁଭି । ଭୀମ ପ୍ରଥମ ଯୁଦ୍ଧ ହାରିବା ପରି ସେ ମଧ୍ୟ ପ୍ରଥମ ବଲରେ ହାରି ଯାଇଥିଲେ ।
2017ରେ ଇଂଲଣ୍ଡ ବିପକ୍ଷରେ ବାରଵାଟି ଷ୍ଟାଡିଅମରେ ଯୁଭି ସ୍କୋର କରିଥିଲେ ତାଙ୍କ ଦିନିକିଆ କ୍ରିକେଟ କ୍ୟାରିୟରର ସର୍ବାଧିକ ରନ (150) । ବାରବାଟୀ ଷ୍ଟାଡିଅମରେ ମୋଟ 5 ଟି ମ୍ୟାଚ ଖେଲିଛନ୍ତି ଯୁବି । ପ୍ରଥମେ ଜିମ୍ବାୱେ ତାପରେ ପରେ ନ୍ୟୁଜିଲାଣ୍ଡ , ଇଂଲଣ୍ଡ, ଶ୍ରୀଲଙ୍କା ଓ ଶେଷ ମ୍ୟାଚ ସେ ଇଂଲଣ୍ଡ ବିପକ୍ଷରେ ଖେଳିଛନ୍ତି । ସେ ଯେଉଁପରି ଭାବରେ ଟିମ ଇଣ୍ଡିଆକୁ ଦିଗ ଦେଖାଇଛନ୍ତି । ତାହା ଚିରସ୍ମରଣୀୟ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରାରମ୍ଭିକ ଯୋଡି ଓ କୋହଲିଙ୍କ ୱିକେଟ ହରାଇ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯୁବରାଜ ଓ ଧୋନିଙ୍କ ପାର୍ଟନରସିପ ଟିମ ଇଣ୍ଡିଆର ସ୍କୋରକୁ ସାଢ଼େ 3 ଶହ ପାର କରାଇଥିଲା । ଯେଉଁଥିରେ ମୁଖ୍ୟ ନାୟକ ସାଜିଥିଲେ ଯୁବରାଜ । ଯୁବରାଜଙ୍କ ସେହି ଚମତ୍କାର ପାଳିକୁ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି କ୍ରୀଡା ପ୍ରେମୀ । ଯାହାକୁ ବେଶ ଉପଭୋଗ କରିଥିଲେ କ୍ରୀଡ଼ାପ୍ରେମୀ । ଯୁବରାଜଙ୍କ ସେହି ବିସ୍ଫୋରକ ପାଳିକୁ ବାରବାଟୀ କିମ୍ବା କଟକିଆ କେହିବି ଭୁଲି ପାରିବେ ନାହିଁ ବୋଲି କ୍ରୀଡାପ୍ରେମୀ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ