ହାଇଦ୍ରାବାଦ: ସେ ଥିଲେ ଟିମ ଇଣ୍ଡିଆର ଯୁବରାଜ । ସେ ଥିଲେ କୋଟି ଭାରତୀୟଙ୍କ ହୃଦୟର ରାଜା । ନାଁ ତାଙ୍କର ଯୁବରାଜ ସିଂହ । ସେ ବ୍ୟାଟିଂ ପାଇଁ ଆସିଲେ ବିଶ୍ବାସ ଆସେ ପୁଣି ଥରେ ମାରିବେ 6ବଲରେ 6ଛକା । ସ୍ପିନ ବୋଲିଂରେ ସେ କରନ୍ତି ବ୍ୟାଟ୍ସମ୍ୟାନଙ୍କ ବନ୍ଧନ । ସେ ଫିଲ୍ଡିଂକଲେ ବଲ ଭୁଲିଯାଏ ପଏଣ୍ଟ ବାଉଣ୍ଡ୍ରୀ । ଆମେ କହୁଛୁ ଟିମ ଇଣ୍ଡିଆର ଷ୍ଟାଇଲିସ୍ ଅଲରାଉଣ୍ଡର ଯୁବରାଜ ସିଂହଙ୍କ କଥା ।
ହେଲେ ଆଉ ତାଙ୍କୁ ଦେଖିବାକୁ ମିଳିବନି ଭାରତୀୟ ଜର୍ସିରେ । ତାଙ୍କ ହେଲମେଟରେ ଆଉ ଦିଶିବନି ତ୍ରୀରଙ୍ଗାର ଚିହ୍ନ । ଆନ୍ତର୍ଜାତିକ କ୍ରିକେଟକୁ ଗୁଡବାଏ କହିଛନ୍ତି ୟୁଭି । ଦୀର୍ଘ 17 ବର୍ଷର କ୍ରିକେଟ କ୍ୟାରିୟରରୁ ନେଇଛନ୍ତି ଅବସର ।
ଏକଦା ଯୁବରାଜ ଥିଲେ ଟିମ ଇଣ୍ଡିଆର ପରଫେକ୍ଟ ଫିନିସର । ମେନ ଇନ ବ୍ଲୁ ପାଇଁ ବଡ ମ୍ୟାଚ ୱିନର । କ୍ରିକେଟ ପଡିଆରେ ଦେଶ ପାଇଁ ଖେଳୁଖେଳୁ ସେ ହୋଇଥିଲେ ବଡ ରୋଗଲର ଶୀକାର । ଏହି ଘଟଣାରେ ପୁରା ଭାରତ ହୋଇଯାଇଥିଲା ସ୍ତବ୍ଧ । ସମସ୍ତେ କରିଥିଲେ ଆଶୁ ଆରୋଗ୍ୟ କାମନା । ଦୃଢ ମନୋବଳ ଓ କ୍ରିକେଟ ପ୍ରତି ପ୍ରତିବଦ୍ଧତା ଯୋଗୁଁ କ୍ୟାନସରକୁ ହରାଇଥିଲେ ଯୁଭି । ପୁଣି ଫେରିଥିଲେ କ୍ରିକେଟ ପଡିଆକୁ ।
ତେବେ ସମୟ ବଦଳିବା ସହ କ୍ରିକେଟ ବି ବଦଳିଥିଲା । ପୂର୍ବପରି ଯୁଭିଙ୍କ ବ୍ୟାଟିଂ ଜଲୱା ଆଉ ଦେଖିବାକୁ ମିଳିନଥିଲା । ୟୋ ୟୋ ଟେଷ୍ଟ ରେ ଫେଲ ହୋଇଥିଲେ ଯୁଭି । ସେବେଠୁ ତାଙ୍କ କ୍ରିକେଟ ଜୀବନରେ ଆସିଥିଲା ଆଶଙ୍କା । ଯୁବ ପ୍ରତିଭା ଖେଳାଳିଙ୍କ ପାଇଁ ଯୁଭିଙ୍କୁ ଟିମରେ ସ୍ଥାମ ମିଳିନଥିଲା ।
2007 ଟି-20 ଓ 2011 ବିଶ୍ବକପ ଭାରତକୁ ଜିତେଇବାରେ ଯୁବରାଜଙ୍କ ଥିଲା ବଡ ଯୋଗଦାନ । ତେବେ 2019 ବିଶ୍ବକପରେ ରେ ଭାରତର ବିଜୟଧାରା ଜାରିଥିବା ବେଳେ କ୍ରିକେଟକୁ ଅଲବିଦା କହିଛନ୍ତି ଯୁବରାଜ । ଏହା ସହିତ ଭାରତୀୟ କ୍ରିକେଟରେ ଯୁବରାଜଙ୍କ ଯୁଗ ଶେଷ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ