ମାଞ୍ଚେଷ୍ଟର: ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଗତ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା ବିଶ୍ବକପ ହାଇଭୋଲଟେଜ ମ୍ୟାଚ । ମ୍ୟାଚରେ ଉଭୟ ଦେଶର ଖେଳାଳିଙ୍କ ଉପରେ ଚାପ ବି ରହିଥିଲା । ଏପରିକି ଦୁଇ ଦେଶ ଚୀରପ୍ରତିଦ୍ବନ୍ଦ୍ବୀ ହୋଇଥିବା ବେଳେ ବିଶ୍ବକପରେ ବିଜୟ ପାଇଁ ଜି ଜାନ ଲଗାଇ ଖେଳିବେ ବୋଲି ଫ୍ୟାନ୍ସ ମଧ୍ୟ ଆଶା ବାନ୍ଧିଥିଲେ ।
ତେବେ ମ୍ୟାଚରେ ଜଣେ ପାକିସ୍ତାନୀ ଖେଳାଳି ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ହାତ ଯୋଡିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମ୍ୟାଚରେ କୋହଲି ପାକ ବୋଲରଙ୍କ ଉପରେ ଖୁବ ରନ ବର୍ଷା କରିଥିଲେ । ବିରାଟଙ୍କ ବ୍ୟାଟିଂରେ ଅତିଷ୍ଠ ହୋଇ ପାକ ବୋଲର ଇମାଦ ୱସିମ ତାଙ୍କ ଆଗର ହାତ ଯୋଡିଥିଲେ ।
ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଇମାଦ ବୋଲିଂ କରିବା ବେଳେ ବିରାଟ ଯେତେବେଳେ ରନ ସଂଗ୍ରହ କରୁଥିଲେ, ଇମାଦ ତାଙ୍କ ଆଗରେ ହାତ ଯୋଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବିରାଟ ମଧ୍ୟ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଯଦି ଏହି ଭିଡିଓ ଠିକ ତେବେ ଏପର୍ଯ୍ୟନ୍ତ ଜଣା ପଡିଲା ନାହିଁ ଯେ ଇମାଦ କାହିଁକି ଏପରି କରିଥିଲେ ? ସେ କଣ ବିରାଟଙ୍କୁ ଅନୁରୋଧ କରୁଥିଲେ ଶୀଘ୍ର ଆଉଟ ହୋଇଯିବା ପାଇଁ କି ?
ସୂଚନାଯୋଗ୍ୟ ଯେ, ବିରାଟ ଏହି ମ୍ୟାଚରେ 51 ବଲରେ ନିଜର 51 ତମ ଅର୍ଦ୍ଧଶତକ ପୂରା କରିଥିଲେ । ଏହାସହ ଏକଦିବସୀୟ କ୍ରିକେଟରେ 11ହଜାର ରନ ମଧ୍ୟ ପୂରା କରିଥିଲେ । ପାକିସ୍ତାନ ବୋଲରଙ୍କ ଖୁବ ଧୁଲାଇ କରିଥିଲେ କୋହଲି । ମହମ୍ମଦ ଆମୀର, ୱାହବ ରିଆଜ ଓ ହସନ ଅଲୀ ମଧ୍ୟ କୋହଲିଙ୍କ ଆଗରେ ଫିକା ପଡିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ